Diwali Celebration: ଏକାଠି ଦିପାବଳୀ ପାଳିବେ ପିଏମ ମୋଦି ଏବଂ ସିଏମ୍ ଯୋଗୀ, ଜଳିବ ୧୫ ଲକ୍ଷ ଦୀପ
Advertisement
Article Detail0/zeeodisha/odisha1406986

Diwali Celebration: ଏକାଠି ଦିପାବଳୀ ପାଳିବେ ପିଏମ ମୋଦି ଏବଂ ସିଏମ୍ ଯୋଗୀ, ଜଳିବ ୧୫ ଲକ୍ଷ ଦୀପ

Diwali: ରବିବାର ଅଯୋଧ୍ୟା ଗସ୍ତରେ ଆସି ଆଲୋକର ପର୍ବ ଦିପାବଳୀ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Diwali Celebration: ଏକାଠି ଦିପାବଳୀ ପାଳିବେ ପିଏମ ମୋଦି ଏବଂ  ସିଏମ୍ ଯୋଗୀ, ଜଳିବ ୧୫ ଲକ୍ଷ ଦୀପ

Diwali Utsav: ଆଲୋକର ପର୍ବ ଦିପାବଳୀ ପାଳନ କରିବାକୁ ରବିବାର ଅଯୋଧ୍ୟା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ସେ ରାମ ଲାଲା ବିରାଜମାନଙ୍କ ପୂଜାର୍ଚ୍ଚନା କରିବେ। ଅଯୋଧ୍ୟା ଗସ୍ତ ଅବସରରେ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିବେ। ଶୁକ୍ରବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି କରା ଯାଇଥିବା ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଏନେଇ ପିଏମଓ ପକ୍ଷରୁ କୁହାଯାଇଛି ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀ ରାମଲାଲା ବିରଜମାନଙ୍କ ପୂଜାର୍ଚ୍ଚନା କରିବେ। ଏହା ପରେ ଅଯୋଧ୍ୟାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।
 
ରବିବାର ଅଯୋଧ୍ୟା ଗସ୍ତରେ ଆସି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି (PM Modi) । ସନ୍ଧ୍ୟା ୫ଟା ୪୫ ମିନିଟ ସମୟରେ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟଭିଷେକ କରିବେ। ଏହା ପରେ ସରୟୁ ନଦୀ କୂଳରେ ନିର୍ମିତ ନୂତନ ଘାଟରେ ଆରତୀ କରିବା ସହ ଦୀପୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥର ଅଯୋଧ୍ୟାରେ ଷଷ୍ଠ ଥର ପାଇଁ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଦିପାବଳୀ ଅବସରରେ ଅଯୋଧ୍ୟାରେ ୧୫ ଲକ୍ଷ ଦ୍ୱୀର ପ୍ରଜ୍ୱଳିତ କରାଯିବ। ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ଶ୍ରୀ ନୃପେନ୍ଦ୍ର ମିଶ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଗସ୍ତ ବେଳେ ରାମ ମନ୍ଦିର ନିର୍ମାଣ ସ୍ଥଳ ପରିଦର୍ଶନ କରିବେ।

Also Read: Diwali: ଆଗକୁ ଆସୁଛି ଦିପାବଳୀ, କେଉଁଠି ଦୀପଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି?

