Bijnor Dargah Vandalised Case: ସାମ୍ନାକୁ ଆସିଲା କୁଏତ ଲିଙ୍କ, NIA କରିବ ଯାଞ୍ଚ
Advertisement
Article Detail0/zeeodisha/odisha1275615

Bijnor Dargah Vandalised Case: ସାମ୍ନାକୁ ଆସିଲା କୁଏତ ଲିଙ୍କ, NIA କରିବ ଯାଞ୍ଚ

Bijnor Mazar Vandalised Case: ଉତ୍ତର ପ୍ରଦେଶ ବିଜନୌର ଜିଲ୍ଲାର ୩ ପୀର ବାବାଙ୍କ ସମାଧିରେ ହୋଇଥିବା ଭଙ୍ଗାରୁଜା ଘଟଣାରେ କୁଏତ ଲିଙ୍କ ସାମ୍ନାକୁ ଆସିବା ପରେ ଏହି ଘଟଣାର ତଦନ୍ତ ଭାରତ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। 

Bijnor Dargah Vandalised Case: ସାମ୍ନାକୁ ଆସିଲା କୁଏତ ଲିଙ୍କ, NIA କରିବ ଯାଞ୍ଚ

Bijnor Mazar Vandalised Case Kuwait Connection: ଉତ୍ତର ପ୍ରଦେଶ ବିଜନୌର ଜିଲ୍ଲାରେ ଶହ ଶହ ବର୍ଷ ପୁରୁଣା ୩ ପୀର ବାବାଙ୍କ ସମାଧିରେ କରାଯାଇଥିବା ଭଙ୍ଗାରୁଜା ଘଟଣାରେ ଆସିଛ ଏକ ବଡ଼ ଖବର। ଆରବ ଦେଶ ସହ ଏହି ମାମଲା ଜଡିତ ରହିଥିବା ସୂତ୍ରରୁ ଜଣାପଡିଛି। ଏନେଇ କୁହାଯାଉଛି ଯେ ଏହି ଘଟଣା  ଗିରଫ ହୋଇଥିବା ଅଭିଯୁକ୍ତ କମଲର କୁଏତ ସହ ରହିଥିବା ସମ୍ପର୍କକୁ ନେଇ ସତର୍କ ହୋଇ ଉଠିଛନ୍ତି ଭାରତୀୟ ଏଜେନ୍ସି। ବିଜନୌର ଜିଲ୍ଲାରେ ମଜାର ଅର୍ଥାତ ସମାଧି ଭାଙ୍ଗିବା ଘଟଣାର ତଦନ୍ତ ଭାରତ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। 

ଗତ ୨୪ ତାରିଖରେ ରାଜ୍ୟର ବିଜନୌର ଜିଲ୍ଲାରେ (Bijnor District) ହିନ୍ଦୁ ପୋଷାକ ପିନ୍ଧି ପୀର ବାବାଙ୍କ ସମାଧି ଭଙ୍ଗାରୁଜା କରିବା ଘଟଣାରେ ୨ ସମ୍ପର୍କୀୟ ମୁସଲିମ ଭାଇଙ୍କୁ ଗିରଫ କରି ସେମାନଙ୍କୁ ଜେରା କରୁଛି ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police)। ଗିରଫ ଅଭିଯୁକ୍ତ ଜିଲ୍ଲାର ଶେରକୋଟ ଅଞ୍ଚଳର ବାସିନ୍ଦା। ଗତ ରବିବାର ସନ୍ଧ୍ୟାରେ ହିନ୍ଦୁ ଧର୍ମର ପୋଷାକ ପିନ୍ଧି ଆଦିଲ ଏବଂ କମଲ ନାମକ ୨ ସମ୍ପର୍କୀୟ ମୁସଲିମ ଭାଇ ଶହ ଶହ ବର୍ଷ ପୁରୁଣା ଦରଗାହ ଭୁରେ ଶାହ ବାବା, ଜଲାଲଶାହ ବାବା, ତୃତୀୟ କୁତୁବ ଶାହ ସମାଧିକୁ ଟାର୍ଗେଟ କରି ଏହାକୁ ଭଙ୍ଗାରୁଜା କରିଥିଲେ। ସେମାନେ ସେଠାରେ ରଖାଯାଇଥିବା ସମସ୍ତ ଚାଦରରେ ନିଆଁରେ ଲଗାଇ ଦେଇଥିଲେ। ସାମ୍ପ୍ରଦାୟିକ ମାହୋଲ ବିଗାଡ଼ିବାକୁ ଷଡଯନ୍ତ୍ର କରି ଦୁଇ ଭାଇ ଭଗୱା ରଙ୍ଗର ପୋଷାକ ପିନ୍ଧି ଏଭଳି କାଣ୍ଡ ଭିଆଇଥିଲେ।

