ପିଏମ ମୋଦି ପହଞ୍ଚିଲେ ୱାଶିଂଟନ, ଜାଣନ୍ତୁ ତାଙ୍କର ଆଜିର କାର୍ଯ୍ୟକ୍ରମ ବିଷୟରେ...
Advertisement
Article Detail0/zeeodisha/odisha992056

ପିଏମ ମୋଦି ପହଞ୍ଚିଲେ ୱାଶିଂଟନ, ଜାଣନ୍ତୁ ତାଙ୍କର ଆଜିର କାର୍ଯ୍ୟକ୍ରମ ବିଷୟରେ...

ଆପଣଙ୍କୁ କହି ରଖୁଛୁ ଯେ, ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି (PM Modi) ଏକ ବିବୃତ୍ତିରେ ତାଙ୍କର ପୁରା ଯାତ୍ରା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି । 

ପିଏମ ମୋଦି ପହଞ୍ଚିଲେ ୱାଶିଂଟନ, ଜାଣନ୍ତୁ ତାଙ୍କର ଆଜିର କାର୍ଯ୍ୟକ୍ରମ ବିଷୟରେ...

ନୂଆଦିଲ୍ଲୀ: PM Modi US Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ତିନି ଦିନିଆ ଆମେରିକା ଗସ୍ତ ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି । ପିଏମ ମୋଦି ଗତକାଲି ନୂଆଦିଲ୍ଲୀରୁ ଆମେରିକା ଗସ୍ତ ପାଇଁ ବାହାରି ଥିଲେ । ବର୍ତ୍ତମାନ ସେ ୱାଶିଂଟନରେ ପହଞ୍ଚିଛନ୍ତି । ପିଏମ ମୋଦି (PM Modi) ବର୍ତ୍ତମାନ ପେନସିଲଭାନିଆ ଆଭେନ୍ୟୁରେ ସ୍ଥିତ ହୋଟେଲ ୱିଲାର୍ଡ ଇଣ୍ଟରକଣ୍ଟିନେଣ୍ଟାଲରେ ରହିବେ ।

ସେପ୍ଟେମ୍ବର ୨୩ରେ ଆମେରିକାର ସମୟ ୯:୪୦ରେ (ଭାରତୀୟ ସମୟ ସନ୍ଧ୍ୟା ୭:୧୫ରୁ) ପ୍ରଧାନମନ୍ତ୍ରୀ ମୋଦି (PM Modi) ନିଜ ହୋଟେଲରେ ହିଁ ବିଭିନ୍ନ ସିଇଓ (CEO) ଙ୍କୁ ଭେଟିବେ । ଏହି ସିଇଓମାନେ ହେଲେ କ୍ୱାଲକମର ଅଧ୍ୟକ୍ଷ ତଥା ସିଇଓ, ଆଡୋବର ଚେୟାରମ୍ୟାନ୍, ଫର୍ଷ୍ଟ ସୋଲାରର ସିଇଓ, ଜେନେରାଲ୍ ଆଟୋମିକ୍ସର ଚେୟାରମ୍ୟାନ୍ ତଥା ସିଇଓ ଏବଂ ବ୍ଲାକଷ୍ଟୋନର ପ୍ରତିଷ୍ଠାତା । ଏଥି ସହିତ ଆଜି ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ (US Vice President Kamala Harris) ଙ୍କୁ ମଧ୍ୟ ଭେଟିବେ ।

ଆପଣଙ୍କୁ କହି ରଖୁଛୁ ଯେ, ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ବିବୃତ୍ତିରେ ତାଙ୍କର ପୁରା ଯାତ୍ରା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେ, "ମୁଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ସହ ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଓ ପାରସ୍ପରିକ ହିତର ଆଞ୍ଚଳିକ ତଥା ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ବିଚାରର ଆଦାନ ପ୍ରଦାନ କରିବି । ବିଶେଷ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ସୁଯୋଗ ଖୋଜିବା ପାଇଁ ମୁଁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବାକୁ ମଧ୍ୟ ଅପେକ୍ଷା କରିଛି ।"

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, "ମୁଁ ମୋର ଗସ୍ତକୁ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ସମ୍ୱୋଧନ ସହିତ ସମାପ୍ତ କରିବି, ଯେଉଁଥିରେ କୋଭିଡ ମହାମାରୀ, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ଗୁରୁତ୍ୱ ଦେବି । ମୋର ଆମେରିକା ଗସ୍ତ ଆମେରିକା ସହିତ ବିସ୍ତୃତ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ଭାଗିଦାରୀକୁ ମଜବୁତ କରିବା, ଆମର ରଣନୈତିକ ଭାଗିଦାରୀ ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ସମ୍ପର୍କକୁ ମଜବୁତ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆମର ସହଯୋଗକୁ ଆଗକୁ ବଢାଇବା ପାଇଁ ଏକ ସୁଯୋଗ ହେବ ।"

ଅଧିକ ପଢ଼ନ୍ତୁ:-ଜାଣନ୍ତୁ, କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ଅଧିକ ଭଲ ନା ଧଳା ଲୁଣ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଭାରତର ଏସବୁ ଗାଁରେ ଗୋଟିଏ କିଲୋ ଲୁଣ ୧୩୦ ଟଙ୍କା, ଚିନି ୧୫୦ ଟଙ୍କା, ସୋରିଷ ତେଲ ୨୭୫ ଟଙ୍କା, ଅଟା ୧୫୦ ଟଙ୍କା ଏବଂ ପିଆଜ କିଲୋ ୧୨୫ ଟଙ୍କା ଦରରେ ହେଉଛି ବିକ୍ରି

ଅଧିକ ପଢ଼ନ୍ତୁ:-ପଞ୍ଜାବ କଂଗ୍ରେସ ଦି'ଫାଳ! ସିଦ୍ଧୁଙ୍କ ବିରୋଧରେ ମଜଭୁତ ପ୍ରାର୍ଥୀ ଛିଡ଼ା କରାଇବେ କ୍ୟାପଟେନ, ରାହୁଲ-ପ୍ରିୟଙ୍କାଙ୍କୁ ନେଇ କହିଲେ ଏପରି କିଛି