Shocking News: ଲୁହା ନିର୍ମିତ ପୋଲ ଉଠାଇନେଲେ ଚୋର
Advertisement
Article Detail0/zeeodisha/odisha1173932

Shocking News: ଲୁହା ନିର୍ମିତ ପୋଲ ଉଠାଇନେଲେ ଚୋର

ଗତ ୨୦୦୮ ବର୍ଷରେ ପ୍ରାୟ ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଲୁହା ପୋଲର ୪୦% ଅଂଶ ଚୋରି କରି ନେଇଛନ୍ତି ଚୋର।

Shocking News: ଲୁହା ନିର୍ମିତ ପୋଲ ଉଠାଇନେଲେ ଚୋର

Iron Bridge theft in Banka:ସୁନା ରୂପା କିମ୍ବା ଟଙ୍କା ନୁହେଁ ଏକ ଲୁହା ନିର୍ମିତ ପୋଲକୁ ଉଠାଇ ନେଇଛନ୍ତି ଚୋର। ବିହାର ବାଙ୍କା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗତ ୨୦୦୮ ବର୍ଷରେ ପ୍ରାୟ ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଲୁହା ପୋଲର ୪୦% ଅଂଶ ଚୋରି କରି ନେଇଛନ୍ତି ଚୋର। ଏହି ଘଟଣା ସାମ୍ନାକୁ ଆସିବା ପରେ ସଜାଗ ହୋଇଉଠିଛି ପ୍ରଶାସନ।   
 
ଏହି ଚୋରି ଘଟଣା ବାବଦରେ ଜାଣିବା ପରେ ଜିଲ୍ଲାର ଚାନ୍ଦନା ଥାନା ପୋଲିସ ଲୁହା ନିର୍ମିତ ପୋଲ ଏବଂ ଏହାକୁ ଚୋରି କରି ନେଇଥିବା ଚୋରଙ୍କ ଉପରେ ସତର୍କ ରଖିଛି। ଏହି ପୋଲ ବାନ୍ଦା ନଗର ନିଗମ ଦ୍ୱାରା ନିର୍ମାଣ କରାଯାଇଥିଲା। ଖୁବ ଶୀଘ୍ର ଏହି ପୋଲ ନିଲାମ ହୋଇପାରେ ବୋଲି ଖବର ମିଳିଛି।         

ବାଙ୍କା ଜିଲ୍ଲାର ଚାନ୍ଦନ ବ୍ଲକ ଝାଝାବନ୍ଧ ଠାରେ ନିର୍ମିତ ହୋଇଥିବା ଏହି ଲୁହା ପୋଲକୁ ଗତ ୨୦୦୮, ୧୩ ଅଗଷ୍ଟରେ ବିହାର ସରକାରଙ୍କ ତତ୍କାଳୀନ ମନ୍ତ୍ରୀ ଡ଼ପ୍ରେମ କୁମାର ଏବଂ ରାମ ନାରାୟଣ ମଣ୍ଡଳ ଉଦଘାଟନ କରିଥିଲେ। ମାତ୍ର ଏବେ ଏହି ଲୁହା ନିର୍ମିତ ପୋଲର ଅଧା ଅଂଶକୁ ଚୋରି କରି ନେଇଛନ୍ତି ଚୋର।
 
ବିହାରର ଅନେକ ଜିଲ୍ଲାରେ ପୋଲ ଚୋରି ହେବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ବର୍ତ୍ତମାନ ରାଜ୍ୟର ବାଙ୍କା ଜିଲ୍ଲାରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଚୋରଙ୍କ ସାହାସ ଏତେ ବଢିଯାଇଛି ଯେ ସେମାନେ ସରକାରୀ ସମ୍ପତ୍ତିକୁ ଟୁକୁଡା ଟୁକୁଡା କରି ଏହାକୁ ଚୋରି କରି ନେଉଛନ୍ତି। ମାତ୍ର ଏଭଳି ଘଟଣା ବାବଦରେ ଖବର ପାଇ ପାରୁନାହିଁ ପ୍ରଶାସନ। 

ବାନ୍ଦା ଜିଲ୍ଲାରେ ହୋଇଥିବା ଲୁହା ପୋଲ ଚୋରି ଘଟଣାର ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ସକ୍ରିୟ ହୋଇଉଠିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ। ଏନେଇ ଖବର ପାଇବା ପରେ ଘଟଣାସ୍ଥଳ ପରିଦର୍ଶନ କରି ପୋଲି ଚୋରି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାନ୍ଦନା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଶାସନିକ ଅଧିକାରୀ।     
 