ଭଗୱା ରଙ୍ଗର ପୋଷାକ ପିନ୍ଧି ପୀର ବାବାଙ୍କ ସମାଧି ଭଙ୍ଗାରୁଜା କରିବା ବେଳେ କିଛି ଲୋକ ୨ ସମ୍ପର୍କୀୟ ମୁସଲିମ ଭାଇ ଆଦିଲ ଏବଂ କମଲଙ୍କୁ ଦେଖି ନେଇଥିଲେ। ଏହି ଘଟଣା ବାବଦରେ ଖବର ମାତ୍ରେ ବିଜନୌର ଜିଲ୍ଲା ପ୍ରଶାସନ (Bijnor District Adminstration) ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଭଙ୍ଗାରୁଜା କରା ଯାଇଥିବା ସେହି ତିନୋଟି ପୀର ବାବାଙ୍କ ସମାଧିକୁ ମରାମତି କରିଥିଲା। ପୋଲିସ ଏଭଳି କାଣ୍ଡ ଭିଆଇଥିବା ୨ ସମ୍ପର୍କୀୟ ମୁସଲିମ ଭାଇଙ୍କୁ ଗିରଫ କରିବା ସେମାନଙ୍କୁ ଜେରା କରିଛି। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ ଅଧିକ୍ଷକ ଦୀନେଶ ସିଂହ (Police Superintendent Dinesh Singh) କହିଛନ୍ତି ଯେ ରାତି ପ୍ରାୟ ସାଢେ ଚାରିଟା ସମୟରେ ବିଜନୌର ଜିଲ୍ଲାର ଶେରକୋଟ ଥାନା ଅଞ୍ଚଳର ହରେୱଲୀ ମାର୍ଗରେ ଅବସ୍ଥିତ ଜଲାଲ ଶାହାଙ୍କ ସମାଧି ମହମ୍ମଦ କମଲ ଏବଂ ତାଙ୍କ ଭାଇ ମହମ୍ମଦ ଆଦିଲଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଥିଲା। ସେମାନେ ସମାଧିରେ ଭଙ୍ଗାରୁଜା କରିବା ବେଳେ ସେଠାରେ ରଖାଯାଇଥିବା ଚାଦରରେ ନିଆଁ ଲଗାଇ ଦେଇଥିଲେ।  ଏହା ପୂର୍ବରୁ ସେମାନେ ଅନ୍ୟ ଏକ ସମାଧିରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ହୋଇଥିବା ଅନୁସନ୍ଧାନରୁ ଜଣାଡ଼ିଛି ଯେ ୨ ଭାଇ ଘୋସିୟାୱାଲା ଅଞ୍ଚଳରେ ଅବସ୍ଥିତ ଅନ୍ୟ ଏକ ସମାଧି ଏବଂ କୁତୁବ ଶାହାଙ୍କ ସମାଧିରେ ଭଙ୍ଗାରୁଜା କରିଥିଲେ। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ପୋଲିସ ଆଇନ ଶୃଙ୍ଖଳା ବିଭାଗ ଅତିରିକ୍ତ ମହାନିର୍ଦ୍ଦେଶକ (UP Police Law and Order ADG) ପ୍ରଶାନ୍ତ କୁମାର (UP Police ADG Prashant Kumar) କହିଛନ୍ତି ଯେ ବିଜନୌର ଜିଲ୍ଲାର ଶେରକୋଟ ଥାନାକୁ ଗତ ରବିବାର ସନ୍ଧ୍ୟାରେ ଖବର ମିଳିଥିଲା ଯେ ଜାଲ ଶାହାଙ୍କ ସମାଧିରେ ଭଙ୍ଗାରୁଜା କରାଯିବା ସହ ସେଠାରେ ରଖାଯାଇଥିବା ଚାଦରକୁ ପୋଡି ଦିଆଯାଇଛି। ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ସେତେବେଳେ ଖବର ମିଳିଥିଲା ଯେ ଭୁରେ ଶାହାଙ୍କ ସମାଧିରେ ଭଙ୍ଗାରୁଜା କରାଯିବା ସହ ସେଠାରେ ନିଆଁ ଲଗାଇ ଦିଆଯାଇଛି। 

Also Read: Bijnor Dargah Vandalised Case: ଷଡଯନ୍ତ୍ରର ପର୍ଦ୍ଦଫାଶ କଲା ଉତ୍ତର ପ୍ରଦେଶ ପୋଲିସ