ଆରମ୍ଭରୁ ଅସମ୍ଭାଳ; ଦିଲ୍ଲୀର ପ୍ରଦୂଷଣରେ ୪୦% ବୃଦ୍ଧି
Advertisement
Article Detail0/zeeodisha/odisha779757

ଆରମ୍ଭରୁ ଅସମ୍ଭାଳ; ଦିଲ୍ଲୀର ପ୍ରଦୂଷଣରେ ୪୦% ବୃଦ୍ଧି

ରବିବାର ଦିନ ଦିଲ୍ଲୀର 'ପି.ଏମ୍. ୨.୫' ପ୍ରଦୂଷଣରେ ପାଳ ଜଳିବା ଦ୍ୱାରା ପ୍ରଦୂଷଣର ଅଂଶ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଶୀତ ଋତୁରେ ପ୍ରଦୂଷଣ ମାତ୍ରା ସର୍ବାଧିକ ହୋଇଛି। ଗତ ଶନିବାର ଦିନ ଏହାର ମାତ୍ରା ୩୨ ପ୍ରତିଶତ, ଶୁକ୍ରବାରରେ ୧୯ ପ୍ରତିଶତ ଏବଂ ଗୁରୁବାରରେ ୩୬ ପ୍ରତିଶତ ରହିଥିଲା।

 

ଆରମ୍ଭରୁ ଅସମ୍ଭାଳ; ଦିଲ୍ଲୀର ପ୍ରଦୂଷଣରେ ୪୦% ବୃଦ୍ଧି

ନୂଆଦିଲ୍ଲୀ: ପାଳ ଜାଳିବା ଦ୍ୱାରା ୪୦ ପ୍ରତିଶତକୁ ବୃଦ୍ଧି ପାଇଛି ଦିଲ୍ଲୀର ପ୍ରଦୂଷଣ (Delhi Pollution)। ଶୀତ ଋତୁ (Winter Season) ରେ ଏହା ହେଉଛି ସର୍ବୋଚ୍ଚ ସ୍ତର। ଭୂ ବିଜ୍ଞାନ ମନ୍ତ୍ରଣାଳୟ (Ministry of Earth Science) ପକ୍ଷରୁ ବାୟୁର ଗୁଣବତ୍ତା ଓ ପାଣିପାଗ ପୂର୍ବାନୁମାନ (Weather Forecasting) ଓ ଅନୁସନ୍ଧାନ ପ୍ରଣାଳୀ କହିଛି ଶନିବାର ଦିନ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ୩୨୧୬ଟି ପାଳ ଜାଳିବା ଘଟଣା ସାମ୍ନାକୁ ଆସିଛି।

ବୁଧବାର (ନଭେମ୍ବର୪, ୨୦୨୦) ଦିଲ୍ଲୀର ଆକାଶ ଧୂଆଁରେ ଆଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା। ସୂର୍ଯ୍ୟ ପ୍ରାୟତଃ ଦୃଶ୍ୟମାନ ହୋଇନଥିଲେ। ରବିବାର ଦିଲ୍ଲୀର 'ପି.ଏମ. ୨.୫' ପ୍ରଦୂଷଣରେ ପାଳ ଜାଳିବା ଦ୍ୱାରା ପ୍ରଦୂଷଣର ଅଂଶ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଋତୁରେ ଏହା ସର୍ବାଧିକ। ଶନିବାର ଦିନ ଏହା ୩୨ ପ୍ରତିଶତ, ଶୁକ୍ରବାରରେ ୧୯ ପ୍ରତିଶତ ଏବଂ ଗୁରୁବାରରେ ୩୬ ପ୍ରତିଶତ ଥିଲା। ତଥ୍ୟ ଅନୁଯାୟୀ ଗତବର୍ଷ ପାଳ ଜାଳିବା ଦ୍ୱାରା ନଭେମ୍ବର ୧ରେ ଦିଲ୍ଲୀର ପ୍ରଦୂଷଣର ମାତ୍ରା ୪୪% ବୃଦ୍ଧି ପାଇଥିଲା।

ନାସାର ଉପଗ୍ରହରୁ ନିଆଯାଇଥିବା ଚିତ୍ରରୁ ଜଣାପଡିଛି ପଞ୍ଜାବ, ହରିୟାଣା ଉତ୍ତରପ୍ରଦେଶରେ ପାଳ ଜଳାଯାଉଛି। ଯଦିଓ ପ୍ରଦୂଷଣ ପାଇଁ ବାୟୁର ଦିଗ ଅନୁକୂଳ, ତଥାପି ବାୟୁ ଗୁଣବତ୍ତା ଅତ୍ୟଧିକ ଖରାପ ହୋଇନାହିଁ। ଦିଲ୍ଲୀରେ ନିଆଁ ଜଳିବା କାରଣରୁ ଉଚ୍ଚ ସ୍ତରର ପ୍ରଦୂଷଣ ହେବାର ସମ୍ଭାବନା ରହିଛି।

