Survey: ବିବାହକୁ ମୁହଁ ମୋଡୁଛନ୍ତି ଏକ ତୃତୀୟାଂଶ ଯୁବପିଢ଼ି, ସନ୍ତାନ ଚାହୁଁ ନାହାନ୍ତି ଦମ୍ପତି
Advertisement
Article Detail0/zeeodisha/odisha1379635

Survey: ବିବାହକୁ ମୁହଁ ମୋଡୁଛନ୍ତି ଏକ ତୃତୀୟାଂଶ ଯୁବପିଢ଼ି, ସନ୍ତାନ ଚାହୁଁ ନାହାନ୍ତି ଦମ୍ପତି

Social Security Research: ସଙ୍କଟରେ ଜାପାନର ଜନସଂଖ୍ୟା। ଲଗାତର ହ୍ରାସ ପାଉଥିବା ମୃତ୍ୟୁ ହାରକୁ ନେଇ ଜାପାନ ସରକାର ଚିନ୍ତାରେ ଅଛନ୍ତି। ଜାପାନର ୩୨ ପ୍ରତିଶତ ଯୁବପିଢି ବିବାହ କରିବାକୁ ଚାହୁଁ ନାହାନ୍ତି। ଅନ୍ୟପଟେ ବିବାହିତ ସନ୍ତାନ ଜନ୍ମ କରିବାକୁ ଯୋଜନା କରୁନାହାନ୍ତି।

 

Survey: ବିବାହକୁ ମୁହଁ ମୋଡୁଛନ୍ତି ଏକ ତୃତୀୟାଂଶ ଯୁବପିଢ଼ି, ସନ୍ତାନ ଚାହୁଁ ନାହାନ୍ତି ଦମ୍ପତି

Survey on marriage, ନୂଆଦିଲ୍ଲୀ: ବିବାହକୁ ନେଇ କରାଯାଇଥିବା ଏକ ସର୍ଭେରୁ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି। ଗତ ସେପ୍ଟେମ୍ବର ୯ରେ ଜାପାନର ୨୦୨୧ ବାର୍ଷିକ ଜନସଂଖ୍ୟା ଏବଂ ସାମାଜିକ ସୁରକ୍ଷା ସର୍ବେକ୍ଷଣର ଫଳାଫଳ ପ୍ରକାଶ କରାଇଛି। ଯାହା ହ୍ରାସ ପାଉଥିବା ଜନ୍ମ ହାରକୁ ନେଇ ଚିନ୍ତିତ ଥିବା ଜାପାନ ସରକାରଙ୍କୁ ବିଚାର କରିବାକୁ ବିବଶ କରିଦେଇଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଜାପାନରେ ଅଧିକରୁ ଅଧିକ ଲୋକ ବିବାହ କରୁ ନାହାଁନ୍ତି କିମ୍ବା ବିବାହ ବନ୍ଧନ ବାନ୍ଧିବାକୁ ଇଚ୍ଛା କରୁନାହାଁନ୍ତି। ଜାପାନର ପ୍ରାୟ ଏକ ତୃତୀୟାଂଶ ଯୁବପିଢି ବିବାହ କରିବାକୁ ଚାହୁଁ ନାହାନ୍ତି। ସର୍ଭେରେ ସାମିଲ ୧୮ରୁ ୩୪ ବର୍ଷ ବୟସର ୩୨% ଯୁବପିଢି ବିବାହ ପ୍ରତି ବିତୃଷ୍ଣା ଭାବ ଦେଖାଇଛନ୍ତି। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ୍ ଆଣ୍ଡ ସୋସିଆଲ୍ ସିକ୍ୟୁରିଟି ରିସର୍ଚ୍ଚ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। 

