ଟିକା ଲଗାଉ ନ ଥିବା ଲୋକଙ୍କୁ ଫିଲିପାଇନ୍ସ ରାଷ୍ଟ୍ରପତି ଧମକ, କହିଲେ - 'ଭାରତ ଯାଅ'
Advertisement
Article Detail0/zeeodisha/odisha929551

ଟିକା ଲଗାଉ ନ ଥିବା ଲୋକଙ୍କୁ ଫିଲିପାଇନ୍ସ ରାଷ୍ଟ୍ରପତି ଧମକ, କହିଲେ - 'ଭାରତ ଯାଅ'

ଫିଲିପାଇନ୍ସର ରାଷ୍ଟ୍ରପତି (Philippines President) ରୋଡ୍ରିଗୋ ଡୁଟର୍ଟେ (Rodrigo Duterte) ଏକ ସମ୍ବୋଧନ ସମୟରେ କହିଛନ୍ତି ଯେ ଯେଉଁମାନେ ଟିକା ନେବାକୁ ଚାହୁଁନାହାଁନ୍ତି ସେମାନଙ୍କୁ ଗିରଫ କରାଯିବ ।

(ଫାଇଲ ଫଟୋ)

ମାନିଲା: ଫିଲିପାଇନ୍ସର ରାଷ୍ଟ୍ରପତି (Philippines President) ରୋଡ୍ରିଗୋ ଡୁଟର୍ଟେ (Rodrigo Duterte) ଏକ ସମ୍ବୋଧନ ସମୟରେ କହିଛନ୍ତି ଯେ ଯେଉଁମାନେ ଟିକା ନେବାକୁ ଚାହୁଁନାହାଁନ୍ତି ସେମାନଙ୍କୁ ଗିରଫ କରାଯିବ । ସେ ଟିକା (Vaccine) ନ ଲଗାଇଥିବା ଲୋକଙ୍କୁ କହିଛନ୍ତି, 'ଯଦି ଆପଣ ଚାହାଁନ୍ତି, ଭାରତ ଯାଆନ୍ତୁ କିମ୍ବା ଆମେରିକା ଯାଆନ୍ତୁ "। କରୋନା ଭାଇରସ୍ (Coronavirus) ମହାମାରୀ ପରେ ଫିଲିପାଇନ୍ସ ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ ଅଟେ ।

ରୋଡ୍ରିଗୋ ଡୁଟର୍ଟେ (Rodrigo Duterte) ଦେଶକୁ ସମ୍ବୋଧିତ କରି କହିଛନ୍ତି, "ମୋତେ ଭୁଲ୍ ବୁଝନ୍ତୁ ନାହିଁ । ଦେଶ ସଙ୍କଟର ସମ୍ମୁଖୀନ ହେଉଛି । ଏହା ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି । ଯଦି ଆପଣ ଟିକାକରଣ କରିବାକୁ ଚାହୁଁ ନାହାଁନ୍ତି, ତେବେ ମୁଁ ଆପଣଙ୍କୁ ଗିରଫ କରିବି । ଓ ମୁଁ ଆପଣଙ୍କ ଜଙ୍ଘରେ ଟିକା ଲଗାଇ ଦେବି । ଆପଣ ଏକ କୀଟ । ଆମେ ପୂର୍ବରୁ ସମସ୍ୟା ଦେଇ ଗତି କରୁଛୁ ଓ ଆପଣ ଲୁହା ଭାର ବଢାଉଛନ୍ତି ।"

ଅଧିକ ପଢ଼ନ୍ତୁ: RBI ର ବଡ ନିଷ୍ପତ୍ତି: ସାଂସଦ-ବିଧାୟକ ହୋଇପାରିବେ ନାହିଁ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ  

Inquirer.Net ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ, "ତେବେ ଆପଣ ସମସ୍ତ ଫିଲିପାଇନ୍ସ ଶୁଣୁଛନ୍ତି, ମୋତେ ବାଧ୍ୟ କରନ୍ତୁ ନାହିଁ, ମୁଁ ଏହା କରିପାରିବି । କେହି ଏହା କରିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ଟିକାକରଣ ନକରନ୍ତି ତେବେ ଫିଲିପାଇନ୍ସ ଛାଡି ଦିଅନ୍ତୁ । ଭାରତ ଯାଆନ୍ତୁ କିମ୍ବା ଆମେରିକା "। କିନ୍ତୁ ଯେପର୍ଯ୍ୟନ୍ତ ଆପଣ ଏଠାରେ ଅଛନ୍ତି ଓ ଯଦି ଆପଣ ଜଣେ ମଣିଷ, ଯିଏ ଭୂତାଣୁ ବହନ କରିପାରିବ, ତେବେ ଟିକାକରଣ କର ।"

ପରେ ରୋଡ୍ରିଗୋ ଡୁଟର୍ଟେ (Rodrigo Duterte) ଆଗମୀଦିନରେ ଟିକା ନେଉ ନ ଥିବା ଲୋକଙ୍କ ଉପରେ ପଶୁମାନଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧ ବ୍ୟବହାର କରିବାକୁ ଧମକ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ED ର ବଡ ଖୁଲାସା: ଅନିଲ ଦେଶମୁଖ ବାର୍ ମାଲିକଙ୍କ ଠାରୁ ପାଇଛନ୍ତି ୪ କୋଟିରୁ ଅଧିକ ଟଙ୍କା

ସେ କହିଛନ୍ତି, "ସେମାନେ ମୂର୍ଖ ଲୋକ, ଯେଉଁମାନେ ଟିକାକରଣ କରିବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିପାରିବେ ଓ ଭାଇରସ ବହନ କରି ଅନ୍ୟ ଲୋକଙ୍କୁ ସଂକ୍ରମିତ କରିପାରିବେ । ଯେଉଁମାନେ ଟିକାକରଣ କରିବାକୁ ପସନ୍ଦ କରନ୍ତି ନାହିଁ, ମୁଁ ତାଙ୍କୁ ଘୁଷୁରୀକୁ ଦିଆଯାଉଥିବା ଟିକା ଲଗାଇ ଦେବି - ଆଇଭର୍ମେକ୍ଟିନ୍ । ଏହା ପ୍ରକୃତରେ (ଭାଇରସ ସହିତ) ଆପଣଙ୍କୁ ମାରିଦେବ ।