ଆସନ୍ତା ୨ ଦିନ ମଧ୍ୟରେ ପବନର ବେଗ ଭଲ ହେବ ବୋଲି ପୂର୍ବାନୁମାନ କରାଯାଉଛି। ହେଲେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ-ଏକ୍ୟୁଆଇ (Air Quality Index-AQI) ସାମାନ୍ୟ ଉନ୍ନତି ହେବାର ସମ୍ଭାବନା ଅଛି ଏବଂ ଏହା ନିଆଁ ଜାଳିବା ଉପରେ ମଧ୍ୟ ନିର୍ଭରଶୀଳ। ନଭେମ୍ୱରରେ ବାୟୁ ଗୁଣବତ୍ତା ଆହୁରି ଅଧିକ ଖରାପ ହେବାର ସମ୍ଭାବନା ରହିଛି। ସହରରେ ଅପରାହ୍ନ ୩ଟାରେ ଏକ୍ୟୁଆଇ ୩୭୦ ଥିଲା। ଶନିବାର ଦିନ ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ୩୬୫ ରହିଥିଲା। 

ଶୁକ୍ରବାର ଦିନ ଏହା ୩୭୪, ଗୁରୁବାର ୩୯୫ ଏବଂ ବୁଧବାର ୨୯୭, ମଙ୍ଗଳବାର ଦିନ ୩୧୨ ଏବଂ ସୋମବାର ୩୫୩ ରହିଥିଲା । ସୂଚନାନୁଯାୟୀ ୦-୫୦ ମାତ୍ରା ମଧ୍ୟରେ ଏକ୍ୟୁଆଇ ଭଲ ଏବଂ ୫୧-୧୦୦ ମାତ୍ରା ମଧ୍ୟରେ ସନ୍ତୋଷଜନକ। ୧୦୧-୨୦୦ ହେଉଛି ମଧ୍ୟମ, ୨୦୧-୩୦୦ ଖରାପ, ୩୦୧-୪୦୦ ଅଧିକ ଖରାପ ଏବଂ ୪୦୧-୫୦୦ ମଧ୍ୟରେ ଗମ୍ଭୀର ବୋଲି ବିବେଚନା କରାଯାଏ। 

ତେବେ କିପରି କୃଥକମାନଙ୍କୁ ସେମାନଙ୍କର କ୍ଷେତ ଜାଳିବାକୁ ବାରଣ କରାଯାଇପାରିବ। ସଚେତତା ନାଁ ପୁରସ୍କାର ରାଶି ପ୍ରଦାନ କରି ସେମାନଙ୍କରୁ ଅପରି କାମରୁ ବିରତ ରଖାଯାଇପାରିବ। ସ୍ୱଚ୍ଛ ପରିବେଶ ପାଇଁ ପରିବେଶବିତ୍ ତଥା ପ୍ରଚାରକ ଭାବରେ ରହିଯାଉଥିବା କମିବା ଯୋଗୁଁ ଲୋକେ ସଚେତନ ହୋଇପାରୁନାହାନ୍ତି କି? ଉତ୍ତର ଭାରତୀୟ ଅଞ୍ଚଳରେ ଶୀତ ଆରମ୍ଭରେ କ୍ଷେତରେ ନଡ଼ା ଜଳାଯାଏ ଏବଂ ପବନ ଦିଲ୍ଲୀ ଭଳି ସହରକୁ ପ୍ରଦୂଷଣ ଆଣିଥାଏ।   ଯାନବାହାନ ଏବଂ ସ୍ଥାନୀୟ ପ୍ରଦୂଷଣର ଉତ୍ସରୁ ଏହାର ପ୍ରଦୂଷଣ ମାତ୍ରା ଅଧିକ। 

ଗତବର୍ଷ କ୍ଷେତରେ ପାଳି ନଜାଳିବାକୁ ଗତବର୍ଷ ପଞ୍ଜାବ ସରକାର ୩୧, ୨୩୧ ଚାଷୀଙ୍କୁ ପ୍ରାୟ ୨୯ କୋଟି ଟଙ୍କା ପ୍ରଦାନ କରିଥିଲେ।  କୃଷକ ଆର୍ଥିକ ସାହାଯ୍ୟ ଆବଶ୍ୟକ କରନ୍ତି।  କ୍ଷେତରେ ପାଳ ଜଳାଇବା କୃଷକଙ୍କ ଶ୍ରମକୁ ରିହାତି ଦେଉଥିବା ଏହି ପ୍ରଣାଳୀ ସେମାନଙ୍କର ମାଟି ଓ ଜଳ ପ୍ରଣାଳୀକୁ ମଧ୍ୟ ରିହାତି ଦେଇଥାଏ। ଏହାର ବିକଳ୍ପ କଣ ହୋଇପାରେ, ଆମକୁ ସମସ୍ୟାକୁ ଚିହ୍ନିବା ଏବଂ ଆଗକୁ ବାଟ ଖୋଜିବାକୁ ହେବ। ଯାହା କୃଷକଙ୍କୁ ଆୟ ଯୋଗାଇଦେବ ଓ ପରିବେଶ ସ୍ଥିରତାକୁ ଉନ୍ନତ କରିପାରିବ।