ନେତାଜୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି (PM Modi) କହିଛନ୍ତି ଯେ, ଆଜିରେ ଦିନରେ ଭାରତର ଗୌରବ ନେତାଜୀ ସୁବାଷ ଚନ୍ଦ୍ର ବୋଷ (Netaji Subash Bose) ଜନ୍ମ ହୋଇଥିଲେ। ତାଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ।
Trending Photos
ମନୋଜ ମହାନ୍ତି, ନୂଆଦିଲ୍ଲୀ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ। ଦେଶବ୍ୟାପୀ ଆଜିର ଦିନକୁ 'ପରାକ୍ରମ ଦିବସ' ଭାବେ ପାଳନ କରାଯାଇଛି। ଏଥିପାଇଁ କୋଲକାତାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ତେବେ ସେ ତାଙ୍କର ଭାଷଣରେ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା...
ନେତାଜୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି (PM Modi) କହିଛନ୍ତି ଯେ, ଆଜିରେ ଦିନରେ ଭାରତର ଗୌରବ ନେତାଜୀ ସୁବାଷ ଚନ୍ଦ୍ର ବୋଷ (Netaji Subash Bose) ଜନ୍ମ ହୋଇଥିଲେ। ତାଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ। ସେ ସ୍ବାଧୀନ ଭାରତ (Independent India) କୁ ନୂଆ ଦିଶା ଦେଖାଇଥିଲେ, ଆଉ କହିଥିଲେ " ମୁଁ ସ୍ବାଧିନତା ମାଗିବି ନାହଁ ଛଡ଼ାଇ ଆଣିବି"। ପିଲା ଦିନେ ଯେକୈଣସି ପରିସ୍ଥିତିରେ ନେତାଜୀଙ୍କ ନାଁ ଶୁଣିବା ମାତ୍ରେ ନିଜ ଭିତରେ ଏକ ଉର୍ଜା ଆସିଯାଏ।
Also Read: ନେତାଜୀ ଜୟନ୍ତୀରେ ରାଜନୈତିକ ହିଂସା, ପଶ୍ଚିମବଙ୍ଗରେ ସ୍ଥିତି ସଂଗୀନ
ସେ ପୁଣି କହିଛନ୍ତି, ନେତାଜୀଙ୍କ ବ୍ୟକ୍ତିତ୍ବକୁ ମୁଲ୍ୟାୟନ କରିବା ଆମ ପାଇଁ ମୁର୍ଖାମୀ ହେବ। ତ୍ୟାଗ, ତପସ୍ୟା ଓ ବଳିଦାନ ତାଙ୍କୁ ସୁବାଷରୁ ନେତାଜୀ କରିଛି। ତାଙ୍କର ଉର୍ଜା, ଆଦର୍ଶ, ତପସ୍ୟା ଏବଂ ତ୍ୟାଗ ବିଶ୍ବର ସମସ୍ତ ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଆଜି ସମସ୍ତ ଭାରତୀୟ ନେତାଜୀଙ୍କ ଆଦର୍ଶ (Ideology) ରେ ଅନୁପ୍ରାଣିତ। ଏଥି ପାଇଁ ଦେଶ ନିଷ୍ପତ୍ତି ନେଇଛି ପ୍ରତିବର୍ଷ ୨୩ ଜାନୁଆରିକୁ "ପରାକ୍ରମ ଦିବସ" (Parakrama Divas) ରୂପେ ପାଳକ କରିବ। ଭାରତରେ ଥିବା ୧୩୦ କୋଟିରୁ ଅଧିକ ଦେଶବାସୀଙ୍କ ଦେହରେ ବୋହୁଥିବା ପ୍ରତିଟି ରକ୍ତବିନ୍ଦୁ ନେତାଜୀଙ୍କ ପାଖରେ ଋଣୀ। ତାଙ୍କ ଋଣ ଆମେ କେବେ ସୁଝିପାରିବା ନାହିଁ।
ଦେଶ ଯେତେବେଳେ ସ୍ବାଧୀନତାର ୭୫ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ଆତ୍ମନିର୍ଭର (Atmanirbhar) ଭାବେ ଆଗକୁ ବଢୁଛି। ସେତେବେଳେ ନେତାଜୀଙ୍କ ଜୀବନ ଆଉ ତାଙ୍କର ସମସ୍ତ କାର୍ଯ୍ୟ ଏବଂ ନିଷ୍ପତ୍ତି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ନିହାତି ଆବଶ୍ୟକ। ନେତାଜୀ କହୁଥିଲେ ସ୍ବାଧିନ ଭାରତ (India) ର ସ୍ବପ୍ନକୁ କେବେ ବି ମରିବାକୁ ଦିଆଯିବନାହିଁ। ଦୁନିଆରେ ଏମିତି କୈଣସି ଶକ୍ତି ନାହିଁ ଯିଏ ଭାରତକୁ ବାନ୍ଧି ରଖିପାରିବ ଓ ୧୩୦ କୋଟି ଦେଶବାସୀଙ୍କ ଭାରତବର୍ଷକୁ ଆତ୍ମନିର୍ଭର ଭାରତ ତିଆରି କରିବାରେ ଅଟକାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Also Read: ନେତାଜୀ ଅନ୍ତରାଜ୍ୟ ବସ ଟର୍ମିନସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଏହାବ୍ୟତୀତ ସେ କହିଛନ୍ତି, ନେତାଜୀ (Netaji) ଯେଉଁ ଭଳିଭାବେ ଦେଶକୁ ଦେଖିବାକୁ ଚାହୁଁଥିଲେ, ବର୍ତ୍ତମାନ ଭାରତକୁ ସେହିଭଳି ଭାବେ ଦୁନିଆ ଦେଖୁଛି। ଭାରତୀୟ ଯବାନ ଯେକୈଣସି ସ୍ଥାନରେ ଚ୍ୟାଲେଞ୍ଜର ସାମ୍ନା କରି ମୁହଁତୋଡ଼ ଜବାବ ଦେଉଛନ୍ତି। ଦେଶର ସ୍ବାଧୀନତା ପାଇଁ ନେତାଜୀ ଯେଉଁ ଭୂମିକା ତୁଲାଇଥିଲେ, ଠିକ ସେହିଭଳି ଭାବେ ପଶ୍ଚିମବଙ୍ଗର ଜନସାଧାରଣ ଆତ୍ମନିର୍ଭର ଭାରତ ପାଇଁ କାର୍ଯ୍ୟ କରିବାକୁ ହେବ।