ଆତଙ୍କବାଦ ପରେ ଦେଶରେ ୮୦% ହ୍ରାସ ପାଇଛି ଉଗ୍ରବାଦ
Advertisement
Article Detail0/zeeodisha/odisha1169001

ଆତଙ୍କବାଦ ପରେ ଦେଶରେ ୮୦% ହ୍ରାସ ପାଇଛି ଉଗ୍ରବାଦ

ଗତ ୨୦୨୦ ବର୍ଷରେ ଗତ ୨ ଦଶକ ମଧ୍ୟରେ ଉଗ୍ରବାଦ, ନାଗରିକ, ସୁରକ୍ଷା ବଳ ଯବାନଙ୍କ ହତାହତ ଜନିତ ମାମଲା ସବୁଠାରୁ କମ ଆସିଛି।

 ଆତଙ୍କବାଦ ପରେ ଦେଶରେ ୮୦% ହ୍ରାସ ପାଇଛି ଉଗ୍ରବାଦ

MHA Report on Insurgency: ଆତଙ୍କବାଦ ପରେ ଦେଶରେ ହ୍ରାସ ପାଇଛି ଉଗ୍ରବାଦ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟ ରୁ ଏହି ତଥ୍ୟ ମିଳିଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଜରିଆରେ କୁହାଯାଇଛି ବିଗତ ୮ ବର୍ଷ ମଧ୍ୟରେ ଦେଶର ପୂର୍ବୋତ୍ତର ରାଜ୍ୟରେ ଉଗ୍ରବାଦ ସହ ଜଡ଼ିତ ଘଟଣା ୮୦% ପ୍ରତିଶତ ହ୍ରାସ ପାଇଛି। ଏହି ରିପୋର୍ଟ ମୁତାବକ ୨୦୧୪ ପର ଠାରୁ ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ରାଜ୍ୟର ସୁରକ୍ଷା ଜନିତ ସ୍ଥିତିରେ ସୁଧାର ଆସିଛି।    

ଗତ ୨୦୨୦ ବର୍ଷରେ ଗତ ୨ ଦଶକ ମଧ୍ୟରେ ଉଗ୍ରବାଦ, ନାଗରିକ, ସୁରକ୍ଷା ବଳ ଯବାନଙ୍କ ହତାହତ ଜନିତ ମାମଲା ସବୁଠାରୁ କମ ଆସିଛି। ୨୦୧୪ ବର୍ଷ ତୁଳନାରେ ୨୦୨୦ ବର୍ଷରେ ଉଗ୍ରବାଦ (Insurgency) ଜନିତ ଘଟଣା ୮୦ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ ଅବଧି ମଧ୍ୟରେ ଉଗ୍ରବାଦ କାରଣରୁ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶର ପୂର୍ବୋତ୍ତର ରାଜ୍ୟରେ ଉଗ୍ରବାଦୀ ଘଟଣା କାରଣରୁ ନାଗରିକ ଏବଂ ସୁରକ୍ଷା ବଳ ଯବାନଙ୍କ ହତାହତ ଜନିତ ମାମଲା ଯଥାକ୍ରମେ ୯୯ ଏବଂ ୭୫ ପ୍ରତିଶତ ହ୍ରାସ ପାଇଛି। 

Also Read: Manipur ଆକ୍ରମଣର ବଦଲା ନେଲା Assam Rifles; କାର୍ଯ୍ୟାନୁଷ୍ଠାନରେ ୩ NSCN-KYA ଉଗ୍ରବାଦୀ ମୃତ

ଗୃହ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ୨୦୨୦ ବର୍ଷରେ ୨୦୨୯ ବର୍ଷ ତୁଳନାରେ ଉଗ୍ରବାଦ ଜନିତ ଘଟଣା ୨୭% ହ୍ରାସ ପାଇଛି। ୨୦୧୯ ବର୍ଷରେ ୨୨୩ ଏବଂ ୨୦୨୦ ବର୍ଷରେ ୧୬୨ ଟି ଉଗ୍ରବାଦ ଜନିତ ଘଟଣା ଘଟିଛି। ଏହି ପ୍ରକାରେ ନାଗରିକ ଏବଂ ସୁରକ୍ଷା ବଳ ଯବାନଙ୍କ ହତାହତ ଜନିତ ଘଟଣା ୭୨ ପ୍ରତିଶତ ହ୍ରାସ ପାଇଛି। ୨୦୧୯ ବର୍ଷରେ ୨୫ ଏବଂ ୨୦୨୦ ବର୍ଷରେ ୭ ଟି ଉଗ୍ରବାଦ ଜନିତ ଘଟଣା ଘଟିଛି।   

Also Read: ସୁରକ୍ଷା ବାହିନୀକୁ ବଡ ସଫଳତା: ସେନା କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୮ ଆତଙ୍କବାଦୀ

ଉଗ୍ରବାଦ ବିରୋଧରେ ଦେଶର ପୂର୍ବୋତ୍ତର ରାଜ୍ୟରେ ସୁରକ୍ଷା ବଳ ପକ୍ଷରୁ ଗ୍ରହଣ କରାଯାଇଥବା ଜବାବୀ କାର୍ଯ୍ୟାନୁଷ୍ଠାନରେ ୨୧ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬୪୬ ବିଦ୍ରୋହୀଙ୍କୁ ଗିରଫ କରାଯାଇଛି। ଗତ ୨୦୨୦ ବର୍ଷରେ ଉଗ୍ରବାଦୀଙ୍କ ପାଖରୁ ୩୦୫ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବଳ। ସେହି ବର୍ଷ ୨୬୪୪ ଉଗ୍ରବାଦୀ ସୁରକ୍ଷା ବଳ ପାଖରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ୨୦୧୯ ତୁଳନାରେ ୨୦୨୦ ବର୍ଷରେ ଅରୁଣାଚଳ ପ୍ରଦେଶରେ ୪୨, ଆସାମରେ ୧୨, ମଣିପୁରରେ ୨୩, ନାଗାଲାଣ୍ଡରେ ୪୫% ଉଗ୍ରବାଦ ଜନିତ ଘଟଣା ହ୍ରାସ ପାଇଛି।