ପ୍ରାୟ ୬୦ ଫୁଟ ଲମ୍ବା ବିଶିଷ୍ଟ ଏହି ଲୁହା ନିର୍ମିତ ପୋଲକୁ ଗ୍ୟସ କଟର ଯୋଗେ କାଟି ଏହାର ୪୦% ପ୍ରତିଶତ ଅଂଶ ଚୋରି କରି ନେଇଛନ୍ତି ଚୋର। ଯଦି ପ୍ରଶାସନ ଏହି ଚୋରି ଘଟଣା ପରେ ସତର୍କ ନ ହୁଏ ତାହେଲେ ପୋଲ ସମ୍ପୂର୍ଣ୍ଣ ଭାବେ ଚୋରି ହୋଇଯିବାର ସମ୍ଭବନା ରହିଛି। କେବଳ ପୋଲ ନୁହେଁ ଏଥିରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ସାମଗ୍ରୀ  ମଧ୍ୟ ଚୋରି ହୋଇଯାଇଛି। ଯାହାର ସୁରାକ ପୋଲିସ କିମ୍ବା ପ୍ରଶାସନ ତତ୍କାଳ ପାଇ ପାରିନାହିଁ।  

କାୱଁରିୟା ରାସ୍ତାର ଝାଝାବନ୍ଧ ଠାରୁ ପଟନିୟାଁ ଧର୍ମଶାଳାକୁ ଯୋଡ଼ିବା ପାଇଁ ପ୍ରାୟ ୬୦ ଫୁଟ ଲମ୍ବା ବିଶିଷ୍ଟ ଏକ ଲୁହା ନିର୍ମିତ ପୋଲ ନିର୍ମାଣ କରାଯାଇଥିଲା।  ରାଜ୍ୟରେ ପ୍ରବଳ ବନ୍ୟା ସମୟରେ ବିଶ୍ୱ ପ୍ରସିଦ୍ଧ ଶ୍ରାବଣୀ ମେଳାରେ ଯୋଗ ଦେବା ପାଇଁ ଲୋକଙ୍କୁ ଝାଝା ଗ୍ରାମ ଠାରୁ ପଟନିୟାଁ ଧର୍ମଶାଳା ପର୍ଯ୍ୟନ୍ତ ଯିବା ପାଇଁ ଏକ ବଡ ପୋଖରୀ ଅତିକ୍ରମ କରିବାକୁ ପଡୁଥିଲା। ଯାହା ଫଳରେ ଏଠାରେ ବିଭିନ୍ନ ସମୟରେ ଅଘଟଣ ଘଟୁଥିଲା। ଏହି ସମସ୍ୟାକୁ ନଜରରେ ରଖି ଏଠାରେ ଏକ ପୋଲ ନିର୍ମାଣ କରିବା ପାଇଁ ଦାବି କରାଯାଇଥିଲା। ପ୍ରଥମେ ଏଠାରେ ଏକ ଲୁହା ବ୍ରିଜ ନିର୍ମାଣ କରିଥିଲେ ତତ୍କାଳୀନ ବାଙ୍କା ଜିଲ୍ଲାପାଳ। ଯାହା ଫଳରେ ଶ୍ରାବଣୀ ମେଳାରେ ଯେଗ ଦେବା ଲୋକଙ୍କ ଲାଗି ସହଜ ହୋଇପଡ଼ିଲା।  

ମାତ୍ର ପରେ ଏଠାରେ ଅନ୍ୟ ଏକ ରାସ୍ତା ନିର୍ମାଣ ହେବା ପରେ ଏହି ଲୁହା ନିର୍ମିତ ପୋଲ ଅବ୍ୟବହୃତ ଅବସ୍ଥାରେ ପଡି଼ରହିଲା। କେବଳ ସେତିକି ନୁହେଁ ଏଠାରେ ଅନ୍ୟ ଏକ ପକ୍କା ବ୍ରିଜ୍ ମଧ୍ୟ ନିର୍ମାଣ ମଧ୍ୟ ନିର୍ମାଣ କରାଯାଇଥିଲା। ଯାହା ପରେ ଚୋରଙ୍କ ନଜର ଏହି ଲୁହା ବ୍ରିଜ ଉପରେ ପଡ଼ିଥି୍ଲା। ବର୍ତ୍ତମାନ ଏହି ପୋଲର ଅଧିକାଂଶ ଚୋରି ହୋଇଯାଇଛି। ଯାହା ଫଳରେ ଏହା ଉପରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡ଼ିଛି। ଚୋରି ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ଲୋକେ କହିଛନ୍ତି ଯେ ବର୍ତ୍ତମାନ ଏହି ଲୁହା ନିର୍ମିତ ପୋଲକୁ କେବଳ ପ୍ରଶାସନର ସାହୟତାରେ ବଞ୍ଚାଇ ରଖାଯାଇ ପାରିବ।

Also Read: ଉଦଘାଟନ ପୂର୍ବରୁ ପାଣିରେ ଭାସିଗଲା ୯ କୋଟି ମୂଲ୍ୟର ପୋଲ