New Criminal Law: ଆଜିଠୁ ତିନି ନୂଆ ଅପରାଧିକ ନିୟମ, ଜାଣନ୍ତୁ ବଦଳିଲା କ'ଣ କ'ଣ?
Advertisement
Article Detail0/zeeodisha/odisha2316887

New Criminal Law: ଆଜିଠୁ ତିନି ନୂଆ ଅପରାଧିକ ନିୟମ, ଜାଣନ୍ତୁ ବଦଳିଲା କ'ଣ କ'ଣ?

New Criminal Law: କୋର୍ଟ ପୀଡିତଙ୍କୁ ସୁଯୋଗର ଅବସର ଦେବାକୁ ବାଧ୍ୟ। ଏହା ବିନା ମାମଲା ହୋଇପାରିବନି ପ୍ରତ୍ୟାହାର । ନୂଆ ଆଇନରେ ଏପରି କିଛି ପ୍ରାବଧାନ ଅଛି, ଯାହା ନ୍ୟାୟର ଧାରଣା ଏବଂ ନ୍ୟାୟ ଉପରେ ଭରସାକୁ ଆହୁରି ମଜଭୁତ କରିବ। ସମୟସୀମା ମଧ୍ୟରେ ନ୍ୟାୟ ପ୍ରଦାନ ପାଇଁ ପୋଲିସ ଏବଂ କୋର୍ଟଙ୍କ ପାଇଁ ମଧ୍ୟ ଏହି ନୂଆ ଆଇନରେ ସମୟ ଧାର୍ଯ୍ୟ କରାଯାଇଛି।

 

New Criminal Law: ଆଜିଠୁ ତିନି ନୂଆ ଅପରାଧିକ ନିୟମ, ଜାଣନ୍ତୁ ବଦଳିଲା କ'ଣ କ'ଣ?

New Criminal Law : ବ୍ରିଟିଶ ଅମଳରୁ ଦେଶରେ ଲାଗୁ ହୋଇଥିବା ୩ ଫୌଜଦାରୀ ଆଇନ ଆଜିଠାରୁ ହୋଇଛି ଇତିହାସ । ଇତିହାସ ହୋଇଗଲା ଭାରତ ଦଣ୍ଡ ସଂହିତା ବା ଆଇପିସି,ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି)ଏବଂ ୧୮୭୨ର ଭାରତୀୟ ସାକ୍ଷ୍ୟ ଅଧିନିୟମ।  ଏହା ସ୍ଥାନରେ ଏବେ ଦେଶରେ ଲାଗୁ ହେବ ୩ ନୂତନ ଅପରାଧିକ ନିୟମ । ଏହା ହେଉଛି ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଏସଏ। ଜୁନ ୩୦ ରାତି ୧୨ଟାରୁ ଅର୍ଥାତ୍ ଜୁଲାଇ ୧ ମାନେ ଆଜିଠୁ ବ୍ରିଟିଶ ଅମଳର ଏହି ଶେଷ ସନ୍ତକ ଇତିହାସ ହୋଇଛି। 

ନୂଆ ଅପରାଧିକ ନିୟମରେ ଆତଙ୍କବାଦ, ଭିଡ ହିଂସା ଓ ରାଷ୍ଟ୍ରୀୟ ସୁରକ୍ଷାକୁ ବିପଦରେ ପକାଉଥିବା ଅପରାଧିକ ପାଇଁ କଠୋର ଦଣ୍ଡବିଧାନର ପ୍ରାବଧାନ ରହିଛି। ଏଥିସହ ଲୋକଙ୍କୁ ମଧ୍ୟ କୋର୍ଟରେ ନିଜ କଥା ରଖିବାର ମିଳିବ ସବୁ ପ୍ରକାରର ସୁଯୋଗ। କୋର୍ଟ ପୀଡିତଙ୍କୁ ସୁଯୋଗର ଅବସର ଦେବାକୁ ବାଧ୍ୟ। ଏହା ବିନା ମାମଲା ହୋଇପାରିବନି ପ୍ରତ୍ୟାହାର । ନୂଆ ଆଇନରେ ଏପରି କିଛି ପ୍ରାବଧାନ ଅଛି, ଯାହା ନ୍ୟାୟର ଧାରଣା ଏବଂ ନ୍ୟାୟ ଉପରେ ଭରସାକୁ ଆହୁରି ମଜଭୁତ କରିବ। ସମୟସୀମା ମଧ୍ୟରେ ନ୍ୟାୟ ପ୍ରଦାନ ପାଇଁ ପୋଲିସ ଏବଂ କୋର୍ଟଙ୍କ ପାଇଁ ମଧ୍ୟ ଏହି ନୂଆ ଆଇନରେ ସମୟ ଧାର୍ଯ୍ୟ କରାଯାଇଛି। 

