ଶୁକ୍ରବାର ପ୍ରାର୍ଥନାରେ ଯୋଗ ଦେଇ ଆତଙ୍କବାଦୀମାନେ ଏହି ଆତ୍ମଘାତୀ ବିସ୍ଫୋରଣ କରିଥିବା ବିଶ୍ୱାସ କରାଯାଉଛି। ସେ କହିଛନ୍ତି, "ବିସ୍ଫୋରଣ କରେ ଚାରିଆଡେ କଳା ଧୂଆଁମୟ ହୋଇଗାଲ। ଚାରିଆଡେ କେବଳ ମୃତଦେହ ପଡିରଗିଥିଲା। ମୁଁ ନିଜେ ବଞ୍ଚିଛି, କିନ୍ତୁ ମୋର ପ୍ରିୟ ଲୋକଙ୍କୁ ହରାଇଲି।" ସ୍ଥାନୀୟ ବାସିନ୍ଦା ମହମ୍ମଦ ସାବୀର କହିଛନ୍ତି, "ବିସ୍ଫୋରଣ ବହୁତ ଜୋରରେ ହୋଇଥିଲା, ମୁଁ ଭାବିଲି ମୋର କାନର ପରଦା ଫାଟି ଯାଇଛି।"
Trending Photos
କାବୁଲ: ଅସରଫ ଘନୀଙ୍କ ଶାସନ କାଳରେ ଆଫଗାନିସ୍ତାନ ଯାହା ଥିଲା ତାଲିବାନୀଙ୍କ ସମୟରେ ମଧ୍ୟ ସେଇୟା ହିଁ ଅଛି। ଲଗାତର ରାଜଧାନୀ କାବୁଲ ସମେତ ଦେଶର ଅନ୍ୟାନ୍ୟ ସହରରେ ଆତ୍ମଘାତୀ ବିସ୍ଫୋରଣ ହେଉଛି। ପ୍ରାୟ ପ୍ରତ୍ୟେକ ଦିନ ଆତଙ୍କୀ ହମଲାରେ ଆଫଗାନୀ ନାଗରିକଙ୍କ ଜୀବନ ଯାଉଛି। ଆତଙ୍କୀଙ୍କ ଟାର୍ଗେଟରେ ମସଜିଦ୍ ରହିଛି। ଶୁକ୍ରବାର ପ୍ରାର୍ଥନା ସମୟରେ କୁବୁଲର ଏକ ମସଜିଦରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ହରାଇଛନ୍ତି।
କାବୁଲର ଏକ ମସଜିଦ (Kabul mosque) ରେ ଶୁକ୍ରବାର ପ୍ରାର୍ଥନା ବେଳେ ଏକ ଶକ୍ତିଶାଳୀ ବିସ୍ଫୋରଣ (Friday prayers) ହୋଇଥିଲା। ଏଥିରେ ଧାର୍ମୀକ ନେତାଙ୍କ ସମେତ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ପବିତ୍ର ରମଜାନ ମାସରେ ସାଧାରଣ ନାଗରିକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି। ରାଜଧାନୀର ପଶ୍ଚିମ ଭାଗରେ ଥିବା ଖଲିଫା ସାହିବ ମସଜିଦରେ ଏହି ବିସ୍ଫୋରଣ ଘଟିଛି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଉପମୁଖପାତ୍ର ବେସମୁଲ୍ଲା ହବିବ କହିଛନ୍ତି। ସୁନ୍ନି ମସଜିଦରେ ପୂଜକମାନେ ଏକତ୍ରିତ ହେବାପରେ ଏହି ଆକ୍ରମଣ ହୋଇଥିଲା।
Also Read: କୋରୋନା ମାମଲାରେ ପୁଣି ବୃଦ୍ଧି; ଦିନକରେ ଚିହ୍ନଟ ହେଲା ୩ ହଜାରରୁ ଉର୍ଦ୍ଧ୍ୱ ମାମଲା
ମସଜିଦର ମୁଖ୍ୟ ସୟଦ ଫାଜିଲ ଆଗା କହିଛନ୍ତି ଯେ, ଶୁକ୍ରବାର ପ୍ରାର୍ଥନାରେ ଯୋଗ ଦେଇ ଆତଙ୍କବାଦୀମାନେ ଏହି ଆତ୍ମଘାତୀ ବିସ୍ଫୋରଣ କରିଥିବା ବିଶ୍ୱାସ କରାଯାଉଛି। ସେ କହିଛନ୍ତି, "ବିସ୍ଫୋରଣ କରେ ଚାରିଆଡେ କଳା ଧୂଆଁମୟ ହୋଇଗାଲ। ଚାରିଆଡେ କେବଳ ମୃତଦେହ ପଡିରଗିଥିଲା। ମୁଁ ନିଜେ ବଞ୍ଚିଛି, କିନ୍ତୁ ମୋର ପ୍ରିୟ ଲୋକଙ୍କୁ ହରାଇଲି।" ସ୍ଥାନୀୟ ବାସିନ୍ଦା ମହମ୍ମଦ ସାବୀର କହିଛନ୍ତି, "ବିସ୍ଫୋରଣ ବହୁତ ଜୋରରେ ହୋଇଥିଲା, ମୁଁ ଭାବିଲି ମୋର କାନର ପରଦା ଫାଟି ଯାଇଛି।"
