ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରିବାର ପ୍ରଥମ ଦିନରେ ରାଷ୍ଟ୍ରପତି ବାଇଡେନ ଏପରି ଏକ ବିଧେୟକ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ୮ ବର୍ଷ ପାଇଁ ଆଇନଗତ ମାନ୍ୟତା ନଥିବା ୧ କୋଟି ୧୦ ଲକ୍ଷ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବାର ବ୍ୟବସ୍ଥା ରହିବ। ଏକ ରିପୋର୍ଟ ଅନୁସାରେ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୫ ଲକ୍ଷ ପ୍ରବାସୀ ଭାରତୀୟ ଉପକୃତ ହେବେ।
Trending Photos
ନୂଆଦିଲ୍ଲୀ: ୨୦୨୧ ଜାନୁଆରୀ ୨୦ ତାରିଖ ବୁଧବାର ଯୁକ୍ତରାଷ୍ଟ୍ର ଆମେରିକାର ଶାସନଭାର ଗ୍ରହଣ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ନବନିର୍ବାଚିତ ଆମେରିକାରୀୟ ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନିକ ଟିମରେ ସ୍ଥାନ ପାଇବାକୁ ଯାଉଛନ୍ତି ୨୦ ପ୍ରବାସୀ ଭାରତୀୟ। ସେମାନଙ୍କ ମଧ୍ୟରେ ୧୩ ମହିଳା ସାମିଲ ଅଛନ୍ତି। ଅନ୍ୟପଟେ ୧୭ ପ୍ରବାସୀ ଭାରତୀୟ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ ସହ ସିଧାସଳଖ ଜଡିତ ରହିବେ।
ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଦକ୍ଷିଣ ଏସୀୟ ବଂଶୋଦ୍ଭବ କମଲା ହ୍ୟାରିସ। ଏହା ବ୍ୟତୀତ ନୀରା ଟଣ୍ଡନଙ୍କୁ ହ୍ୱାଇଟ ହାଉସ କାର୍ଯ୍ୟାଳୟ ପରିଚାଳନା ଏବଂ ବଜେଟ ନିର୍ଦ୍ଦେଶକ, ଡ. ବିବେକ ମୂର୍ତ୍ତିଙ୍କୁ ୟୁଏସ ସର୍ଜନ ଜେନେରାଲ, ବନିତା ଗୁପ୍ତା ନ୍ୟାୟ ବିଭାଗ ସହଯୋଗୀ ଆଟର୍ଣ୍ଣୀ ଜେନେରାଲ, ଉଜରା ଜେୟାଙ୍କୁ ମାନବ ଅଧିକାର, ଗଣତନ୍ତ୍ର, ନାଗରିକ ସଚିବ, ମାଲା ଆଡିଗାଙ୍କୁ ଦେଶ ପ୍ରଥମ ମହିଳା ଡ.ଜିଲ ବିଡେନଙ୍କ ନୀତି ନିର୍ଦ୍ଦେଶକ ଏବଂ ଗାରିମା ବର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟର ଡିଜିଟାଲ ନିର୍ଦ୍ଦେଶକ ଭାବରେ ମନୋନୀତ କରାଯାଇଛି।
ସେହିପରି ସାବ୍ରିନା ସିଂଙ୍କୁ ଦେଶ ପ୍ରଥମ ମହିଳାଙ୍କ ଡେପୁଟି ପ୍ରେସ ସେକ୍ରେଟାରୀ, ଆୟଶା ଶାହାଙ୍କୁ ହ୍ୱାଇଟ ହାଉସ ଡିଜିଟାଲ କାର୍ଯ୍ୟପ୍ରଣାଳୀ ପାର୍ଟନରସିପ ମ୍ୟାନେଜର, ସମୀର ଫାଜିଲି ଏବଂ ଭରତ ରାମାମୂର୍ତ୍ତୀଙ୍କୁ ହ୍ୱାଇଟ ହାଉସ ଜାତୀୟ ଅର୍ଥନୈତିକ ପରିଷଦ ଉପ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି।
ଗୌତମ ରାଘବନଙ୍କୁ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ, ବିନୟ ରେଡ୍ଡୀଙ୍କୁ ଅଭିଭାଷଣ ରଚନା ନିର୍ଦ୍ଦେଶକ, ବେଦାନ୍ତ ପଟେଲଙ୍କୁ ରାଷ୍ଟ୍ରପତିଙ୍କ ସହଯୋଗୀ ଗଣମାଧ୍ୟମ ନିର୍ଦ୍ଦେଶକ, ସୋନିଆ ଅଗ୍ରୱାଲଙ୍କୁ ହ୍ୱାଇଟ ହାଉସ ଜଳବାୟୁ ନୀତି ବରିଷ୍ଠ ପରାମର୍ଶଦାତା, ବିଦୂର ଶର୍ମାଙ୍କୁ ହ୍ୱାଇଟ ହାଉସ କୋଭିଡ୧୯ ପରିଚାଳନା ଟିମ ନୀତି ପରାମର୍ଶଦାତା ଦାୟିତ୍ୱ ମିଳିଛି।
