ଚଳିତ ମାସ ୧୩ ତାରିଖରେ ପଞ୍ଚମ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏହି ନେପାଳୀ ରାଜନେତା।
Trending Photos
ନୂଆଦିଲ୍ଲୀ: ଦାୟିତ୍ୱ ନେବାର ୭ ଦିନ ପରେ ଦେଶର ସଂସଦରେ ବହୁମତ ସାବ୍ୟସ୍ତ କରିଛନ୍ତି ନବନିଯୁକ୍ତ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହଦୂର ଦେଓବା। ଚଳିତ ବର୍ଷ ଜୁଲାଇ ୧୩ ତାରିଖ ମଙ୍ଗଳବାର ପଞ୍ଚମ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏହି ନେପାଳୀ ରାଜନେତା।
ଦେଶର ରାଜ୍ୟନୀତିରେ ଦବଦବା ଜାହିର କରିଥିବା ନେପାଳୀ କଂଗ୍ରେସ (Nepali Congress) ନେତା ତଥା ଦେଶର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶେର ବାହଦୂର ଦେଓବା (Sher Bahadur Deuba) ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ୧୬୫ ସଦସ୍ୟଙ୍କ ସମର୍ଥନ ହାସଲ କରିଛନ୍ତି। ଏନେଇ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ୨୪୯ ଜଣ ସାଂସଦ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ୮୩ ଜଣ ସଦସ୍ୟ ମତଦାନ କରିଥିବା ବେଳେ ଜଣେ ଭୋଟଦାନରୁ ବିରତ ରହିଥିଲେ।
Also Read: Nepal PM ଭାବେ ପଞ୍ଚମ ଥର ଲାଗି ଶପଥ ନେଲେ Sher Bahardur Deuba
ନେପାଳ ପ୍ରତିନିଧି ସଭାରେ ବହୁମତ ଲାଗି ପ୍ରଧାନମନ୍ତ୍ରୀ ଦେଓବାଙ୍କୁ ୧୩୬ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଥିଲା। ଦେଶର ସଂସଦର ନିମ୍ନ ସଦନରେ ଶାସକ ନେପାଳୀ କଂଗ୍ରେସର ୬୧ ଜଣ ସାଂସଦ ଅଛନ୍ତି। ବର୍ତ୍ତମାନ ମେଣ୍ଟ ସରକାରରେ ସାମିଲ ରହିଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ କେନ୍ଦ୍ର (Nepal Communist Party (Maoist Center) ଏନସିପି ଏମସି (NCP MC) ଦଳର ୪୮ ସାଂସଦ ଅଛନ୍ତି।
Also Read: ଓଲି-ପ୍ରଚଣ୍ଡ କ୍ଷମତାଯୁଦ୍ଧ: ଗୃହଯୁଦ୍ଧ ଆଡକୁ ଯାଉଛି କି ନେପାଳ?
ଏହା ବ୍ୟତୀତ ମାଧବ ନେପାଳଙ୍କ (Madhav Nepal) ନେତୃତ୍ୱରେ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ ୟୁନିଫାଏଡ଼ ମାର୍କ୍ସିଷ୍ଟ-ଲେନିନିଷ୍ଟ (Communist Party of Nepal (Unified Marxist–Leninist) ସିପିଏନ ୟୁଏମଏଲ (CPN (UML) ଦଳ ୨୬ ଜଣ ସାଂସଦ ପ୍ରଧାନମନ୍ତ୍ରୀ ଦେଓବାଙ୍କ ସମର୍ଥନ ମତଦାନ କରିଥିଲେ। ଅନ୍ୟପଟେ ନେପାଳୀ କଂଗ୍ରେସ ନେତା ଦେଓବାଙ୍କୁ ଜନତା ସମାଜବାଦ ପାର୍ଟିର ଯାଦବ ଗୋଷ୍ଠୀ ମଧ୍ୟ ସମର୍ଥନ ଜଣାଇଥିଲା।
Also Read: ଓଲି-ପ୍ରଚଣ୍ଡ କ୍ଷମତାଯୁଦ୍ଧ: ଗୃହଯୁଦ୍ଧ ଆଡକୁ ଯାଉଛି କି ନେପାଳ?
ଚଳିତ ମାସ ୧୩ ତାରିଖରେ ପଞ୍ଚମ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନେପାଳୀ କଂଗ୍ରେସ ନେତା ଶେର ବାହଦୂର ଦେଓବା। ଏହା ପୂର୍ବରୁ ସେ ୧୯୯୫ ମାର୍ଚ୍ଚରୁ ୧୯୯୭ ମାର୍ଚ୍ଚ, ୨୦୦୧ ଜୁଲାଇରୁ ଅକ୍ଟୋବର ୨୦୦୨, ୨୦୦୪ ଜୁନରୁ ୨୦୦୫ ଫେବୃଆରୀ, ୨୦୧୭ ଜୁନରୁ ୨୦୧୮ ଫେବୃଆରୀ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।