Sri Lanka: ସରକାରଙ୍କ ଖେଳ ଶେଷ; ପ୍ରଦର୍ଶନ ମଧ୍ୟରେ ଆସିଲା ବଡ଼ ଖବର
Advertisement
Article Detail0/zeeodisha/odisha1143755

Sri Lanka: ସରକାରଙ୍କ ଖେଳ ଶେଷ; ପ୍ରଦର୍ଶନ ମଧ୍ୟରେ ଆସିଲା ବଡ଼ ଖବର

ଦିନକୁ ଦିନ ଦେଶରେ ବଢୁଥିବା ଜନଅସନ୍ତୋଷ ମଧ୍ୟରେ ଦେଶରେ କ୍ଷମତାସୀନ ଶାସକ ମେଣ୍ଟ ବହୁମତ ହରାଇ ସାରିଛି। 

Sri Lanka: ସରକାରଙ୍କ ଖେଳ ଶେଷ; ପ୍ରଦର୍ଶନ ମଧ୍ୟରେ ଆସିଲା ବଡ଼ ଖବର

କୋଲମ୍ବୋ: ଶ୍ରୀଲଙ୍କାର ଶାସନ ଗାଦିରେ ବସିଥିବା ରାଜପକ୍ଷେ ପରିବାରର ବିଫଳତାକୁ ନେଇ ସମଗ୍ର ଦେଶରେ ଜାରି ରହିଛି ବିରୋଧ ପ୍ରଦର୍ଶନ। ଦିନକୁ ଦିନ ଦେଶରେ ବଢୁଥିବା ଜନଅସନ୍ତୋଷ ମଧ୍ୟରେ ଦେଶରେ କ୍ଷମତାସୀନ ଶାସକ ମେଣ୍ଟ ବହୁମତ ହରାଇ ସାରିଛି। ଦେଶରେ ଜାରି ରହିଥିବା ଆର୍ଥିକ ସଂକଟ ମଧ୍ୟରେ ୪୧ ଜଣ ସାଂସଦ କ୍ଷମତାସୀନ ମେଣ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନେବା ପରେ ରାଜପକ୍ଷେ ସରକାରର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି।   

ଏହା ମଧ୍ୟରେ ଶ୍ରୀଲଙ୍କା ଫ୍ରିଡମ ପାର୍ଟି (SLFP) ନେତା ମୈତ୍ରୀପାଲ ଶିରିସେନା କହିଛନ୍ତି ଆମ ଦଳ ଦେଶର ଜନସାଧାରଣଙ୍କ ସହ ରହିଛି। ରାଜପକ୍ଷେ ପରିବାରର ବିଫଳତାକୁ ସମଗ୍ର ଦେଶରେ ଚାଲିଥିବା ପ୍ରଦର୍ଶନ ଥମିବାର ନାଁ ନେଉନାହିଁ। ଖରାପ ଅର୍ଥନୀତି ସବୁ କିଛି ସ୍ଥଗିତ ରଖି ଦେଇଛି। ଖାଦ୍ୟ ଠାରୁ ଆରମ୍ଭ କରି ପାନୀୟ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜରୁରୀ ଜିନିଷର ଅଭାବ ଅଛି। ରାଜଧାନୀ କଲମ୍ବୋରେ ପରିସ୍ଥିତି ଏତେ ବିଗିଡି ଯାଇଥିଲା ଯେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା। ଏହାର କାରଣ ହେଉଛି ବିଦ୍ୟୁତ୍ ସଞ୍ଚୟ କରିବା ପାଇଁ ଶ୍ରୀଲଙ୍କା ସରକାର ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ରହିଥିବା ରାଜପଥ ଲାଇଟ୍ ବନ୍ଦ କରି ଦେଇଛନ୍ତି। ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ପାଇଁ କିଛି ବ୍ୟବସ୍ଥା କରାଯାଇପାରିବ।

Also Read: Sri Lanka Economic Crisis: ପଦ ଛାଡିଲେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିୱାର୍ଡ କବରାଲ

ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ଶେଷ କରିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସୋମବାର ୪ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ଦେଶରେ ଭୟଙ୍କର ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ମଧ୍ୟରେ କ୍ୟାବିନେଟ୍ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷ ଶ୍ରୀଲଙ୍କା ବିରୋଧୀ ଦଳ ଏକ ସର୍ବଦଳୀୟ ସରକାର ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି। 

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ। ଦେଶର ଜାରି ରହିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଘନ ଘନ ରାଜନୈତିକ ବୈଠକ କରିବାରେ ଲାଗିଛନ୍ତି ରାଷ୍ଟ୍ରପତି। ଦେଶରେ କ୍ଷମତାସୀନ ଶ୍ରୀଲଙ୍କା ପୋଦୁଜାନା ପେରାମୁନା (SLPP) ବର୍ତ୍ତମାନ ଏହାର ୧୧୩  ସିଟ୍ ଦଖଲ କରିବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ସଂଖ୍ୟାଗରିଷ୍ଠତା ହାସଲ କରାଯିବା ସହ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ। 

Also Read: Sri Lanka: କାହିଁକି ସୃଷ୍ଟି ହେଲା ଅର୍ଥନୈତକ ସଂକଟ? ଜାଣନ୍ତୁ ଏହାର ୫ କାରଣ

ଅନ୍ୟପଟେ ଶାସକ SLPP ଦଳର ପ୍ରମୁଖ ମେଣ୍ଟ ସହଯୋଗୀ SLFP ଘୋଷଣା କରିଛି ଏହାର ସମସ୍ତ ୧୪ ସାଂସଦ ମେଣ୍ଟ ସରକାରରୁ ଓହରିଯିବେ। ମହିନ୍ଦା ରାଜପକ୍ଷେଙ୍କ ରାଷ୍ଟ୍ରପତିତ୍ୱ ସମୟରେ ହୋଇଥିବା ତାମିଲ ବିଦ୍ରୋହୀ ଯୁଦ୍ଧରେ ତତ୍କାଳୀନ ପ୍ରତିରକ୍ଷା ସଚିବ ଗୋଟାବାୟା ରାଜପକ୍ଷେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Also Read: Sri Lanka: ଗଣ ବିକ୍ଷୋଭ ପରେ ଦେଶରେ ଜାରି ହେଲା ଜାତୀୟ ଜରୁରୀ କାଳୀନ ପରିସ୍ଥିତି

ଗତ ୨୦୧୯ ନିର୍ବାଚନରେ ୨/୩ ବହୁମତ ସହ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ଗୋଟାବାୟା ରାଜପକ୍ଷେ। ମାତ୍ର ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ଏବଂ ମୂଲ୍ୟ ହ୍ରାସ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥିଲେ। ଯାହା ଫଳରେ ଇନ୍ଧନ, ଏଲପି ଗ୍ୟାସ, ବିଦ୍ୟୁତ ଏବଂ ଅତ୍ୟାବଶ୍ୟକ ଖାଦ୍ୟର ଅଭାବ ଦେଖାଦେଇଥିଲା। ଆର୍ଥିକ ସ୍ଥିତି ବିଗିଡି ଯିବା ପରେ ଶ୍ରୀଲଙ୍କା ଜନସାଧାରଣ ଦେଶର ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ସେଠାକାର ସ୍ଥିତି ଏପରି ହେଲାଣି ଯେ ବର୍ତ୍ତମାନ ଶ୍ରୀଲଙ୍କା ଅର୍ଥନୈତିକ-ରାଜନୈତିକ ସଂକଟ ମଧ୍ୟରେ ଗୃହଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି।