ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫେସବୁକରେ ଆପତ୍ତିଜନକ କମେଣ୍ଟ, ମାମଲା ରୁଜୁ
Advertisement
Article Detail0/zeeodisha/odisha1231442

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫେସବୁକରେ ଆପତ୍ତିଜନକ କମେଣ୍ଟ, ମାମଲା ରୁଜୁ

Draupadi Murmu: ସେ କହିଛନ୍ତି ଯେ, ଫେସବୁକରେ ଲେଖାଯାଇଥିବା ପୋଷ୍ଟ ଉପରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ୧୦୭ ଅନ୍ତର୍ଗତ ଧାରା ରୁଜୁ କରି ଏକ ଲିଖିତ କ୍ଷମା ପ୍ରାର୍ଥନା ନିଆଯାଇଛି । ସେ ଏହି ମନ୍ତବ୍ୟରେ ଆପତ୍ତିଜନକ ଥିବା କଥା ଅସ୍ୱୀକାର କରିଛନ୍ତି । ପୋଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତ ଫେସବୁକରୁ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ ।

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫେସବୁକରେ ଆପତ୍ତିଜନକ କମେଣ୍ଟ, ମାମଲା ରୁଜୁ

ନୂଆଦିଲ୍ଲୀ: Draupadi Murmu: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ନେଇ ଫେସବୁକରେ ଜଣେ ବ୍ୟକ୍ତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ଯାହା ପରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ଶଶି ଭୂଷଣ ସାମଦ ଝାରଖଣ୍ଡ ସ୍ଥିତ ଚକ୍ରଧରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ବସନ୍ତ ମହତୋଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏ ସମ୍ପର୍କରେ ପଚରାଯିବା ପରେ ପୋଲିସ ଇନ୍ସପେକ୍ଟର ପ୍ରବୀଣ କୁମାର ସ୍ୱୀକାର କରିଛନ୍ତି ଯେ ସେ ଅଭିଯୋଗ ଗ୍ରହଣ କରିଛନ୍ତି । 

ସେ କହିଛନ୍ତି ଯେ, ଫେସବୁକରେ ଲେଖାଯାଇଥିବା ପୋଷ୍ଟ ଉପରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ୧୦୭ ଅନ୍ତର୍ଗତ ଧାରା ରୁଜୁ କରି ଏକ ଲିଖିତ କ୍ଷମା ପ୍ରାର୍ଥନା ନିଆଯାଇଛି । ସେ ଏହି ମନ୍ତବ୍ୟରେ ଆପତ୍ତିଜନକ ଥିବା କଥା ଅସ୍ୱୀକାର କରିଛନ୍ତି । ପୋଲିସ ଷ୍ଟେସନରେ ଅଭିଯୋଗ ପରେ ଅଭିଯୁକ୍ତ ଫେସବୁକରୁ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ ।

ଏଠାରେ କହି ରଖୁଛୁ ଯେ, ମୟୂରଭଞ୍ଜ ଜିଲ୍ଲାର ଗର୍ବ ଦ୍ରୋପଦୀ ମୁର୍ମୁ ରାଇରଙ୍ଗପୁରରେ ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ ପାଠ ପଢା ପରେ ରାଜନୀତିରେ ପାଦ ଦେଇଥିଲେ । ପରେ ପରେ ରାଇରଙ୍ଗପୁର ବିଧାୟକ ଭାବେ ୨୦୦୦ ମସିହାଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ । ଏଥି ସହିତ ୨୦୧୫ ଠାରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ରାଜ୍ୟରେ ମହାମହିମ ରାଜ୍ୟପାଳ ଭାବରେ କାର୍ଯ୍ୟ ଭାର ସମ୍ଭାଳି ଥିଲେ ।

ଏହା ବି ପଢ଼ନ୍ତୁ:-ଦାନ କରିଛନ୍ତି ଆଖି..ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇଲେ; ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢ଼ିସାରିଛନ୍ତି ଏହି ​​ଆଦିବାସୀ ନେତା, ଜାଣନ୍ତୁ ତାଙ୍କ ବିଷୟରେ...

ଏହା ବି ପଢ଼ନ୍ତୁ:-ଶରଦ ପାୱାରଙ୍କ ସହ ସଞ୍ଜୟ ରାଉତଙ୍କ ସାକ୍ଷାତ ପରେ ଆକ୍ସନ ମୁଡ଼ରେ ଶିବସେନା! ସିନ୍ଦେ ଗୋଷ୍ଠୀକୁ ଫେରି ଆସିବାକୁ ଖୋଲା ଚ୍ୟାଲେଞ୍ଜ

ଦ୍ରୌପଦୀ ମୁର୍ମୁ ଭାରତ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) ମେଣ୍ଟ ସରକାରରେ ୨୦୦୦–୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରଭାର ଓ ୬ ଅଗଷ୍ଟ ୨୦୦୨ରୁ ମେ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ । ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି । ସେ କାଉନସିଲର ଭାବରେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ, ପରେ ରାଇରଙ୍ଗପୁର ଜାତୀୟ ପରାମର୍ଶଦାତା ପରିଷଦର ଉପାଧ୍ୟକ୍ଷ ହୋଇଥିଲେ । ୨୦୧୩ରେ ସେ ଦଳର ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ପଦରେ ପହଞ୍ଚିଥିଲେ ।

ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।