ରାଜଧାନୀରେ ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha875660

ରାଜଧାନୀରେ ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ।

ରାଜଧାନୀରେ ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 31 March 2021: ରାଜଧାନୀ ଭୁବନେଶ୍ୱରରେ ଲଗାତର ଦ୍ୱିତୀୟ ଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ (Peterol-Diesel Price) ରେ ହ୍ରାସ ଘଟିଛି । ଗତକାଲି ମଧ୍ୟ ତୈଳ ଦରରେ ହ୍ରାସ ଦେଖାଦେଇଥିଲା । ସେପଟେ ଆଜି (ବୁଧବାର) ଦେଶର ୪ଟି ମହାନଗର ଦିଲ୍ଲୀ, ମୁମ୍ୱାଇ, କୋଲକାତା, ଚେନ୍ନାଇରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ ।

ଅଧିକ ପଢ଼ନ୍ତୁ:-ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ! ଏବେ ଟ୍ରେନରେ ରାତିରେ କରିପାରିବେନି ମୋବାଇଲ-ଲାପଟପ୍ ଚାର୍ଜ, ଜାଣନ୍ତୁ ଏହାର କାରଣ

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୮ ପଇସାର ହ୍ରାସ ଘଟିଛି । ସେହିପରି ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲ ମୂଲ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପକ୍ଷେ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୭ ପଇସାର ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୦.୫୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୬.୯୮ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୦.୭୭ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୨.୬୬ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧.୧୨ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ପିଅନ୍ତୁ ହଳଦୀ ପାଣି, ମିଳିବ ଅଦ୍ଭୁତ ଲାଭ

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୦.୮୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୭.୯୬ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୩.୭୫ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୫.୯୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୭.୯୮ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ନୂତନ ଶ୍ରମ ଆଇନରୁ କେଉଁ କର୍ମଚାରୀଙ୍କୁ ହେବ ସବୁଠାରୁ ଅଧିକ ଲାଭ, କାହା ଉପରେ ବଢ଼ିବ ଟ୍ୟାକ୍ସର ଭାର

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।