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା ଗସ୍ତର କାର୍ଯ୍ୟସୂଚୀ 

  • ୧୨ଟା ୧୫ ମିନିଟ: ଲକ୍ଷ୍ନୌରୁ ପ୍ରସ୍ଥାନ
  • ୧୨ଟା ୪୫ ମିନିଟ: ଅଯୋଧ୍ୟ ରାମକଥା ପାର୍କ ହେଲିପ୍ୟାଡ଼ ଆଗମନ
  • ୧୨ଟା ୫୦ ମିନିଟ: ହେଲିପ୍ୟାଡ ଠାରୁ ଅଯୋଧ୍ୟା ମନ୍ଦିର ନିର୍ମାଣ ସ୍ଥଳ ଅଭିମୁଖେ ଗସ୍ତ  
  • ୧ଟା ୫୦ ମିନିଟ: ଅଯୋଧ୍ୟା ସରୟୁ ଅତିଥି ଗୃହ ଆଗମନ 
  • ୩ଟା ୫ ମିନିଟ:  ଅଯୋଧ୍ୟ ରାମକଥା ଆଗମନ
  • ୩ଟା ୫ ମିନିଟରୁ ୩ଟା ୧୦ ମିନିଚ: ଶୋଭାଯାତ୍ରାର ସମୀକ୍ଷା 
  • ୩ଟା ୧୦ ମିନିଟରୁ ୩ଟା ୨୦ ମିନିଟ: ଶ୍ରୀରାମ, ସୀତା ଏବଂ ଲକ୍ଷ୍ମଣଙ୍କ ସ୍ୱରୂପ ଅବତରଣ ଏବଂ ଭରତ ମିଲାପ
  • ୩ଟା ୨୦ ମିନିଟରୁ ୩ଟା ୩୫ ମିନିଟ: ଶ୍ରୀରାମ ଦରବାର ସହ ରାମ କଥା ପାର୍କ ଠାରେ ମୁଖ୍ୟ କାର୍ଯ୍ୟକ୍ରମ/ ଶ୍ରୀରାମ ଜନକୀଙ୍କ ପୂଜାର୍ଚ୍ଚନା 
  • ୩ଟା ୩୫ ମିନିଟ: ରାମକଥା ପାର୍କରୁ ପ୍ରସ୍ଥାନ 
  • ୩ଟା ୪୫ ମିନିଟ: ହେଲିପ୍ୟାଡ୍ ଠାରୁ ସାକେତ ଡିଗ୍ରୀ କଲେଜ ଆଗମନ
  • ୩ଟା ୪୫ ମିନିଟରୁ ୪ଟା ୨୦ ମିନିଟ: ସାକେତ ଡିଗ୍ରୀ କଲେଜକୁ ପ୍ରଧାନମନ୍ତ୍ରୀଙ୍କ ଆଗମନ ଏବଂ ସ୍ୱାଗତ
  • ୪ଟା ୨୫ ମିନିଟ: ସାକେତ ଡିଗ୍ରୀ କଲେଜରୁ ପ୍ରସ୍ଥାନ
  • ୪ଟା ୩୦ ମିନିଟ:  ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ଆଗମନ  
  • ୪ଟା ୩୦ ମିନିଟରୁ ୫ଟା ୧୦: ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରୀ ରାମ ଜନ୍ମଭୂମିରେ ଭଗବାନ ଶ୍ରୀରାମ ଲାଲାଙ୍କ ପୂଜାର୍ଚ୍ଚନା ସହ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅବଲୋକନ 
  • ୫ଟା ୧୦ ମିନିଟ:  ଶ୍ରୀରାମ ଜନ୍ମଭୂମିରୁ ବିଦାୟ
  • ୫ଟା ୧୫ରୁ ୫ଟା ୪୫: ଶ୍ରୀରାମ କଥା ପାର୍କ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରୀରାମଙ୍କ ରାଜ୍ୟଭିଷେକ 
  • ୫ଟା ୪୫ ମିନିଟ: ସରୟୁ ଅତିଥି ଭବନ ଠାରୁ ଆଗମନ 
  • ୬ଟା: ନୂତନ ସରୟୁ ଘାଟ ଆଗମନ
  • ୬ଟାରୁ ୬ଟା ୧୦: ନୂତନ ସରୟୁ ଘାଟ ଠାରେ ଆରତୀ
  • ୬ଟା ୧୫ ମିନିଟ: ଅଯୋଧ୍ୟା ରାମ କି ପୈଡି ଆଗମନ
  • ୬ଟା ୧୫ରୁ ୬ଟା ୫୫: ଦୀପୋତ୍ସବ କାର୍ଯ୍ୟକ୍ରମ 
  • ୭ଟାରୁ ୭ଟା ୧୫ ମିନିଟ: ସବୁଜ ଏବଂ ଡିଜିଟାଲ୍ ଆତସବାଜି କାର୍ଯ୍ୟକ୍ରମ ଅବଲୋକନ 
  • ୭ଟା ୨୦: ନୂତନ ସରୟୁ ଘାଟରୁ ପ୍ରସ୍ଥାନ 
  • ୭ଟା ୩୦: ଅଯୋଧ୍ୟା ଏୟାରଷ୍ଟ୍ରିପ୍ ଆଗମନ
  • ୭ଟା ୩୦ରୁ ୭ଟା ୩୫: ପ୍ରଧାନମନ୍ତ୍ରୀଙ୍କ ବିଦାୟ