ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି; ଜାଣନ୍ତୁ କେତେ କମିବ ଦର
Advertisement

ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି; ଜାଣନ୍ତୁ କେତେ କମିବ ଦର

ଦେଶରେ କୋରୋନା ସଂକଟ ଚାଲିଥିବା ସମୟରେ ଅଟକି ଯାଇଥିଲା ଅର୍ଥନୈତିକ ପ୍ରକ୍ରିୟା।

ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି; ଜାଣନ୍ତୁ କେତେ କମିବ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଥିବା ତୈଳ ଦର ଉପରେ ଲାଗିବ ନିୟନ୍ତ୍ରଣ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରଲିୟମ ଜାତ ଉତ୍ପାଦକୁ ଜିଏସଟି ପରିସରଭୂକ୍ତ କରିବାକୁ ମତ ରଖିଛନ୍ତି। ଅର୍ଥପଟେ ତୈଳ ଉପରେ ଲାଗୁଥିବା କର ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତୈଳ ରପ୍ତାନୀକାରୀ ଦେଶ ସମୂହଙ୍କୁ  ଯୋଗାଣ କମ କରିବାକୁ କହିଛନ୍ତି।                    

ଏବେ ଖବର ମିଳୁଛି ଅର୍ଥ ମନ୍ତ୍ରଣାଳୟ (Finance Ministry) ମହଙ୍ଗା ତୈଳ ଦର (Fuel Price) ପ୍ରଭାବରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏହା ଉପରେ ଲାଗୁଥିବା ଏକ୍ସସାଇଜ ଡ୍ୟୁଟି (Excise Duty) ହ୍ରାସ କରିବା କରିବାକୁ ବିଚାର କରୁଛନ୍ତି। ଭାରତ ହେଉଛି ବିଶ୍ୱରେ ତୃତୀୟ ଦେଶ ଯିଏକି ସର୍ବାଧିକ ପରିମାଣରେ ଅଶୋଧିତ ତୈଳ (Crude Oil) ଆମଦାନୀ କରିଥାଏ। ବିଗତ ୧୦ ମାସ ମଧ୍ୟରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ମୂଲ୍ୟ ୨ ଗୁଣା ବୃଦ୍ଧି ପାଇଛି। ଯାହା ଫଳରେ ତୈଳ ଦର ଆକାଶ ଛୁଆଁ ହୋଇଛି। ଖୁଚୁରା ଦରରେ ମିଳୁଥିବା ତୈଳ ଦଳ ଦରରୁ ୬୦ ପ୍ରତିଶତ ଭାଗ ସରକାର କର ଏବଂ ଡ୍ୟୁଟି ଭାବେ ଆଦାୟ କରିଥାନ୍ତି।    

Also Read: ରାବଣ ଦେଶରେ ପେଟ୍ରୋଲ ଶସ୍ତା ରାମଙ୍କ ଦେଶରେ କାହିଁକି ମହଙ୍ଗା?

ଦେଶରେ କୋରୋନା ସଂକଟ ଚାଲିଥିବା ସମୟରେ ଅଟକି ଯାଇଥିଲା ଅର୍ଥନୈତିକ ପ୍ରକ୍ରିୟା। ସେତେବେଳେ ଲୋକଙ୍କୁ ଏହାର ଫାଇଦା ଦେବା ବଦଳରେ କର ଆୟକୁ ବଢାଇବା ଲାଗି ୧୨ ମାସ ମଧ୍ୟରେ ପେଟ୍ରୋଲ-ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ୨ ଥର ବଢାଇଥିଲେ। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ କେତେକ ରାଜ୍ୟ, ତୈଳ କମ୍ପାନୀ, ପେଟ୍ରୋଲିୟମ ମନ୍ତ୍ରଣାଳୟ ସହିତ ଗ୍ରାହକଙ୍କ ଉପରେ ଟିକସ ବୋଝ ହ୍ରାସ କରିବାର ଏକ ପ୍ରଭାବଶାଳୀ ଉପାୟ କିପରି ମିଳିବ ସେନେଇ ଆଲୋଚନା ଆରମ୍ଭ କରିଛି। ଏହା ଦ୍ୱାରା ସରକାରୀ ରାଜକୋଷ ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଏନେଇ ଚଳିତ ମାସ ମଧ୍ୟଭାଗରେ କେନ୍ଦ୍ର ସରକରଙ୍କ ପକ୍ଷରୁ ଏକ ଘୋଷଣା କରାଯାଇପାରେ। 

