ମାତ୍ର ୩ ଦିନରେ ନୂଆ ଗ୍ରହ ଆବିଷ୍କାର କଲେ ୧୭ ବର୍ଷୀୟ ଛାତ୍ର
Advertisement
Article Detail0/zeeodisha/odisha834454

ମାତ୍ର ୩ ଦିନରେ ନୂଆ ଗ୍ରହ ଆବିଷ୍କାର କଲେ ୧୭ ବର୍ଷୀୟ ଛାତ୍ର

ୱଲ୍ଫ କୁକୁୟର ୨୦୧୯ ମସିହାରେ NASAର ଗ୍ରୀନବେଲ୍ଟସ୍ଥିତ Goddard Space Flight Centerରେ ଇଣ୍ଟର୍ଣ୍ଣସିପ୍ ପାଇଁ ଯାଇଥିଲେ। ତାଙ୍କୁ ସେଠାରେ Transiting Exoplanet Survey Satellite ଦ୍ୱାରା ପ୍ରାପ୍ତ ଏକ ତାରାର ଚମକରେ ଆସୁଥିବା ପରିବର୍ତ୍ତନର ଅନୁଧ୍ୟାନ କରିବାକୁ କୁହାଯାଇଥିଲା।

 ମାତ୍ର ୩ ଦିନରେ ନୂଆ ଗ୍ରହ ଆବିଷ୍କାର କଲେ ୧୭ ବର୍ଷୀୟ ଛାତ୍ର

ସମଗ୍ର ବିଶ୍ୱରେ ପ୍ରତିଭାଶାଳୀ ଲୋକଙ୍କର ଅଭାବ ନାହିଁ। ସେମାନେ ସବୁବେଳେ କିଛି ନା କିଛି କରୁଥାନ୍ତି। ଯେଉଁଥିପାଇଁ ପ୍ରାୟତଃ ସମୟରେ ଚର୍ଚ୍ଚାକୁ ଆସନ୍ତି। ସେଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଆମେରିକାର ୧୭ ବର୍ଷୀୟ ଛାତ୍ର ୱଲ୍ଫ କୁକୁୟର (Wolf Cukier)। ସେ NASAକୁ ଇଣ୍ଟର୍ଣ୍ଣସିପ୍ ପାଇଁ ଯାଇ ଏକ ନୂତନ ଗ୍ରହର ଆବିଷ୍କାର କରିଛନ୍ତି।

ୱଲ୍ଫ କୁକୁୟର ୨୦୧୯ ମସିହାରେ NASAର ଗ୍ରୀନବେଲ୍ଟସ୍ଥିତ Goddard Space Flight Centerରେ ଇଣ୍ଟର୍ଣ୍ଣସିପ୍ ପାଇଁ ଯାଇଥିଲେ। ତାଙ୍କୁ ସେଠାରେ Transiting Exoplanet Survey Satellite ଦ୍ୱାରା ପ୍ରାପ୍ତ ଏକ ତାରାର ଚମକରେ ଆସୁଥିବା ପରିବର୍ତ୍ତନର ଅନୁଧ୍ୟାନ କରିବାକୁ କୁହାଯାଇଥିଲା। ଆଉ ଏହି ଅନୁଧ୍ୟାନ ବେଳେ ୱଲ୍ଫ (Wolf Cukier) ଯାହା ଖୋଜି ବାହାର କଲେ ତାହା ସମସ୍ତ ବୈଜ୍ଞାନିକଙ୍କୁ ଚକିତ କରିଦେଇଥିଲା।

Also Read: ସବୁଠାରୁ ବଡ଼ ପରିବାର: ଜଣେ ବ୍ୟକ୍ତିଙ୍କ ୨୭ ସ୍ତ୍ରୀ ସହ ୧୫୦ ପିଲା

ଅନୁଧ୍ୟାନର ମାତ୍ର ୩ ଦିନ ଭିତରେ ୱଲ୍ଫ ପୃଥିବୀ ଠାରୁ ୧୩୦୦ ଆଲୋକ ବର୍ଷ ଦୂରରେ ଗୋଟିଏ ନୂଆ ଗ୍ରହ ଆବିଷ୍କାର କଲେ। ଯାହାର ନାମ TOI 1338b ରଖାଯାଇଛି। ପ୍ରଥମେ ଏହାକୁ ଏକ ସ୍ଥିର ଆଲୋକ (Stellar Eclipse) ବୋଲି ୱଲ୍ଫ ଅନୁମାନ କରିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସଂଗ୍ରୁହିତ ତଥ୍ୟରୁ ତାହା ଏକ ଗ୍ରହ ବୋଲି ଜଣା ପଡିଥିଲା।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ନୂତନ ଗ୍ରହ ହେଉଛି ପ୍ରଥମ ସ୍ୱୟଂ ଘୁର୍ଣ୍ଣୟମାନ ଗ୍ରହ। ଏହା ଗୋଟିଏ ବଦଳରେ ଦୁଇଟି ତାରାକୁ ପରିକ୍ରମା କରେ। ଗୋଟିଏ ସୂର୍ଯ୍ୟଙ୍କଠାରୁ ପ୍ରାୟ ୧୦ ପ୍ରତିଶତ ବଡ ହୋଇଥିବାବେଳେ ଅନ୍ୟଟି ଶୀତଳ, ଅନ୍ଧକାର ଏବଂ ସୂର୍ଯ୍ୟଙ୍କଠାରୁ ମାତ୍ର ଏକ ତୃତୀୟାଂଶ ଅଟେ। ଏହା ମଧ୍ୟ କୁହାଯାଇଛି ଯେ TOI 1388b ନିଜେ ନେପଟୁନ୍ ଏବଂ ଶନି ଆକାର ମଧ୍ୟରେ ପୃଥିବୀଠାରୁ ପ୍ରାୟ ୬.୯ ଗୁଣ ବଡ଼।