ସବୁଜରୁ ଭଗୱା ରଙ୍ଗରେ ରଙ୍ଗାୟିତ ହେଲା ଦରଘା; ବିବାଦ ପରେ କାର୍ଯ୍ୟାନୁଷ୍ଠାନ ଏହି ନେଲା ପୋଲିସ
Advertisement

ସବୁଜରୁ ଭଗୱା ରଙ୍ଗରେ ରଙ୍ଗାୟିତ ହେଲା ଦରଘା; ବିବାଦ ପରେ କାର୍ଯ୍ୟାନୁଷ୍ଠାନ ଏହି ନେଲା ପୋଲିସ

ଏହି ଘଟଣା ସାମ୍ନାକୁ ଆସିବା ପରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ସବୁଜରୁ ଭଗୱା ରଙ୍ଗରେ ରଙ୍ଗାୟିତ ହେଲା ଦରଘା; ବିବାଦ ପରେ କାର୍ଯ୍ୟାନୁଷ୍ଠାନ ଏହି ନେଲା ପୋଲିସ

ଭୋପାଳ: ମଧ୍ୟ ପ୍ରଦେଶର ନର୍ମଦାପୁରମ୍ (ପୂର୍ବରୁ ହୋଶଙ୍ଗାବାଦ) ଜିଲ୍ଲାରେ ଅବସ୍ଥିତ ଏକ ସବୁଜ ରଙ୍ଗର କବରକୁ ଭଗୱା ରଙ୍ଗରେ ରଙ୍ଗାୟିତ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗତ ରବିବାର ଏହି ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ନର୍ମଦାପୁରମ୍ ଅତିରିକ୍ତ ପୋଲିସ ଅଧିକ୍ଷକ ଅୱଧେଶ ପ୍ରତାପ ସିଂହ କହିଛନ୍ତି ଯେ ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ସେମରୀ-ହରଚନ୍ଦ ରାସ୍ତାରେ ଅବସ୍ଥିତ ଏହି କବରକୁ ଗତ ଶନିବାର-ରବିବାର ମଧ୍ୟରାତ୍ରୀରେ ଭଙ୍ଗାରୁଜା କରିବା ସହ ଏହାକୁ ଭଗୱା ରଙ୍ଗରେ ରଙ୍ଗାୟିତ କରାଯାଇଥିବା ନେଇ ଜଣାପଡିଛି। ଏନେଇ ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରିଛି। 

ଏହି ଘଟଣା ସାମ୍ନାକୁ ଆସିବା ପରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ପ୍ରାୟ ୫ ଦଶନ୍ଧି ପୁରୁଣା ସବୁଜ ରଙ୍ଗର କବରକୁ ଭଗୱା ରଙ୍ଗରେ ରଙ୍ଗାୟିତ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛି ମୁସଲମାନ ସମ୍ପ୍ରଦାୟ।

Also Read: ଦେଶ ବିରୋଧି ନାରାବାଜି ପ୍ରସଙ୍ଗ; ଏସପି କହିଲେ ନିଶ୍ଚିତ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ

ଗତ ଶନିବାର-ରବିବାର ମଧ୍ୟରାତ୍ରୀରେ ଏଭଳି କାଣ୍ଡ ଭିଆଇଥିବା ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା 295A ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି। ଏହି ଅଞ୍ଚଳରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।