କର ହ୍ରାସ କରିବା ପୂର୍ବରୁ ତୈଳ ଦର ସ୍ଥିର ଅବସ୍ଥାକୁ ଆସିବାକୁ ଅପେକ୍ଷା କରିଛନ୍ତି କେନ୍ଦ୍ର ସରକାର। କାରଣ ସରକାର କର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାହାଁନ୍ତି ନାହିଁ। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ  ଇନ୍ଧନ ଉପରେ କେବେ କର ହ୍ରାସ କରାଯିବ। ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ରାଜ୍ୟ-କେନ୍ଦ୍ର ସରକାରଙ୍କୁ ଆଲୋଚନା କରିବାକୁ ହେବ। 

Also Read: ଇରାନ ଉପରେ ଆମେରିକାର ଆକ୍ରମଣ, ଭାରତ ପାଇଁ ବଢୁଛି ଚିନ୍ତା

 

ମହଙ୍ଗା ତୈଳ ଦରରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି କେତେକ ରାଜ୍ୟ ଏପରି ଉତ୍ପାଦ ଉପରୁ କର ହ୍ରାସ କରିଛନ୍ତି। ହେଲେ ଆନ୍ତର୍ଜାତୀୟ ସ୍ତରରେ ଏହି ନିଷ୍ପତ୍ତି ଅର୍ଗାନାଇଜେସନ ଅଫ ଦି ପେଟ୍ରୋଲିୟମ ଏକ୍ସପୋର୍ଟିଂ କଣ୍ଟ୍ରିଜ-ଓପିଇସି (Organization of the Petroleum Exporting Countries-OPEC) ସଦସ୍ୟ ରାଷ୍ଟ୍ର ଏବଂ ଅନ୍ୟ ତୈଳ ଉତ୍ପାଦକ ଦେଶଙ୍କ ମଧ୍ୟରେ ଆସନ୍ତା ୪ ତାରିଖରେ  ଅନୁଷ୍ଠିତ ହେଉଥିବା ବୈଠକରେ ନିଷ୍ପତ୍ତି ନିଆଯିବ। 

ଭାରତ ପୂର୍ବରୁ ତୈଳ ଉତ୍ପାଦକ ଦେଶଙ୍କୁ ଇନ୍ଧନ ଆମଦାନୀ କ୍ଷେତ୍ରରେ ରିହାତି ଦେବା ଲାଗି ନିବେଦନ ଜଣାଇଛି। କାରଣ ତୈଳ ଦର ବୃଦ୍ଧି ହେବା ଦ୍ୱାରା ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡୁଛି। କାରଣ ଏହା ଦ୍ୱାରା ସରକାରଙ୍କ ଭାବମୂର୍ତ୍ତୀ ଉପରେ ପ୍ରଶ୍ନ ଉଠୁଛି। କାରଣ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ୪ ରାଜ୍ୟ ସହ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗତ ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର-ରାଜ୍ୟ ସରକାର ୫.୫୬ ଟ଼୍ରିଲିୟନ କର ପେଟ୍ରୋଲିୟ କ୍ଷେତ୍ରରୁ ଆଦାୟ କରିଛନ୍ତି। ସେହପରି ଗତ ୨୦୨୦ ଏପ୍ରିଲ-ଡିସେମ୍ବର ମାସରେ  ୪.୨୧ ଟ୍ରିଲିୟନ ରାଜସ୍ୱ ଆଦାୟ ହୋଇଛି।