ବିଶେଷ ସୂତ୍ରରୁ ପ୍ରକାଶ ଯେ, କାବୁଲ ସହରର ବିଭିନ୍ନ ଡାକ୍ତରଖାନାରେ ଏପର୍ଯ୍ୟନ୍ତ ୬୬ଟି ମୃତଦେହ ପହଞ୍ଚିଛି ଏବଂ ୮୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ ମସଜିତରେ ଦୁଇ ଜଣ ଜାତିସଂଘ ସଦସ୍ୟ ଓ ସେମାନଙ୍କ ପରିବାର ଲୋକ ଥିବା କୁହାଯାଉଛି। ଏହି ଆକ୍ରମଣକୁ ଆମେରିକା ଏବଂ ମିଳିତ ଜାତିସଂଘର ନିନ୍ଦା କରିଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଫଗାନିସ୍ତାନ ପ୍ରତିନିଧୀ ମେଟ୍ଟେ ନଡସେନ୍ କହିଛନ୍ତି ଯେ, ଏହି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ପାଇଁ କୌଣସି ଶବ୍ଦ ଯଥେଷ୍ଟ ନୁହେଁ।
Also Read: ଚନ୍ଦନିଆଁମୁଣ୍ଡା ନାବାଳକର ହାତ ଆଙ୍ଗୁଠି କଟା ମାମଲା: ଗୁଲଠୁକୁ ଛଅ ବର୍ଷ କାରାଦଣ୍ଡ
ଶାସକ ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏହି ବିସ୍ଫୋରଣକୁ ନିନ୍ଦା କରିବା ସହ ଅପରାଧୀଙ୍କୁ ଦଣ୍ଡିତ କରାଯିବ ବୋଲି କହିଛନ୍ତି। ମସଜିଦ ହମଲା ପାଇଁ କିଏ ଦାୟୀ ତାହା ସ୍ପଷ୍ଟ ହୋଇନାହିଁ। ଗତ ସପ୍ତାହରେ ହୋଇଥିବା ବିସ୍ଫୋରଣରେ ବହୁ ସଂଖ୍ୟାରେ ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। କେବଳ ଏପ୍ରିଲରେ କାବୁଲରେ ହୋଇଥିବା ଆକ୍ରମଣରେ ୧୦୦ରୁ ଅଧିକ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ଜରୁରୀକାଳୀନ ହସ୍ପିଟାଲ କହିଛି। ଶେଷ ଆକ୍ରମଣ ଗତ ଶୁକ୍ରବାର ଦିନ ରମଜାନ ମାସରେ ହୋଇଥିଲା।
ତାଲିବାନ କହିଛି ଯେ, ଅଗଷ୍ଟ ମାସରେ କ୍ଷମତା ଗ୍ରହଣ କରିବା ପରଠାରୁ ସେମାନେ ଦେଶକୁ ସୁରକ୍ଷିତ କରିଛନ୍ତି। ଇସଲାମିକ୍ ଷ୍ଟେଟର ସ୍ଥାନୀୟ ଅଫସଟ୍କୁ ହଟାଇ ଦେଇଛନ୍ତି। ଅନେକ ଆକ୍ରମଣରେ ଶିଆ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିଛନ୍ତି, ତଥାପି ସୁନ୍ନି ମସଜିଦ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଗୁରୁବାର ମଜାର-ଇ-ସରିଫରେ ଶିଆ ମୁସଲମାନମାନଙ୍କୁ ନେଇ ଯାଉଥିବା ଦୁଇଟି ଯାତ୍ରୀବାହୀ ଭ୍ୟାନରେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ଶୁକ୍ରବାର ଦିନ କୁଣ୍ଡୁଜ ସହରରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ସୁନ୍ନି ମସଜିଦରେ ବିସ୍ଫୋରଣ ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା।