Bijnor Dargah Vandalised Case: ଷଡଯନ୍ତ୍ରର ପର୍ଦ୍ଦଫାଶ କଲା ଉତ୍ତର ପ୍ରଦେଶ ପୋଲିସ
Advertisement
Article Detail0/zeeodisha/odisha1275492

Bijnor Dargah Vandalised Case: ଷଡଯନ୍ତ୍ରର ପର୍ଦ୍ଦଫାଶ କଲା ଉତ୍ତର ପ୍ରଦେଶ ପୋଲିସ

Bijnor Dargah Vandalised Case: ରାଜ୍ୟର ବିଜନୌର ଜିଲ୍ଲାରେହିନ୍ଦୁ ପୋଷାକ ପିନ୍ଧି ପୀର ବାବାଙ୍କ ସମାଧି ଭଙ୍ଗାରୁଜା କରିବା ଘଟଣାରେ ୨ ସମ୍ପର୍କୀୟ ଭାଇଙ୍କୁ ଗିରଫ କରି ସେମାନଙ୍କୁ ଜେରା କରୁଛି ଉତ୍ତର ପ୍ରଦେଶ ପୋଲିସ। 

Bijnor Dargah Vandalised Case: ଷଡଯନ୍ତ୍ରର ପର୍ଦ୍ଦଫାଶ କଲା ଉତ୍ତର ପ୍ରଦେଶ ପୋଲିସ

Attempt to Disturb Peace: ଉତ୍ତର ପ୍ରଦେଶ ବିଜନୌର ଜିଲ୍ଲାରେ ଶହ ଶହ ବର୍ଷ ପୁରୁଣା ୩ ପୀର ବାବାଙ୍କ ସମାଧିକୁ ଟାର୍ଗେଟ କରି ସାମ୍ପ୍ରଦାୟିକ ମାହୋଲ ବିଗାଡ଼ିବାକୁ ଚେଷ୍ଟା କରିଛନ୍ତି ପରସ୍ପରର ଦୁଇ ସମ୍ପର୍କୀୟ ଭାଇ। ସେମାନେ ହିନ୍ଦୁ ଧର୍ମର ପୋଷାକ ପିନ୍ଧି ସମାଧିରେ ଭଙ୍ଗାରୁଜା କରିଥିଲେ। କେବଳ ଏତିକି ନୁହେଁ ସେମାନେ ସମାଧିରେ ରଖା ଯାଇଥିବା ଚାଦରରେ ନିଆଁ ଲଗାଇ ଦେଇଥିଲା। ଏହି ଘଟଣାକୁ ନେଇ ବିଜନୌର ଜିଲ୍ଲାରେ ସାମ୍ପ୍ରଦାୟିକ ମାହୋଲ ବିଗଡ଼ି ଯିବାର ସମ୍ଭବନା ରହିଥିଲା। ମାତ୍ର ଜିଲ୍ଲା ପ୍ରଶାସନର ଉପସ୍ଥିତ ବୁଦ୍ଧି କାରଣରୁ ଏପରି କୌଣସି ଘଟଣା ଘଟିନାହିଁ।

