ବିଜୁଳି ସଂକଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ Amit Shah ଙ୍କ ଅଧ୍ୟକ୍ଷତାର ବସିଲା ବଡ଼ ବୈଠକ
Advertisement

ବିଜୁଳି ସଂକଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ Amit Shah ଙ୍କ ଅଧ୍ୟକ୍ଷତାର ବସିଲା ବଡ଼ ବୈଠକ

ଗୃହ ମନ୍ତ୍ରଣାଳୟ ଦ୍ୱାରା ଡକାଯାଇଥିବା ଏହି ବୈଠକରେ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ସହ କେନ୍ଦ୍ର ଶକ୍ତିମନ୍ତ୍ରୀ ଯୋଗଦେଇଥିଲେ।  

ବିଜୁଳି ସଂକଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ Amit Shah ଙ୍କ ଅଧ୍ୟକ୍ଷତାର ବସିଲା ବଡ଼ ବୈଠକ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ସୃଷ୍ଟି ହୋଇଥିବା କଥିତ ବିଦ୍ୟୁତ ସଙ୍କଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କେନ୍ଦ୍ର କୋଇଲା ମନ୍ତ୍ରୀ ଏବଂ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ସମେତ ବରିଷ୍ଠ ଏନଟିପିସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବର୍ତ୍ତମାନର ପରିସ୍ଥିତି ଏବଂ କୋଇଲା ଭଣ୍ଡାର ସମ୍ପର୍କରେ ବିସ୍ତୃତ ସୂଚନା ଗୃହମନ୍ତ୍ରୀ ଶାହଙ୍କୁ ପ୍ରଦାନ କରିଥିଲେ ଅଧିକାରୀ।

ଗୃହ ମନ୍ତ୍ରଣାଳୟ (Union Home Ministry) ଦ୍ୱାରା ଡକାଯାଇଥିବା ଏହି ବୈଠକରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Union Coal Minister Pralhad Joshi), କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ ସିଂହ (Union Energy Minister RK Singh) ଯୋଗଦେଇ ବିଦ୍ୟୁତ ଉତ୍ପାଦନ ସହ କୋଇଲା ଖନନ ବାବଦରେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହା ବ୍ୟତୀତ ଉଭୟ ମନ୍ତ୍ରଣାଳୟର ସଚିବ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

Also Read: ବିଦ୍ୟୁତ ସଙ୍କଟକୁ ନେଇ ଜବରଦସ୍ତ ସୃଷ୍ଟି କରାଯାଉଛି ଆତଙ୍କ: କେନ୍ଦ୍ର

କୋଇଲା ଅଭାବରୁ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ସଙ୍କଟ ପ୍ରସଙ୍ଗ ଉଠାଇ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଞ୍ଜାବ ସମେତ ଅନେକ ରାଜ୍ୟ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏହାସହ ବିଦ୍ୟୁତ୍ ସଞ୍ଚୟ ପାଇଁ ରାଜ୍ୟବାସୀଙ୍କୁ ମଧ୍ୟ ଏକ ନିବେଦନ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ପକ୍ଷରୁ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଭଣ୍ଡାର ଅଛି ଏବଂ ବିଦ୍ୟୁତ୍ ସଙ୍କଟକୁ ନେଇ ଯେଉଁ ଆକଳନ କରାଯାଉଛି ତାହା ସତ୍ୟ ନୁହେଁ।

ଗତ ରବିବାର କୋଇଲା ମନ୍ତ୍ରଣାଳୟ (Coal Ministry) ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିଦ୍ୟୁତ୍ ଉତ୍ପାଦନ କାରଖାନାର ଆବଶ୍ୟକତା ପୂରଣ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣ କୋଇଲା ଭଣ୍ଡାର ଅଛି। କୋଇଲା ଅଭାବ ହେତୁ ବିଦ୍ୟୁତ ଯୋଗାଣରେ ବ୍ୟାଘାତ ହେବାର ସମ୍ଭାବନାକୁ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇଛି। ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଶକ୍ତି ସଙ୍କଟ ପ୍ରସଙ୍ଗ ବାବଦରେ ଅବଗତ କରାଇଥିଲେ। 

Also Read: Delhi ପରେ Maharashtra ରେ ବିଜୁଳି ସଂକଟ; କୋଇଲା ଅଭାବ କାରଣରୁ ୧୩ ୟୁନିଟ ବନ୍ଦ

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ପ୍ରାୟ ୭୨ ଲକ୍ଷ ଟନ୍ କୋଇଲା ଭଣ୍ଡାର ରହିଛି ଯାହା ୪ ଦିନ ପାଇଁ ଯଥେଷ୍ଟ। କୋଲ୍ ଇଣ୍ଡିଆ (Coal India) ନିକଟରେ ୪୦୦ ଲକ୍ଷ ଟନ୍ ଭଣ୍ଡାର ଅଛି ଯାହା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶରେ କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ ୨୪ ପ୍ରତିଶତ ବୃଦ୍ଧି ପାଇଛି। ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ଉନ୍ନତ ଯୋଗାଣ ହେତୁ ଉତ୍ପାଦନ ବୃଦ୍ଧି ପାଇଛି। 

Also Read: କଥିତ ବିଜୁଳି ସଂକଟକୁ ନେଇ ମୁହାଁମୁହିଁ କେନ୍ଦ୍ର-ଦିଲ୍ଲୀ ସରକାର

ଏହି କଥିତ ବିଦ୍ୟୁତ ସଂକଟକୁ ନେଇ ରାଜନୀତି ସରଗରମ ହୋଇଉଠିବା ସହ ଏହି ପ୍ରସଙ୍ଗରେ ମୁହାଁମୁହିଁ ଉଭୟ ରାଜ୍ୟ-କେନ୍ଦ୍ର ସରକାର। ଏ ଘଚଣାରେ ଉତ୍ତର ପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ। ଏନେଇ ସେ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ବିଦ୍ୟୁତ ପ୍ରତି ଧ୍ୟାନ ଦେଉ ନାହିଁ କାରଣ ସେମାନେ ପ୍ଲାଣ୍ଟର ନାମ ନେଇପାରିବେ ନାହିଁ। ଯେତେବେଳେ ମୁଖ୍ୟମନ୍ତ୍ରୀ ଏଠାକୁ ଆସିଲେ ତାଙ୍କୁ ପ୍ଲାଣ୍ଟର ନାମ କହିବାକୁ କୁହନ୍ତୁ। ଅନ୍ୟପଟେ ରାଜ୍ୟର ନୋଏଡାସ୍ଥିତ ପାୱାର କର୍ପୋରେସନ୍ ଲିମିଟେଡ୍ (NOIDA Power Corporation Limited) ଲୋକଙ୍କୁ ବିଦ୍ୟୁତ୍ ସଞ୍ଚୟ କରିବାକୁ ନିବେଦନ କରିଛି।