Mann Ki Baat: ୩ ମାସ ଯାଏଁ ମୋଦିଙ୍କ ମନ କୀ ବାତ୍ ବନ୍ଦ, କାରଣ କହିଲେ ପ୍ରଧାନମନ୍ତ୍ରୀ
Advertisement

Mann Ki Baat: ୩ ମାସ ଯାଏଁ ମୋଦିଙ୍କ ମନ କୀ ବାତ୍ ବନ୍ଦ, କାରଣ କହିଲେ ପ୍ରଧାନମନ୍ତ୍ରୀ

Mann Ki Baat: ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମାର୍ଚ୍ଚରେ ହେବାକୁ ଥିବା ଲୋକସଭା ନିର୍ବାଚନ ହେତୁ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବ, ତେଣୁ ଆସନ୍ତା ୩ ମାସ ପାଇଁ 'ମନ କୀ ବାତ୍'କାର୍ଯ୍ୟକ୍ରମ ପ୍ରସାରିତ ହେବ ନାହିଁ। ଆଜି ଭାରତର ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି ବୋଲି ନିଜ ଅଭିଭାଷଣ ରେ କହିଥିଲେ ମୋଦି।

 

Mann Ki Baat: ୩ ମାସ ଯାଏଁ ମୋଦିଙ୍କ ମନ କୀ ବାତ୍ ବନ୍ଦ, କାରଣ କହିଲେ ପ୍ରଧାନମନ୍ତ୍ରୀ

Mann Ki Baat: ଲୋକପ୍ରିୟ କାର୍ଯ୍ୟକ୍ରମ 'ମନ କୀ ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ କଥାବାର୍ତ୍ତା କରିଥାନ୍ତି । ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ କଥା ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶରେ ନାମୋ ଦିଦି ଡ୍ରୋନ୍ ଉପରେ ଆଲୋଚନା ହେଉଛି। ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗରେ ଅଛି । ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,'କିଛି ଦିନ ପରେ ମାର୍ଚ୍ଚ ୮ ରେ ଆମେ ବିଶ୍ୱ ମହିଳା ଦିବସ ପାଳନ କରିବୁ ବୋଲି କହିଛନ୍ତି । ଏହି ବିଶେଷ ଦିନ ଦେଶର ବିକାଶରେ ମହିଳାଙ୍କ ଅବଦାନକୁ ଦର୍ଶାଇଥାଏ ବୋଲି ସେ କହିଛନ୍ତି।

ମହାନ କବି ଭାରତୀୟାର କହିଥିଲେ ଯେ, ସେତେବେଳେ ବିଶ୍ୱ ମହାନ ହୋଇପାରିବ ଯେତେବେଳେ ମହିଳାମାନଙ୍କୁ ସମାନ ସୁଯୋଗ ଦିଆଯିବ। 'ଏହା ମନ୍ କୀ ବାତର ୧୧୦ ତମ ସଂସ୍କରଣ ଥିଲା। ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମାର୍ଚ୍ଚରେ ହେବାକୁ ଥିବା ଲୋକସଭା ନିର୍ବାଚନ ହେତୁ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବ, ତେଣୁ ଆସନ୍ତା ୩ ମାସ ପାଇଁ 'ମନ କୀ ବାତ୍'କାର୍ଯ୍ୟକ୍ରମ (Mann Ki Baat Programme) ପ୍ରସାରିତ ହେବ ନାହିଁ। ଆଜି ଭାରତର ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି ବୋଲି ନିଜ ଅଭିଭାଷଣ ରେ କହିଥିଲେ ମୋଦି।

ଆଜି ପ୍ରତ୍ୟେକ ଗ୍ରାମରେ ଡ୍ରୋନ୍ ଦିଦି (Drone Didi) ଉପରେ ଆଲୋଚନା ହେଉଛି। ସମସ୍ତଙ୍କ ଓଠରେ ନାମୋ ଡ୍ରୋନ୍ ଦିଦି, ନାମୋ ଡ୍ରୋନ୍ ଦିଦି ନାରା ଅଛି। ଏହି ନାମୋ ଡ୍ରୋନ୍ ଦିଦି ଦେଶରେ କୃଷିକୁ ଆଧୁନିକୀକରଣ କରିବା ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାସାୟନିକ ପଦାର୍ଥ ହେତୁ ଆମ ଧରିତ୍ରୀ ମାକୁ ଯେଉଁ ପୀଡା ଓ ଯନ୍ତ୍ରଣା କଷ୍ଟ ହେଉଛି ସେହି କଷ୍ଟରୁ ଧରିତ୍ରୀ ମାକୁ ବଞ୍ଚାଇବାକୁ ଆମ ଦେଶର ମା ମାନେ ବଡ଼ ଭୂମିକା ଗ୍ରହଣ କରିଛନ୍ତି।

ମାର୍ଚ୍ଚ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ଯୋଗୁଁ ଆଚରଣ ବିଧି କାର୍ଯ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଆସନ୍ତା ତିନି ମାସ ଧରି ମନ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ ହେବ ନାହିଁ। ସେ କହିଛନ୍ତି, 'ଜାମ୍ମୁ କାଶ୍ମୀରର (Jammu Kashmir) ଗୌନ୍ଦରବାଲର ମହମ୍ମଦ ମାନସା ଗତ ତିନି ଦଶନ୍ଧି ଧରି ଗୋଜ୍ରି ଭାଷାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଅରୁଣାଚଳ ପ୍ରଦେଶର ତିରାପର ବାନୱାଙ୍ଗ ଲସୁ ଜି ଜଣେ ଶିକ୍ଷକ। 

ୱାନଚୋ ଭାଷାର ପ୍ରସାରରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ଏହି ଭାଷା ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ଆସାମର କିଛି ଅଂଶରେ କଥିତ। ଆମ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗୀତ ଏବଂ ନୃତ୍ୟ ମାଧ୍ୟମରେ ସେମାନଙ୍କର ସଂସ୍କୃତି ଏବଂ ଭାଷା ସଂରକ୍ଷଣ କରିବାରେ ବ୍ୟସ୍ତ ଅଛନ୍ତି । କର୍ଣ୍ଣାଟକର ଭେଙ୍କପ୍ପା ଅମ୍ବାଜୀ ସୁଗେଟକର, ତାଙ୍କ ଜୀବନ ମଧ୍ୟ ଏହି ପ୍ରସଙ୍ଗରେ ଅତ୍ୟନ୍ତ ପ୍ରେରଣାଦାୟକ ଅଟେ ବୋଲି ନିଜ ୧୧୦ ତମ ସଂସ୍କରଣ ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି (Prime Minister Narendra Modi)। 

Also Read: Odisha News: ପାରାଦୀପରୁ ୨୫ ଫୁଟର ଅଜଗର ଉଦ୍ଧାର