ହ୍ୱାଇଟ ହାଉସ ଯିବା ପୂର୍ବରୁ ଭାବବିହ୍ୱଳ ବାଇଡେନ
Advertisement
Article Detail0/zeeodisha/odisha831736

ହ୍ୱାଇଟ ହାଉସ ଯିବା ପୂର୍ବରୁ ଭାବବିହ୍ୱଳ ବାଇଡେନ

ନିଜକୁ ଡେଲାୱେର ପ୍ରଦେଶର ପୁ୍ଅ ବୋଲି ଜଣାଇବା ସହ କହିଛନ୍ତି ଦେଶ ଉପରେ ଛାଇଥିବା ଅନ୍ଧାର ଖୁବଶୀଘ୍ର ହଟିବ। 

ହ୍ୱାଇଟ ହାଉସ ଯିବା ପୂର୍ବରୁ ଭାବବିହ୍ୱଳ ବାଇଡେନ

ୱାଶିଂଟନ: ବିଶ୍ୱର ସବୁଠାର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ଜୋ ବାଇଡେନ। ଦାୟିତ୍ୱ ନେବା ପୂର୍ବରୁ ଭାବବିହ୍ୱଳ ହୋଇଉଠିଛନ୍ତି ସେ। ଶପଥ ଗ୍ରହଣ କରିବା ଲାଗି ନିଜ ରାଜ୍ୟ ଡେଲାୱେର ଠାରୁ ରାଜଧାନୀ ୱାଶିଂଟନ ଅଭିମୁଖେ ଯାତ୍ରା କରିବା ବେଳେ ଭାବବିହ୍ୱଳ ହୋଇଉଠିଥିଲେ ବାଇଡେନ। ଏପରିକି ତାଙ୍କ ଆଖି ଛଳଛଳ ହୋଇଉଠିଥିଲା।   

ନିଜକୁ ଡେଲାୱେର ପ୍ରଦେଶର ପୁ୍ଅ ବୋଲି ଜଣାଇବା ସହ କହିଛନ୍ତି ଦେଶ ଉପରେ ଛାଇଥିବା ଅନ୍ଧାର ଖୁବଶୀଘ୍ର ହଟିବ। ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ମିଶି ଦେଶର ସ୍ଥିତି ବଦଳାଇବେ। ଆମେରିକାର ମୁଖ୍ୟ ବିଚାରପତି ଜନ ରବର୍ଟସ ବାଇଡେନଙ୍କୁ ସଂସଦ ଭବନସ୍ଥିତ ୱେଷ୍ଟ ଫ୍ରଣ୍ଟ ଠାରେ ରାଷ୍ଟ୍ରପତି ପଦ ଲାଗି ଶପଥ ଗ୍ରହଣ କରିବେ।      

ଗୃହ ରାଜ୍ୟ ଡେଲାୱେର ଛାଡିବା ପୂର୍ବରୁ ସ୍ଥାନୀୟ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ଭାବୁକ ହୋଇପଡିଥିଲେ ବାଇଡେନ। ଏନେଇ ସେ କହିଛନ୍ତି ମୋତେ ଜଣା ଅଛି ବର୍ତ୍ତମାନ ଆମେ ଏକ କଠିନ ସମୟରେ ଗତି କରୁଛେ। ହେଲେ  ବର୍ତ୍ତମାନ ଦେଶକୁ ଢାଙ୍କି ରଖିଥିବା ଅନ୍ଧାର ଖୁବ ଶୀଘ୍ର ଦୂର ହେବ। ନିଜକୁ ଡେଲାୱେର ରାଜ୍ୟର ପୁତ୍ର ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତି କହିଛନ୍ତି ଏହି ପ୍ରଦେଶର ନାମ ମୋ ହୃଦୟରେ ଲେଖା ହୋଇଛି। ମୁଁ ମୋ ରାଜ୍ୟରୁ ପାଇଥିବା ପ୍ରେମ ଏବଂ ସମ୍ମାନକୁ ମୁଁ କେବେ ଭୁଲି ପାରିବି ନାହିଁ। ବାଇଡେନ ଆହୁରି କହିଛନ୍ତି ମୋ ଦେଶରେ ଏକ ନୂତନ ଆରମ୍ଭ ହେବାକୁ ଯାଉଛି। 

Also Read: ବାଇଡେନଙ୍କ ଟିମରେ ୨୦ ପ୍ରବାସୀ, ଭାରତକୁ ମିଳିବ ବଡ ଫାଇଦା

 

ପୂର୍ବତନ ସହଯୋଗୀ ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ମନେପକାଇ କହିଛନ୍ତି ୧୨ ବର୍ଷ ପୂର୍ବେ ସେ ମୋତେ ଉପରାଷ୍ଟ୍ରପତି ଦାୟିତ୍ୱ ଦେବା ଲାଗି ତାଙ୍କ ସହ ମୋତେ ନେଇଥିଲେ। ଏବେ ମୁଁ ରାଷ୍ଟ୍ରପତି ଏବଂ ଜଣେ ମହିଳା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୁଁ ଲୋକଙ୍କ ଉଦ୍ଦେଶ୍ୟରେ କହୁଛି ସେମାନେ ମୋତେ କୁହନ୍ତି ନାହିଁ ଯେ ପରିସ୍ଥିତି ବଦଳିବ ନାହିଁ, ଏହା ହେଉଛି ଆମେରିକା। ଏଠାରେ ପ୍ରତ୍ୟେକ ରାତି ପରେ, ଆଶା ପୂର୍ଣ୍ଣ ଏକ ସକାଳ ଆସେ।  

Also Read: କୋରୋନା ସଂକଟ ସମୟରେ ଆୟୋଜିତ ହେବ ବାଇଡେନଙ୍କ ଶପଥ ଉତ୍ସବ

ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଆମେରିକା ରାଷ୍ଟ୍ରପତି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଜୋ ବାଇଡେନ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆମେରିକୀୟ ଗଣମାଧ୍ୟମରେ କରାଯିବ। ୭୮ ବର୍ଷୀୟ ଏହି ଆମେରିକୀୟ ରାଜନେତା ନିଜର ପରିବାର ବ୍ୟବହାର କରୁଥିବା ୧୨୭ ବର୍ଷର ବାଇବେଲ ସହ ଶପଥ ନେବେ।