Shocking News: ପୋଲ ପରେ ତାଡ଼ି ନେଇଗଲେ ପଞ୍ଚାୟତ ଭବନ ଇଟା
Advertisement

Shocking News: ପୋଲ ପରେ ତାଡ଼ି ନେଇଗଲେ ପଞ୍ଚାୟତ ଭବନ ଇଟା

ପ୍ରାୟ ୧୫ ମାସ ପୂର୍ବେ ଗ୍ରାମପଞ୍ଚାୟତରେ ଆରମ୍ଭ ହୋଇଥିଲା ପଞ୍ଚାୟତ ଭବନ ନିର୍ମାଣ କାର୍ଯ୍ୟ। 

Shocking News: ପୋଲ ପରେ ତାଡ଼ି ନେଇଗଲେ ପଞ୍ଚାୟତ ଭବନ ଇଟା

Panchayat Bhawan Bricks Sold: ନିକଟରେ ହୋଇଥିବା ଲୁହା ପୋଲ ଚୋରି ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ପୁଣି ଥରେ ବିହାରରୁ ଆସିଛି ଏକ ଚକିତ କରିବା ଭଳି ଖବର। ରାଜ୍ୟର ମୁଜ୍ଜାଫରନଗର ଜିଲ୍ଲାର ଔରାଇ ବ୍ଲକରେ ଏକ ପଞ୍ଚାୟତ ଭବନ ଘରକୁ ଭାଙ୍ଗି ଏହାକୁ ବିକ୍ରି କରାଯାଇଥିବ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ମୁଖିଆ ଏବଂ ପଞ୍ଚାୟତ ସଚିବଙ୍କୁ ଜବାବ ତଲବ କରାଯାଇଛି।
 
ପ୍ରାୟ ୧୫ ମାସ ପୂର୍ବେ ଔରାଇ ଗ୍ରାମପଞ୍ଚାୟତରେ ଆରମ୍ଭ ହୋଇଥିଲା ପଞ୍ଚାୟତ ଭବନ ନିର୍ମାଣ କାର୍ଯ୍ୟ। ନିର୍ମାଣଧିନ ଅବସ୍ଥାରେ ରହିଥିବାରୁ ପଞ୍ଚାୟତ ଭବନ ଘର ବ୍ୟବହାର ଉପଯୋଗୀ ହୋଇ ପାରିନଥିଲା। ହେଲେ  ଏବେ ଏହି ଘରକୁ ବିନା କୌଣସି ନିଲାମୀରେ ଏହାକୁ ଭଙ୍ଗାଯାଇ ଏହା ଇଟା ସମେତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରାଯାଇଥିବାର ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ଗ୍ରାମପଞ୍ଚାୟତ ମୁଖିଆ ଏବଂ ପଞ୍ଚାୟତ ସଚିବଙ୍କ ସମ୍ପୃକ୍ତି ରହିଥିବାର ଅଭିଯୋଗ ହୋଇଛି। 

ପଞ୍ଚାୟତ ଭବନ ଭଙ୍ଗା ଘଟଣାରେ ଔରାଇ ବ୍ଲକ ପଞ୍ଚାୟତରାଜ ଅଧିକାରୀ ଗିରିଜେଶ ନନ୍ଦନ ମୁଖିଆ ଏବଂ ସଚିବଙ୍କୁ ନୋଟିସ ଜାରି କରି ୨ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ହୋଇଥିବା ନୋଟିସ ଜରିଆରେ କୁହାଯାଇଛି ଯେ ନିଲାମ ବିନା ସରକାରୀ କୋଠାକୁ ବ୍ୟକ୍ତିଗତ ଭାବେ ଭାଙ୍ଗିବା ଏବଂ ବିକ୍ରୟ କରିବା ଆର୍ଥିକ ଅନିୟମିତତାକୁ ଦର୍ଶାଉଛି। ଏନେଇ ଅଭିଯୋଗ ମିଳିବା ପରେ ସେ ନିଜେ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ କରିଥିଲେ। ଯେଉଁଥିରେ ପଞ୍ଚାୟତ ଭବନକୁ ନିଲାମ ନକରି ଏହାକୁ ଭାଙ୍ଗି ବିକ୍ରି କରାଯାଇଥିବା ଜଣାପଡିଛି। 

Also Read: Shocking News: ଲୁହା ନିର୍ମିତ ପୋଲ ଉଠାଇନେଲେ ଚୋର

ଏହି ଘଟଣାରେପ ମୁଜ୍ଜାଫରନଗର ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ ସୁଷମା କୁମାରୀ କହିଛନ୍ତି ପଞ୍ଚାୟତ ଭବନ ଭଙ୍ଗାଯାଇଥିବା ନେଇ ଆମକୁ ଖବର ମିଳିଛି। ବିନା କୌଣସି ନିଲାମୀରେ ସରକାରୀ ଘକୁ ଭାଙ୍ଗିବା ହେଉଛି ବେଆଇନ। ଏବହି  ମାମଲାରେ ସମ୍ପୃକ୍ତ ପଞ୍ଚାୟତ ମୁଖିଆଙ୍କ ସହ ଆଲୋଚନା କରାଯାଇଛି। ଔରାଇ ବ୍ଲକରୁ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।   

ଅନ୍ୟପଟେ ଗ୍ରାମପଞ୍ଚାୟତ ମୁଖିଆ ଉମାଶଙ୍କର ଗୁପ୍ତା କହିଛନ୍ତି ପଞ୍ଚାୟତ ଭବନ ଅବସ୍ଥା ଖରାପ ଥିଲା। ସେଠାରେ ବସିବାକୁ ଜାଗା ନଥିଲା। ସ୍ଥାନୀୟ ବିଡି଼ଓ ସମେତ ଅନ୍ୟ ବ୍ଲକ ଅଧିକାରୀଙ୍କ  ସହମତିରେ ଏହି ଘର ଭଙ୍ଗାଯାଇଛି। ସେଠାରେ ଏକ ଗୋଷ୍ଠୀ ଭବନ ଅର୍ଥାତ କମ୍ୟୁନିଟି ହଲ୍ ନିର୍ମାଣ କରାଯିବ।