ପ୍ରତି ପାଞ୍ଚ ବର୍ଷରେ ଜାପାନରେ ଜନସଂଖ୍ୟା ଏବଂ ସାମାଜିକ ସୁରକ୍ଷା ସର୍ବେକ୍ଷଣ କରାଯାଏ। ମହାମାରୀ କୋରୋନା କାରଣରୁ ସଦ୍ୟ ସଂସ୍କରଣ ବର୍ଷେ ପାଇଁ ସ୍ଥଗିତ ଥିଲା, କିନ୍ତୁ ତାହାକୁ ୨୦୨୧ ମସିହାରେ କରାଯାଇଥିଲା। ଦେଶବ୍ୟାପୀ ସର୍ଭେରେ ୧୪୦୧୧ ଜଣ ଅବିବାହିତ ପୁରୁଷ, ମହିଳା ଏବଂ ୯୪୦୧ ଯୋଡି ବିବାହିତ ଦମ୍ପତିଙ୍କୁ ସାମିଲ କରାଯାଇଥିଲା। ଏହି ସଂଖ୍ୟାରୁ ୫୫.୯% ଅବିବାହିତ ଏବଂ ୭୨.୭% ଦମ୍ପତ୍ତି ପ୍ରତିକ୍ରିୟା ଦେଇଥିଲେ। ରିସର୍ଚ୍ଚର ରିପୋର୍ଟ ଅନୁସାରେ ଜାପାନର ୧୭.୩% ପୁରୁଷ ଏବଂ ୧୪.୬% ମହିଳା କହିଛନ୍ତି ଯେ, ସେମାନଙ୍କର ବିବାହ କରିବାର ଇଚ୍ଛା ନାହିଁ। ୩୦ ବର୍ଷ ପୂର୍ବେ ୧୯୮୨ରେ ଆରମ୍ଭ ହୋଇଥିବା ସର୍ଭେରେ ଏହା ସର୍ବକାଳୀନ ରେକର୍ଡ। ଉଦ୍‌ଘାଟନୀ ସର୍ଭେରେ ମାତ୍ର ୨.୩% ପୁରୁଷ ଏବଂ ୪.୧% ମହିଳା ବିବାହ କରିବେ ନାହିଁ ବୋଲି କହିଥିଲେ। ତେବେ ୨୦୦୨ ମସିହା ଠାରୁ ଏହି ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଛି।

Also Read: Vegetarian Profits: ଶାକାହାରୀଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ

୧୯୮୨ ମସିହାରେ, ୯୫.୯% ଅବିବାହିତ ପୁରୁଷ ଏବଂ ୯୪.୨% ଅବିବାହିତ ମହିଳା ବିବାହ କରିବେ ବୋଲି କହିଥିଲେ। କିନ୍ତୁ ୨୦୨୧ ବେଳକୁ ବିବାହ ପାଇଁ ଇଚ୍ଛୁକ ଥିବା ପୁରୁଷ ଓ ମହିଳାଙ୍କ ସଂଖ୍ୟ କ୍ରମଂଶ ୮୧.୪% ଓ ୮୪.୩% ରହିଛି। ମହିଳାଙ୍କ ଆଦର୍ଶ ଜୀବନଶୈଳୀ କିପରି ହେବା ଉଚିତ ବୋଲି ପଚରାଯାଇଥିବା ଉତ୍ତରରେ ୩୯.୪% ଅବିବାହିତ ପୁରୁଷ ଏବଂ ୩୪% ଅବିବାହିତ ମହିଳା କହିଛନ୍ତି ଯେ, ଏହା ସେମାନଙ୍କ କ୍ୟାରିୟରେ ସନ୍ତୁଳନ ହେବ ଏବଂ ପିଲାମାନଙ୍କ ଲାଳନ ପାଳନ କରିବା। ତେବେ ମହିଳାଙ୍କୁ ସ୍ୱାଧିନତା ଦେବା ସପକ୍ଷରେ ଜାପାନୀ ପୁରୁଷ ଆଗୁଆ ରହିଛନ୍ତି। କାରଣ ମହିଳାମାନେ ବିବାହ ପରେ କେବଳ ଘରେ ରହିବେ ବୋଲି କହୁଥିବା ଅବିବାହିତ ପୁରୁଷଙ୍କ ସଂଖ୍ୟା ହ୍ରାସ ପାଇଛି। 

