ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ଆବେଦନ ହୋଇଛି। ଲୟର୍ସ ଭଏସ ନାମକ ଏକ ଅନୁଷ୍ଠାନ ଜନସ୍ୱାର୍ଥ ମାମଲା ଦାଖଲ କରିଛି। ଯାହାର ଶୁଣାଣୀ ଶୁକ୍ରବାର ହୋଇପାରେ। ଅନ୍ୟପଟେ ସର୍ବୋଚ୍ଚ ଅଦାଲତରେ କୋରୋନା ସଂକ୍ରମଣ ଏଣ୍ଟ୍ରୀ କରିଛି।
Trending Photos
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ସମ୍ଭାବନା ରହିଛି। ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ଆବେଦନ ହୋଇଥିଲା। ସେପଟେ ବିଭିନ୍ନ ମହଲରେ ପଞ୍ଜାବ ସରକାରଙ୍କୁ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଆକ୍ସନ ମୋଡରେ କେନ୍ଦ୍ର ସରକାର। ମାମଲାର ଯାଞ୍ଚ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି। ୨୭ ଜଣ ପୂର୍ବତନ ଆଇପିଏସ ଅଫିସର ରାଷ୍ଟ୍ରପତିଙ୍କୁ ଚିଠି ଲେଖି ପିଏମଙ୍କ ସୁରକ୍ଷାରେ ଅବହେଳାକୁ ଗଣତନ୍ତ୍ର ପ୍ରତି ବିପଦ ଦର୍ଶାଇଛନ୍ତି। କେବଳ ଶାସକ ନୁହଁ ବିରୋଧି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ସମ୍ବେଦନଶୀଳ ହୋଇଛନ୍ତି।
Also Read: ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ବନ୍ଦ ହେଲା କ୍ଲାସରୁମ୍
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ଆବେଦନ ହୋଇଛି। ଲୟର୍ସ ଭଏସ ନାମକ ଏକ ଅନୁଷ୍ଠାନ ଜନସ୍ୱାର୍ଥ ମାମଲା ଦାଖଲ କରିଛି। ଯାହାର ଶୁଣାଣୀ ଶୁକ୍ରବାର ହୋଇପାରେ। ଅନ୍ୟପଟେ ସର୍ବୋଚ୍ଚ ଅଦାଲତରେ କୋରୋନା ସଂକ୍ରମଣ ଏଣ୍ଟ୍ରୀ କରିଛି। ସୁପ୍ରିମକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ତେବେ ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲାର ବିଚାର ଭର୍ଚୁଆଲ ମାଧ୍ୟମରେ ହୋଇପାରେ।
ଲୟର୍ସ ଭଏସର ପିଟିସନରେ କୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ତଦନ୍ତ ହେଉ ବୋଲି କୁହାଯାଇଛି। ଏହା ବ୍ୟତୀତ ପଞ୍ଜାବ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ନିଲମ୍ବନ କରିବାକୁ ଦାବି କରାଯାଇଛି। ସପେଟେ ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚିନ୍ତା ପ୍ରକଟ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଉଦବେଗ ଜଣାଇବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Also Read: PM ଙ୍କ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସର ହଲଚଲ, CM ଚନ୍ନିଙ୍କୁ ଏହି ନିର୍ଦ୍ଦେଶ ଦେଲେ ସୋନିଆ
ସୂଚନାଯୋଗ୍ୟ, ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ କନଭୟକୁ ଏକ ଓଭର ବ୍ରିଜ୍ ଉପରେ ପ୍ରାୟ ୨୦ ମିନିଟ ଅଟକି ରହିବାକୁ ପଡିଥିଲା। ଆନ୍ଦୋଳନକାରୀ କୃଷକମାନେ ମୋଦିଙ୍କୁ ବିରୋଧ କରି ରାସ୍ତା ବ୍ଲକ୍ କରିବା ଯୋଗୁଁ ଏପରି ପରିସ୍ଥିତି ଉପୁଡିଥିବା ଅଭିଯୋଗ ହୋଇଛି। ତେବେ ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିବା ସହ ପଞ୍ଜାବ ସରକାରଙ୍କୁ ଜବାବ ତଲବ କରିଛି।