Bijapur Attack: ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ
Advertisement

Bijapur Attack: ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

ଆମେ ଶେଷ ପର୍ଯ୍ୟନ୍ତ ପୁରା ତାକତର ସହିତ ନକ୍ସଲଙ୍କ ସହ ଲଢେଇ ଜାରି ରଖିବୁ>

Bijapur Attack: ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ହୋଇଥିବା ନକ୍ସଲ ହମଲାରେ ପ୍ରାଣ ହରାଇଥିବା ୨୨ ଜଣ ଶହୀଦ ଯବାନଙ୍କୁ ଜଗଦଲପୁର ଠାରେ ପହଞ୍ଚି ଶ୍ରଦ୍ଧାଞ୍ଚଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅନ୍ୟପଟେ ଏ ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥବା ଯବାନଙ୍କୁ ମଧ୍ୟ ସାକ୍ଷାତ କରିବେ ଗୃହମନ୍ତ୍ରୀ। 

ବିଜାପୁର ନକ୍ସଲ ଆକ୍ରମଣ ଘଟଣା ପରେ ଛତିଶଗଡ ଗସ୍ତରେ ଥିବା ଗୃହମନ୍ତ୍ରୀ ଶାହ ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବେ। ଅନ୍ୟପଟେ ଏ ହମଲା ବାବଦରେ ଅବଗତ ହେବା ପରେ ତତକ୍ଷଣାତ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ତତକ୍ଷଣାତ ଛତିଶଗଡରେ ପହଞ୍ଚିଥିଲେ ସିଆରପିଏଫ ଡିଜି (Kuldeep Singh) କୁଲଦୀପ ସିଂହ (Kuldeep Singh)।   

Also Read: Bijapur Encounter: IED ହମଲା କରିବାକୁ ହୋଇଥିଲା ଷଡଯନ୍ତ୍ର

ଗତ ରବିବାର ଛତିଶଗଡରେ ହୋଇଥିବା ନକ୍ସଲ ହମଲା ବାବଦରେ ଖବର ପାଇବା ମାତ୍ରେ ତତ୍କାଳ ଆସାମ ଗସ୍ତକୁ ବାତିଲ କରି ଦେଇଥିଲେ ଗୃହମନ୍ତ୍ରୀ ଶାହ। ଏହି ଗସ୍ତ ଅବସରରେ ସେ ଏହି ପୂର୍ବୋତ୍ତର ରାଜ୍ୟରେ ଆୟୋଜିତ ହୋଇଥିବା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। 

ବିଜାପୁର ଘଟଣାର ଗୁରୁତ୍ୱ ଉପଲବ୍ଧି କରି ରବିବାର ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଗୃହ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳର ବରିଷ୍ଠ ଅଧିକାରୀ ସହ ଏକ ସମୀକ୍ଷା ବୈଠକ କରିଥିଲେ ଗୃହମନ୍ତ୍ରୀ ଶାହ। ଏହା ସହିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ।  

Also Read: Bijapur Naxal Encounter: ଶହୀଦ ଯବାନଙ୍କ ସଂଖ୍ୟା ବୃଦ୍ଧି, ଅପରେସନରେ ଟଳିପଡିଲେ ୯ ନକ୍ସଲ

ଏ ଘଟଣା ଉପରେ ପ୍ରତିକ୍ରିୟା ରଖି ଗୃହମନ୍ତ୍ରୀ କହିଥିଲେ, "ଛତିଶଗଡରେ ନକ୍ସଲଙ୍କ ସହ ଲଢେଇ କରି ଶହୀଦ ହୋଇଥିବା ଯବାନଙ୍କ ବଳିଦାନକୁ ନମନ କରୁଛି। ଦେଶ ସେମାନଙ୍କ ବୀରତାକୁ କେବେ ଭୁଲି ପାରିବ ନାହିଁ।  ମୁଁ ସେମାନଙ୍କ ପରିବାରକୁ ସମବେଦନା ଜଣାଉଛି। ଆମେ ଶାନ୍ତି ଏବଂ ପ୍ରଗତିକୁ ବିରୋଧ କରୁଥିବା ଶତ୍ରୁଙ୍କ ବିରୁଦ୍ଧରେ ଲଢେଇ ଜାରି ରଖିବୁ। ଆହତ ହୋଇଥିବା ଯବାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। "

ବିଜାପୁରରେ ହୋଇଥିବା ନକ୍ସଲ ହମଲା ପରେ ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପକ୍ଷରୁ ତତ୍କାଳ ସର୍ଚ୍ଚ ଅପରେସନ କରାଯାଇଥିଲା। ଦେଶର ବିକାଶ କାର୍ଯ୍ୟରେ ବାଧକ ସାଜୁଥିବା ଶତ୍ରୁଙ୍କ ବିରୁଦ୍ଧରେ ଲଢେଇ ଜାରି ରହିବ। ଆମେ ଶେଷ ପର୍ଯ୍ୟନ୍ତ ପୁରା ତାକତର ସହିତ ନକ୍ସଲଙ୍କ ସହ ଲଢେଇ ଜାରି ରଖିବୁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

Also Read: Chhattisgarh: ଆକ୍ରମଣର ଜବାବ ଦେଲେ ଯବାନ, ୯ ନକ୍ସଲ ମୃତ

ଏହା ସହିତ ଗୃହମନ୍ତ୍ରୀ ଆହୁରି କହିଛନ୍ତି ଆମର ବୀର ଯବାନ ପ୍ରାଣବଳୀ ଦେଇଛନ୍ତି। ଆମେ ରକ୍ତପାତକୁ ବରଦାସ୍ତ କରିବୁ ନାହିଁ। ଉପଯୁକ୍ତ ସମୟ ଆସିଲେ ଦେଶର ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେବୁ।