Param Bir Singh: ବଢିଲା ପୂର୍ବତନ ପୋଲିସ କମିଶନରଙ୍କ ଅସୁବିଧା, ଜାରି ହେଲା NBW
Advertisement
Article Detail0/zeeodisha/odisha1016859

Param Bir Singh: ବଢିଲା ପୂର୍ବତନ ପୋଲିସ କମିଶନରଙ୍କ ଅସୁବିଧା, ଜାରି ହେଲା NBW

ପୂର୍ବତନ ପୋଲିସ କମିଶନରଙ୍କ ଏହି ମାମଲା ସାମ୍ନାକୁ ଆସିବା ପରେ ସେ ଦେଶ ଛାଡି ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି। 

Param Bir Singh: ବଢିଲା ପୂର୍ବତନ ପୋଲିସ କମିଶନରଙ୍କ ଅସୁବିଧା, ଜାରି ହେଲା NBW

ମୁମ୍ବାଇ: ଟଙ୍କା ଆଦାୟ ମାମଲାରେ ଫସିଥିବା ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଲାଗି ଅସୁବିଧା ବଢିବାରେ ଲାଗିଛି। ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଏହି ମାମଲାରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ଥାନେ କୋର୍ଟ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାକୁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ। ଟଙ୍କା ଆଦାୟ ମାମଲାରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ଜେରା କରିବା ପାଇଁ ତାଙ୍କ ନିକଚକୁ ବାରମ୍ବାର ନୋଟିସ ପଟାଯାଉଥିଲା। ହେଲେ ସେ ଜେରା ପାଇଁ ଆସୁନଥିଲେ କିମ୍ବା ଏ ସମ୍ପର୍କିତ ସମନ ଗ୍ରହଣ କରୁନଥିଲେ। ଯାହା ପରେ କ୍ରାଇମ ବ୍ରାଞ୍ଚ ଅଦାଲତରେ ପହଞ୍ଚିଥିଲା। ପଚରାଉଚରା ପାଇଁ ପରମବୀର ସିଂହଙ୍କ ନିକଟକୁ  କ୍ରାଇମବ୍ରାଞ୍ଚ ଅନେକ ନୋଟିସ ପଠାଇଇଥିଲା। ହେଲ ସେ କୌଣସି ନୋଟିସ ଉପରେ ଜବାବ ରଖିନଥିଲା। ମହାରାଷ୍ଟ୍ରରେ ପୂର୍ବତନ ପୋଲିସ  କମିଶନରଙ୍କ ବିରୁଦ୍ଧରେ ଅତି କମରେ ୫ଟି ଅପରାଧିକ ମାମଲା ଦାଏର କରାଯାଇଛି। 

Also Read: ସଂସଦରେ ଉଠିଲା ମହାରାଷ୍ଟ୍ର ପ୍ରସଙ୍ଗ; ମୁହାଁମୁହିଁ BJP-Maha Vikas Aghadi

ପରମବୀର ସିଂହଙ୍କ ଏହି ମାମଲା ସାମ୍ନାକୁ ଆସିବା ପରେ ସେ ଦେଶ ଛାଡି ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି। ଫେରାର ଥିବା ପରମବୀର ସିଂହ ବାବଦରେ ପୋଲିସ ନିକଟରେ କୌଣସି ଖବର ନାହିଁ। ମହାରାଷ୍ଟ୍ର ଗୃହମନ୍ତ୍ରୀ ମଧ୍ୟ ପରମବୀର ସିଂହଙ୍କ ଦେଶ ଛାଡିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ପରେ ତାଙ୍କୁ ନୋଟିସ୍ ଦିଆଯାଇଥିଲା। ତାଙ୍କର ଅନେକ ଠିକଣା ଉପରେ ଚଢାଉ କରାଯାଇଥିଲେ ମଧ୍ୟ ତାଙ୍କ ବାବଦରେ କୌଣସି ସୂଚନା ମିଳିନଥିଲା। 

Also Read: Antilia Case: ଘେରିଲେଣୀ ବିରୋଧି, ନିଜକୁ ବଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏସୟୁଭି ଗାଡି ମିଳିବା ଘଟଣାରେ ମହାରାଷ୍ଟ୍ର ପୋଲିସ ଏସଆଇ ସଚିନ ୱାଜେ ଗିରଫ ହେବା ପରେ ପରମବୀର ସିଂହଙ୍କୁ ମୁମ୍ବାଇ ପୋଲିସ ମୁଖ୍ୟ ପଦରୁ ହଟାଇ ଦିଆଯାଇଛି। ହୋମଗାର୍ଡ ବିଭାଗକୁ ବଦଳି ହେବା ପରେ ସେ ତତ୍କାଳୀନ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ ଯେ ସେ ସଚିନ ୱାଜେଙ୍କୁ ମୁମ୍ବାଇରେ ଅବସ୍ଥିତ ହୋଟେଲ ଏବଂ ବାରରୁ ମାସକୁ ୧୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଟାର୍ଗେଟ ଦେଇଥିଲେ।