ପୋଲିସରେ ଏବେ ଅଧିକରୁ ଅଧିକ ଟେକ୍ନୋଲୋଜିର ଉପଯୋଗ ରହିବ। ଡିଜିଟାଲ ସାକ୍ଷ୍ୟକୁ ପାରମ୍ପରିକ ସାକ୍ଷ୍ୟ ଭାବେ ମଧ୍ୟ ମାନ୍ୟତା ଦିଆଯାଇଛି। ଅ-ଏଫଆଇଆରର ବ୍ୟବସ୍ଥା ମଧ୍ୟ ରହିଛି। ଜୁଲାଇ ୧ ତାରିଖ ଅର୍ଥାତ୍ ଆଜି ଠୁ ଲାଗୁ ହୋଇଥିବା ନୂଆ ଅପରାଧିକ ଆଇନରେ ଏପରି ୩୩ ଅପରାଧ ସାମିଲ ଅଛି, ଯେଉଁଥିର ଜେଲ ଦଣ୍ଡାଦେଶ ସୀମା କରାଯାଇଛି। ୨୩ ଏପରି ଅପରାଧ ଅଛି ଯେଉଁଥିରେ ବାଧ୍ୟତାମୂଳକ ଦଣ୍ଡ ପ୍ରଣୟନ ସହ ୮୩ଟି ଅପରାଧରେ ଦଣ୍ଡ ବୃଦ୍ଧି କରାଯାଇଛି। ବାଧ୍ୟତାମୂଳକ ଦଣ୍ଡ ଭାରତୀୟ ନ୍ୟାୟ ସଂହିତାର ଧାରା ୯୯ ଅନ୍ତର୍ଗତ ରହିଛି। ଏଥିରେ ବେଶ୍ୟାବୃତ୍ତି ଉଦ୍ଦେଶ୍ୟରେ ଶିଶୁଙ୍କୁ କିଣିବା ମାମଲାରେ ୭ବର୍ଷ ଦଣ୍ଡ ସହ ଏହାକୁ ୧୪ ବର୍ଷ ବଢାଇବାର ପ୍ରାବଧାନ ଅଛି। 

ଏଥିସହ ଜରିମାନା ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି। ସେହିପରି ଅପରାଧ ଘଟାଇବା ପାଇଁ ଷଡ଼ଯନ୍ତ୍ର, ସହଯୋଗ ପାଇଁ ରହିଛି ୫ ବର୍ଷର ଦଣ୍ଡବିଧାନ। ଏପରି ଅନେକ ନୂଆ ପ୍ରାବଧାନ ଆଜି ଠୁ ଲାଗୁ ହୋଇଛି ଯେଉଁଥିରେ ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢିଛି। ସେହିପରି ନାବାଳିକା ଦୁଷ୍କର୍ମ ଓ ଭିଡ ହିଂସାପାଇଁ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି। 

Also Read: Cancer Symptoms: ଗୁପଚୁପ କରାଉଛି କ୍ୟାନସର!ଚକିତ କଲା FSSAIର ସର୍ଭେ

Also Read: Rahul Gandhi: ସଂସଦରେ ରାହୁଲ ରାହୁଲ କମ୍ପନ, ସେହି ୧୦ ଟି ପଏଣ୍ଟ ଯାହା ଆପଣ ଜାଣିବା ଜରୁରୀ…