Advertisement
Photo Details/zeeodisha/odisha1102580
photoDetails0hindi

ବିବାହ ସିଜନରେ ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

Gold-Silver Rate: ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ବିଗତ ୩ ଦିନରେ ୧୦୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ଆଜି ରୁପା ଦରରେ ୨୦୦ ଟଙ୍କାର ବୃଦ୍ଧି ଘଟିଛି । 

1/8

ନୂଆଦିଲ୍ଲୀ: Gold-Silver Rate: ଆଜି (ଶନିବାର) ଅର୍ଥାତ ଫେବୃଆରୀ ୧୯ରେ ସୁନା ମୂଲ୍ୟ (Gold Price) ରେ ହ୍ରାସ ଘଟିଛି । ଅନ୍ୟପଟେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ରେକର୍ଡ କରାଯାଇଛି ।  ସେହିପରି ବୈଶ୍ୱିକ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । 

2/8

ଦେଶରେ ଗତକାଲି ସୁନା ମୂଲ୍ୟରେ ୫୪୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୧୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୦,୫୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୫,୩୦୦ ଟଙ୍କା ଥିଲା ।

3/8

ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ବିଗତ ୩ ଦିନରେ ୧୦୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ଆଜି ରୁପା ଦରରେ ୨୦୦ ଟଙ୍କାର ବୃଦ୍ଧି ଘଟିଛି । 

4/8

ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୦୦ ଟଙ୍କା ରହିଛି । ଯାହା ଗତକାଲି ୬,୩୮୦ ଟଙ୍କା ଥିଲା ।

 

5/8

ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ ହ୍ରାସ ଘଟିଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ ୫୪୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୫୦,୨୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟ ୫୦,୫୧୦ ଟଙ୍କା ଥିଲା । 

6/8

ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୭୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୦୩୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୬,୩୦୦ ଟଙ୍କା ଥିଲା ।

7/8

ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ବିଗତ ୩ ଦିନରେ ୧୦୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ୪୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଆଜି ରୁପା ଦରରେ ୨୦୦ ଟଙ୍କାର ବୃଦ୍ଧି ଘଟିଛି ।

ଏହା ବି ପଢ଼ନ୍ତୁ:-ପାନ ଖାଇଲେ ବଢ଼ିଥାଏ ପୁରୁଷଙ୍କ ଯୌନ ଶକ୍ତି! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ପଞ୍ଜାବ ସିଏମ ଚନ୍ନି; ଜାଣନ୍ତୁ ତାଙ୍କର କେତୋଟି ରହିଛି କାର୍, କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!

8/8

ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୮୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୦୦ ଟଙ୍କା ରହିଛି । ଯାହା ଗତକାଲି ୬,୩୮୦ ଟଙ୍କା ଥିଲା ।