ପୁରୁଷ ଏବଂ ମହିଳାମାନେ ସେମାନଙ୍କର ସମ୍ଭାବ୍ୟ ପତି-ପତ୍ନୀ କେମିତି ହେବା ଆବଶ୍ୟକ? ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ୪୮.୨% ପୁରୁଷ କହିଥିଲେ ଯେ, ସେମାନଙ୍କ ପତ୍ନୀ "ଆର୍ଥିକ ସାମର୍ଥ୍ୟ" ହୋଇଥିବା ଉଚିତ। ସେହିପରି ୭୦.୨% ମହିଳା ଚାହୁଁଛନ୍ତି ଯେ, ତାଙ୍କ ଜୀବନ ସାଥୀ ଘର କାମ ଏବଂ ଶିଶୁ ଯତ୍ନ ବିଷୟରେ ଜାଣିବା ଜରୁରୀ। ସେହିପରି ସନ୍ତାନ ଜନ୍ମ କରିବାକୁ ନେଇ ଜାପାନୀମାନେ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ବିବାହିତ ଦମ୍ପତି ହାରାହାରି ୨.୦୧ ସନ୍ତାନ ପାଇଁ ଯୋଜନା କରୁଛନ୍ତି। ଯାହା ପୂର୍ବ ସର୍ଭେ ସହ ପ୍ରାୟ ସମାନ ହୋଇଥିବା ବେଳେ ଜାତୀୟ ହାରରେ ୦.୦୭% କମ୍। କମ ସଂଖ୍ୟକ ସନ୍ତାନ ଯୋଜନା କରିବାର କାରଣ "ଶିଶୁ ଯତ୍ନ ଏବଂ ଅତ୍ୟଧିକ ଶିକ୍ଷା ଖର୍ଚ୍ଚ" ବୋଲି ୫୨.୬% ଦମ୍ପତ୍ତି କହିଛନ୍ତି।

Also Read: ୩୦ ସେକେଣ୍ଡରେ ୧୧୭ ବମ୍ ସ୍କିପ୍ କରି ସୃଷ୍ଟି କଲେ ବିଶ୍ୱ ରେକର୍ଡ, ଜାଣନ୍ତୁ ଏହି ବ୍ୟକ୍ତିଙ୍କ କିଏ

Chukyo University in Aichi Prefectureର ସମାଜବିଜ୍ଞାନ ପ୍ରଫେସର ଶିଗେକି ମତସୁଦା କହିଛନ୍ତି ଯେ, ଜନ୍ମ ହାର ହ୍ରାସ ପାଇବା ଦ୍ୱାରା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ,ଜାପାନ ସରକାର ଜନ୍ମ ହାର ବୃଦ୍ଧି ପାଇଁ କାର୍ଯ୍ୟ କରିଆସୁଛନ୍ତି। ଯେଉଁମାନେ ବିବାହ କରିବାକୁ କିମ୍ବା ସନ୍ତାନ ପ୍ରାପ୍ତି ଇଚ୍ଛା କରୁଛନ୍ତି ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯଦି ବିବାହ କରିବାକୁ ଚାହୁଁନଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି, ତେବେ ସରକାରଙ୍କୁ ତାଙ୍କର ନୀତି ସମୀକ୍ଷା କରିବାକୁ ପଡିବ ଏବଂ ଦେଶରେ ଜନ୍ମ ହାର ଆହୁରି ହ୍ରାସ ପାଇବ। ଜନ୍ମ ହାର ହ୍ରାସ ହେତୁ ଜାପାନର ଜନସଂଖ୍ୟା ୧୨୫.୯୩ ମିଲିୟନକୁ ଖସି ଆସିଛି।