ସେହିପରି ୩ ଭାରତୀୟ ଆମେରିକୀୟଙ୍କୁ ହ୍ୱାଇଟ ହାଉସ ଜାତୀୟ ସୁରକ୍ଷା ପରିଷଦ, ବିଦେଶ ନୀତି, ରାଷ୍ଟ୍ରୀୟ ସୁରକ୍ଷା ଦାୟିତ୍ୱ ମିଳିଛି। ସେମାନେ ହେଉଛନ୍ତି ତରୁଣ ଛାବ୍ରାଙ୍କୁ ଜାତୀୟ ସୁରକ୍ଷା ଏବଂ ପ୍ରୱୁକ୍ତି ବିଦ୍ୟା ନିର୍ଦ୍ଦେଶକ, ସୁମୋନା ଗୁହା ଦକ୍ଷିଣ ଏସୀୟ ବିଭାଗ, ଶାନ୍ତି କଲାଥିଲଙ୍କୁ ଗଣତନ୍ତ୍ର, ମାନବାଧିକାର ସଂଯୋଜକ ଦାୟିତ୍ୱ ମିଳିଛି।
Also Read: ଆମେରିକାରେ ଏଣିକି ବାଇଡେନ ଶାସନ
ଭାରତୀୟ ବଂଶୋଦ୍ଭବ ୨ ମହିଳା ନେହା ଗୁପ୍ତାଙ୍କୁ ହ୍ୱାଇଟ ହାଉସ କାଉନସିଲ ବିଭାଗର ସହଯୋଗୀ କାଉନସିଲ ଏବଂ ରୀମା ଶାହାଙ୍କୁ ଉପ ସହଯୋଗୀ କାଉନସିଲ ଭାବେ ନିଯୁକ୍ତି ମିଳିଛି।
ଶାସନ ଗାଦି ସମ୍ଭାଳିବାର ପ୍ରଥମ ଦିନରେ ଭାରତୀୟଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ନବନିର୍ବାଚିତ ଆମେରିକୀୟ ରାଷ୍ଟ୍ରମୁଖ୍ୟ। ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରିବାର ପ୍ରଥମ ଦିନରେ ରାଷ୍ଟ୍ରପତି ବାଇଡେନ ଏପରି ଏକ ବିଧେୟକ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ୮ ବର୍ଷ ପାଇଁ ଆଇନଗତ ମାନ୍ୟତା ନଥିବା ୧ କୋଟି ୧୦ ଲକ୍ଷ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବାର ବ୍ୟବସ୍ଥା ରହିବ। ଏକ ରିପୋର୍ଟ ଅନୁସାରେ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୫ ଲକ୍ଷ ପ୍ରବାସୀ ଭାରତୀୟ ଉପକୃତ ହେବେ।
Also Read: ରାଷ୍ଟ୍ରପତି ହେବା ମାତ୍ରେ ଭାରତୀୟଙ୍କୁ ଏହି ଖୁସି ଖବର ଦେବେ ବାଇଡେନ
ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଭାବେ ବାଇଡେନ ବିଦାୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବାସ ନୀତିକୁ ସମାଲୋଚନା କରି ଥିଲେ। ଏନେଇ ଅନୁମାନ ଲଗାଯାଉଥିଲା ଯଦି ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ସେ ଆମେରିକାର ଏହି ନୀତିକୁ ପରିବର୍ତ୍ତନ କରିପାରନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶର ପୂ୍ର୍ବତନ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ପ୍ରବାସୀ ନୀତିକୁୱ ବଳଳାଇବେ ରାଷ୍ଟ୍ରପତି ବାଇଡେନ।
Also Read: କୋରୋନା ସଂକଟ ସମୟରେ ଆୟୋଜିତ ହେବ ବାଇଡେନଙ୍କ ଶପଥ ଉତ୍ସବ
ଏହା ସହିତ ସେ କହିଛନ୍ତି ଦେଶର ଜାତୀୟ ସଂସଦ କଂଗ୍ରେସ ସହ ମିଶି ଭିସା ବ୍ୟବସ୍ଥା, H1-B ଭିସାରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରିବେ। ଏପରି ଭିସା ସହାୟତାରେ ଆମେରିକାରେ ବସବାସ କରୁଥିବା ଲୋକଙ୍କୁ ଚାକିରି ବଦଳାଇବାକୁ ଅନୁମତି ଦେବେ। ଏହା ଦ୍ୱାରା ଭାରତୀୟ ଶ୍ରମିକ ଉପକୃତ ହୋଇପାରିବେ। ଏହି ବିଲ୍ ଅନୁଯାୟୀ ଆମେରିକାରେ କୌଣସି ଆଇନଗତ ମାନ୍ୟତା ନଥିବା ଲୋକଙ୍କ ପୃଷ୍ଠଭୂମି ୨୦୨୧ ଜାନୁୟାରୀ ପର୍ଯ୍ୟନ୍ତ ଯାଞ୍ଚ କରାଯିବ। ଯଦି ସେମାନେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ସକ୍ଷମ ହୁଅନ୍ତି ତାହେଲେ ପ୍ରଥମେ ସେମାନଙ୍କୁ ୫ ବର୍ଷ ପାଇଁ ଅସ୍ଥାୟୀ ଆଇନଗତ ମାନ୍ୟତା ପ୍ରଦାନ ସହ ଗ୍ରୀନ କାର୍ଡ ଯୋଗାଇ ଦିଆଯିବ। ଏହା ବ୍ୟତୀତ ପ୍ରବାସୀଙ୍କୁ ଆଉ ୩ ବର୍ଷ ପାଇଁ ନାଗରିକତା ମିଳିବ।