ପ୍ରବଳ ବର୍ଷା ସାଜିଲା ସମସ୍ୟା; ଯାତ୍ରା ସମୟରେ ଅଚାନକ ଅଟକିଗଲା ଟ୍ରେନ
Advertisement

ପ୍ରବଳ ବର୍ଷା ସାଜିଲା ସମସ୍ୟା; ଯାତ୍ରା ସମୟରେ ଅଚାନକ ଅଟକିଗଲା ଟ୍ରେନ

ପୋଲ ନିକଟରେ ପହଞ୍ଚିବା କ୍ଷଣି ଅଟକି ରହିଥିବା ଟ୍ରେନ ଉପରେ ବର୍ଷା ପାଣି ପଡି଼ବା ଆରମ୍ଭ ହୋଇଥିଲା।  

ପ୍ରବଳ ବର୍ଷା ସାଜିଲା ସମସ୍ୟା; ଯାତ୍ରା ସମୟରେ ଅଚାନକ ଅଟକିଗଲା ଟ୍ରେନ

ନୂଆଦିଲ୍ଲୀ: ଯାତ୍ରା କରିବା ସମୟରେ ଏକ ଟ୍ରେନ ଲାଗି ସମସ୍ୟା ସାଜିଥିଲା ଭାରୀ ବର୍ଷା। ଆଉ ସ୍ଥିତି ଏପରି ହୋଇଥିଲା ଯେ କୌଣସି ଏକ ସ୍ଥାନକୁ ଯିବା ସମୟରେ ଗୋଟିଏ ଟ୍ରେନକୁ ଅଚାନକ ଅଟକି ରହିବାକୁ ପଡ଼ିଥିଲା। ଗୋଆସ୍ଥିତ ଦୁଧସାଗର ଜଳ ପ୍ରପାତ ନିକଟରେ ଅବସ୍ଥିତ ଏକ ପୋଲରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଗୋଆରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ପ୍ରବଳ ବର୍ଷା (Heavy Rain) ହେବା କାରଣରୁ ଗୋଆସ୍ଥିତ (Goa) ଦୁଧସାଗର ଜଳ ପ୍ରପାତ (Doodhsagar Waterfall) ନିକଟରେ ଅବସ୍ଥିତ ଏକ ପୋଲରେ ଯାତ୍ରା କରିବା ସମୟରେ ଅଟକି ଯାଇଥିଲା ଏକ ଟ୍ରେନ (Train)। ପୋଲ ନିକଟରେ ପହଞ୍ଚିବା କ୍ଷଣି ଅଟକି ରହିଥିବା ଟ୍ରେନ ଉପରେ ବର୍ଷା ପାଣି ପଡି଼ବା ଆରମ୍ଭ ହୋଇଥିଲା। 

Also Read: ଉଛୁଳା ନାଳରେ ଫସିଗଲା ବସ, ଗ୍ରାମବାସୀଙ୍କ ଦ୍ୱାରା ବସଯାତ୍ରୀ ଉଦ୍ଧାର

ପଶ୍ଚିମଘାଟ ପର୍ବତମାଳାର (Western Ghats Mountain Range) ମହାବୀର ଅଭୟାରଣ୍ୟରେ (Mahavir Sanctuary) ଅବସ୍ଥିତ ଦୁଧସାଗର ଜଳପ୍ରପାତ ମଣ୍ଡାବୀ ନଦୀକୁ ଜଳ ଯୋଗାଇଥାଏ। ଦେଶର ଅନ୍ୟତମ ଉଚ୍ଚତମ ଜଳ ପ୍ରପାତ ଭାବେ ଜଣାଶୁଣା ଏହି ଜଳପ୍ରପାତର ଉଚ୍ଚତା ହେଉଛି ୩୧୦ ମିଟର ଏବଂ ଚଉଡା ୩୦ ମିଟର। 

Also Read: ପାଣିରେ ବୁଡିଯାଇଥିବା ପୋଲରେ ଫସିଗଲା ଯାତ୍ରୀବାହୀ ବସ୍

ଦେଶର ପଶ୍ଚିମ ଭାଗରେ ଅବସ୍ଥିତ କୋଙ୍କଣ ଉପକୂଳରେ ଅବସ୍ଥିତ ବିଭିନ୍ନ ଅଞ୍ଚଳରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଭାରୀ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (India Meteorological Department)। ବର୍ତ୍ତମାନ ମୌସୁମୀ କାରଣରୁ ଅନେକ ଟ୍ରେନ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଛି। ଯାହା ଫଳରେ ରେଳଯାତ୍ରୀଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା  କରିବାକୁ ପଡୁଛି।