ରାଜ୍ୟର ବିଜନୌର ଜିଲ୍ଲାରେ (Bijnor District) ହିନ୍ଦୁ ପୋଷାକ ପିନ୍ଧି ପୀର ବାବାଙ୍କ ସମାଧି ଭଙ୍ଗାରୁଜା କରିବା ଘଟଣାରେ ୨ ସମ୍ପର୍କୀୟ ଭାଇଙ୍କୁ (Muslim Brother) ଗିରଫ କରି ସେମାନଙ୍କୁ ଜେରା କରୁଛି ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police)। ଗିରଫ ଅଭିଯୁକ୍ତ ଜିଲ୍ଲାର ଶେରକୋଟ ଅଞ୍ଚଳର ବାସିନ୍ଦା। ଗତ ରବିବାର ସନ୍ଧ୍ୟାରେ ହିନ୍ଦୁ ଧର୍ମର ପୋଷାକ ପିନ୍ଧି ଆଦିଲ ଏବଂ କମଲ ନାମକ ୨ ସମ୍ପର୍କୀୟ ମୁସଲିମ ଭାଇ ଶହ ଶହ ବର୍ଷ ପୁରୁଣା ଦରଗାହ ଭୁରେ ଶାହ ବାବା, ଜଲାଲଶାହ ବାବା, ତୃତୀୟ କୁତୁବ ଶାହ ସମାଧିକୁ ଟାର୍ଗେଟ କରି ଏହାକୁ ଭଙ୍ଗାରୁଜା କରିଥିଲେ। ସେମାନେ ସେଠାରେ ରଖାଯାଇଥିବା ସମସ୍ତ ଚାଦରରେ ନିଆଁରେ ଲଗାଇ ଦେଇଥିଲେ। ସାମ୍ପ୍ରଦାୟିକ ମାହୋଲ ବିଗାଡ଼ିବାକୁ ଷଡଯନ୍ତ୍ର କରି ଦୁଇ ଭାଇ ଭଗୱା ରଙ୍ଗର ପୋଷାକ ପିନ୍ଧି ଏଭଳି କାଣ୍ଡ ଭିଆଇଥିଲେ।

ଭଗୱା ରଙ୍ଗର ପୋଷାକ ପିନ୍ଧି ପୀର ବାବାଙ୍କ ସମାଧି ଭଙ୍ଗାରୁଜା କରିବା ବେଳେ କିଛି ଲୋକ ୨ ସମ୍ପର୍କୀୟ ମୁସଲିମ ଭାଇ ଆଦିଲ ଏବଂ କମଲଙ୍କୁ ଦେଖି ନେଇଥିଲେ। ଏହି ଘଟଣା ବାବଦରେ ଖବର ମାତ୍ରେ ବିଜନୌର ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଭଙ୍ଗାରୁଜା କରା ଯାଇଥିବା ସେହି ତିନୋଟି ପୀର ବାବାଙ୍କ ସମାଧିକୁ ମରାମତି କରିଥିଲା। ପୋଲିସ ଏଭଳି କାଣ୍ଡ ଭିଆଇଥିବା ୨ ସମ୍ପର୍କୀୟ ମୁସଲିମ ଭାଇଙ୍କୁ ଗିରଫ କରିବା ସେମାନଙ୍କୁ ଜେରା କରିଛି। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ପୋଲିସ ଆଇନ ଶୃଙ୍ଖଳା ବିଭାଗ ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର କହିଛନ୍ତି ଯେ ବିଜନୌର ଜିଲ୍ଲାର ଶେରକୋଟ ଥାନାକୁ ଗତ ରବିବାର ସନ୍ଧ୍ୟାରେ ଖବର ମିଳିଥିଲା ଯେ ଜାଲ ଶାହାଙ୍କ ସମାଧିରେ ଭଙ୍ଗାରୁଜା କରାଯିବା ସହ ସେଠାରେ ରଖାଯାଇଥିବା ଚାଦରକୁ ପୋଡି ଦିଆଯାଇଛି। ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ସେତେବେଳେ ଖବର ମିଳିଥିଲା ଯେ ଭୁରେ ଶାହାଙ୍କ ସମାଧିରେ ଭଙ୍ଗାରୁଜା କରାଯିବା ସହ ସେଠାରେ ନିଆଁ ଲଗାଇ ଦିଆଯାଇଛି। 

Also Read: Kannauj: ମନ୍ଦିର ପରିସରରେ ମାଂସ ଫିଙ୍ଗିବାକୁ ନେଇ ବିବାଦ, ଦୋକାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

Also Read: Ajmer Hate Speech: ଭିଡି଼ଓ ଭାଇରାଲ ପରେ ପୁଣି ବିବାଦ ଘେରକୁ ଆସିଲା ଆଜମେର ଶରିଫ ଦରଗାହ