Nepal PM ଭାବେ ପଞ୍ଚମ ଥର ଲାଗି ଶପଥ ନେଲେ Sher Bahardur Deuba
Advertisement

Nepal PM ଭାବେ ପଞ୍ଚମ ଥର ଲାଗି ଶପଥ ନେଲେ Sher Bahardur Deuba

ଦେଶରେ ସୃଷ୍ଟି ରାଜନୈତିକ ସଂକଟ ସମ୍ପର୍କିତ ମାମଲାର ଶୁଣାଣି କରି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନେପାଳ ଉଚ୍ଚ ନ୍ୟାୟାଳୟ।

Nepal PM ଭାବେ ପଞ୍ଚମ ଥର ଲାଗି  ଶପଥ ନେଲେ  Sher Bahardur Deuba

କାଠମାଣ୍ଡୁ: କ୍ରମାଗତ ଭାବେ ପଞ୍ଚମ ଥର ଲାଗି ନେପାଳ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶେର ବାହାଦୂର ଦେଉବା। ନୂଆ ପ୍ରଧାମନ୍ତ୍ରୀ ନିଯୁକ୍ତ ହେବା ପରେ ଏହି ଦେଶରେ ଚାଲିଥିବା ରାଜନୈତିକ ତଥା ସାମ୍ବିଧାନିକ ସଂକଟ ଉପରେ ପୂର୍ଣ୍ଣଚ୍ଛେଦ ପଡିପାରେ। ନେପାଳ ପ୍ରଧାମନ୍ତ୍ରୀ ପଦକୁ ନେଇ ବେଶ ଲମ୍ବା ସମୟ ଧରି ବିବାଦ ଚାଲିଥିଲା। 

ନେପାଳ ସମ୍ବିଧାନର ଧାରା ୭୬ (୫)  ଅନୁସାରେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଶେର ବାହାଦୂର ଦେଉବାଙ୍କୁ ଦେଶର  ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସେ ଚଳିତ ବର୍ଷ ଜୁଲାଇ ୧୩ ତାରିଖ ମଙ୍ଗଳବାର ନିଜ ପଞ୍ଚମ ପାଳି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ୧୯୯୫ ମାର୍ଚ୍ଚରୁ ୧୯୯୭ ମାର୍ଚ୍ଚ, ୨୦୦୧ ଜୁଲାଇରୁ ଅକ୍ଟୋବର ୨୦୦୨, ୨୦୦୪ ଜୁନରୁ ୨୦୦୫ ଫେବୃଆରୀ, ୨୦୧୭ ଜୁନରୁ ୨୦୧୮ ଫେବୃଆରୀ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ଏହି ନେପାଳୀ ରାଜନେତା।   

Also Read: ଓଲି-ପ୍ରଚଣ୍ଡ କ୍ଷମତାଯୁଦ୍ଧ: ଗୃହଯୁଦ୍ଧ ଆଡକୁ ଯାଉଛି କି ନେପାଳ?

ନେପାଳର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଆଗାମୀ ୩୦ ଦିନ ମଧ୍ୟରେ ନୂତନ ପ୍ରଧାମନ୍ତ୍ରୀଙ୍କୁ ଦେଶର ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ହେବ। ଦେଶରେ ସୃଷ୍ଟି ରାଜନୈତିକ ସଂକଟ ସମ୍ପର୍କିତ ମାମଲାର ଶୁଣାଣି କରି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନେପାଳ ଉଚ୍ଚ ନ୍ୟାୟାଳୟ। ଏହା ସହିତ ସ୍ଥାନୀୟ ଅଦାଲତ ଚଳିତ ବର୍ଷ ମେ ୨୧ ତାରିଖରେ ଦେଶର ସଂସଦ ଭଙ୍ଗ କରିବା ନେଇ ବିଦାୟୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନେଇଥିବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। 

ଗତ ବର୍ଷ ଡିସେମ୍ବର ମାସରୁ କ୍ଷମତା ବିସ୍ତାରକୁ ନେଇ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର ଦୁଇ ନେତା ତଥା ଦେଶର ଦୁଇ ପୂର୍ବତନ ପ୍ରଧାମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମୁହାଁମୁହିଁ ହୋଇଥିଲା। ଯାହା ଚଳିତ ବର୍ଷ ମଧ୍ୟଭାଗ  ପର୍ଯ୍ୟନ୍ତ ଜାରି ରହିଥିଲା। ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟରେ ନେପାଳରେ ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଦେଶର ସଂସଦରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଚଳିତ ବର୍ଷ ନେପାଳ ରାଷ୍ଟ୍ରପତି ଦେଶର ସଂସଦର ନିମ୍ନ ସଦନକୁ ଭଙ୍ଗ କରିବା ସହ ଗତ ଅପ୍ରେଲ ୩୦ ଏବଂ ମେ ୧୦ ତାରିଖରେ ନିର୍ବାଚନ ଆୟୋଜନ କରିବାକୁ ଘୋଷଣା କରିଥିଲେ। 

Also Read: ତେଜିଲା କ୍ଷମତା ଯୁଦ୍ଧ: ଏନସିପି ମୁଖ୍ୟ ପଦରୁ ପ୍ରଧାନମନ୍ତ୍ରୀ ଓଲିଙ୍କୁ ହଟାଇଲେ ପ୍ରଚଣ୍ଡ  

ନେପାଳ ଉଚ୍ଚ ନ୍ୟାୟାଳୟ ଫେବୃଆରୀ ୨୩ ତାରିଖରେ ବିଦାୟୀ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଝଟକା ଦେବା ସହ ଭଙ୍ଗା ଯାଇଥିବା ସଂସଦକୁ ପୁନର୍ବାର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଂସଦରେ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ଯୋଗାଡ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁ ସମର୍ଥନ ବଳରେ ଅସ୍ଥାୟୀ ସରକାର ଗଠନ କରିଥିଲେ। ଯାହା ଏବେ ଗାଦିଚ୍ୟୁତ ହୋଇଯାଇଛି।