Odisha Daily News Live: ଉଡ଼ାଣ ସମୟରେ ବିମାନରେ ଅଗ୍ନିକାଣ୍ଡ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2251483

Odisha Daily News Live: ଉଡ଼ାଣ ସମୟରେ ବିମାନରେ ଅଗ୍ନିକାଣ୍ଡ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

17 May 2024
22:08 PM

Swati Maliwal Case: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱା ତୀ ମାଲିୱାଲ ନିଜ ଟ୍ୱିଟର ପ୍ରୋଫାଇଲରେ ପରିବର୍ତ୍ତନ କରିଛନ୍ତି। ସେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋକୁ ନିଜ ପ୍ରୋଫାଇଲରୁ ହଟାଇ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିବଭ କୁମାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିବା ପରେ ସ୍ୱାମୀ ମାଲିୱାଲ ଆମ୍ ଆଦମୀ ପାର୍ଟିର ଟାର୍ଗେଟରେ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଅତିଶୀ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ ସ୍ୱାତୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖାରଜ କରାଥିଲେ।

21:47 PM

Kanhaiya Kumar Slapped By Youth: ଉତ୍ତର ପୂର୍ବ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ପ୍ରଚାର କରୁଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ସମର୍ଥକମାନେ ଉଭୟ ଯୁବକଙ୍କୁ ଧରି ସେମାନଙ୍କୁ ଜୋରଦାପ ମାଡ ମାରିଥିଲେ।

20:15 PM

Fire in Air India flight: ଶୁକ୍ରବାର ଦିନ ସନ୍ଧ୍ୟାରେ ଦିଲ୍ଲୀ ବିମାନ ବନ୍ଦରରେ ଏକ ବିମାନର ନିଆଁ ଲାଗିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିବା ବିମାନର ଏସି ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। କୁହାଯାଉଛି ଯେ ଏହି ସମୟ ମଧ୍ୟରେ ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ। ବିମାନ ବନ୍ଦରରୁ ମିଳିଥିବା ଅପଡେଟ୍ କହିଛି ଯେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

 

20:09 PM
ଜଟଣୀରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର
 
 
ଜଟଣୀବାସୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି
ସମସ୍ତ ସମସ୍ୟା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସମାଧାନ କରିବେ
ନିର୍ବାଚନ ସମୟରେ ବିରୋଧୀମାନେ ଟୁରିଷ୍ଟ ଭଳି ଆସୁଛନ୍ତି, ମିଛ କଥା ଓ ମିଠା କଥା କହୁଛନ୍ତି, ନିର୍ବାଚନ ସରିବା ପରେ ଏମାନଙ୍କୁ ଖୋଜିଲେ ମିଳିବେ ନାହିଁ
ଏବେକାର ସାଂସଦ ମଧ୍ୟ ସେହି ଗୋଷ୍ଠୀର, ସେ କେବେ ଆପଣଙ୍କ ପାଖକୁ ଆସିଛନ୍ତି କି ? ଆପଣଙ୍କ ସମସ୍ୟା ବୁଝିଛନ୍ତି କି?
ବିଜୁ ଜନତା ଦଳର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ସେ ଆପଣଙ୍କ ସୁଖଦୁଃଖରେ ରହିବେ
ଜୁନ ୯ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍‌ ଛାଡ, ବସ୍ତି ଠାରୁ ଆରମ୍ଭ କରି ସହରବାସୀ ସମସ୍ତଙ୍କ ପାଇଁ, ଓଡିଶାର ୯୦ ପ୍ରତିଶତ ଲୋକ ଉପକୃତ ହେବେ
ଦ୍ବିତୀୟ ଦସ୍ତଖତ ହେବ ଆପଣମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସମସ୍ତଙ୍କୁ BSKY କାର୍ଡରେ ସାମିଲ କରାଯିବ
ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ସଦସ୍ୟା ଓ କର୍ମୀ ମାନଙ୍କର ୬୦ ବର୍ଷ ପରେ ପେନ୍‌‌ସନ ବ୍ୟବସ୍ଥା
ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବାକୁ ଅନୁରୋଧ କଲେ
18:59 PM

Swati Maliwal Case: ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଅଭିଯୋଗକୁ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଅତିଶୀ ଶୁକ୍ରବାର ଦିନ (୧୭ ମେ') ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମାଲିୱାଲ ହେଉଛି ବିଜେପିର ଷଡଯନ୍ତ୍ରର ଏକ ମୋହରା।

18:19 PM

West Bengal Politics: ଅଭିଯୋଗ ହୋଇଛି ଯେ ପଶ୍ଚିମବଙ୍ଗର ହଳଦିଆରେ ୧୫ ମେ'ରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରିବାବେଳେ ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରିନାଥ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କ ବିରୋଧରେ ଅଶାଳୀନ ତଥା ଅନୁପଯୁକ୍ତ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ ଆୟୋଗ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପି ଲୋକସଭା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ନୋଟିସ ଜାରି କରିଛନ୍ତି। 

17:36 PM

Delhi Liquor Policy Case: ଦିଲ୍ଲୀ ଲିକର୍ ପଲିସି ମାମଲାରେ ଇଡି ସିଏମ୍ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଦଳକୁ ଅଭିଯୁକ୍ତ କରିଛି। ଏହି ମାମଲାରେ ବର୍ତ୍ତମାନ ଦଳର ନେତାଙ୍କ ପାଇଁ ସମସ୍ୟା ବଢ଼ିପାରେ।

 

17:07 PM

ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

17:05 PM

Swati Maliwal News: ଦିଲ୍ଲୀ ପୋଲିସ ସ୍ୱାତୀ ମାଲିୱାଲଙ୍କ ବୟାନ ରେକର୍ଡ କରିବା ପରେ ତଦନ୍ତ ଆରମ୍ଭ କରିଛି। ଏହି କ୍ରମରେ ଦିଲ୍ଲୀ ପୋଲିସର ଫରେନସିକ୍ ଟିମ୍ ସିଏମ୍ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି।

17:02 PM

Amit shah in rourkela: ରାଉରକେଲାରେ ନିର୍ବାଚନ ସଭାକୁ ସମ୍ଭୋଧନ କରି ରାଜ୍ୟ ସରାକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ଗୃହ ମନ୍ତ୍ରୀ ଶାହ କହିଛନ୍ତି ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି ଓ ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ହଡ଼ପ କରାଯାଉଛି। ଏହା ସମେତ ସେ କହିଛନ୍ତି ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି ଓ ଓଡ଼ିଶାର ଉନ୍ନତି ପାଇଁ ଡବଲ ଇଂଜିନ ସରକାର ଦରକାର। ଏହା ସମେତ ଶାହ ଓଡ଼ିଶାରେ ଚାଷୀଙ୍କ ଆୟକୁ ନେଇ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି। ବିଜେପି ସରକାର ଆସିଲେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ। ଅମିତ ଶାହ ମଧ୍ୟ ଆୟୁଷ୍ମାନ ଭାରତ ଓ ମୋଦିଜୀ ପ୍ରତି ବ୍ୟକ୍ତିଙ୍କୁ ୫ କଜେି ଚାଉଳ ଦେଉଥିବା ଦୋହରାଇଛନ୍ତି।

15:31 PM

ନିଆଳିରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ, ପୁଅ ନୁହେଁ ମା’ ହେଲେ ପ୍ରାର୍ଥୀ: ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିଲେ ମଧ୍ୟ ପ୍ରାର୍ଥୀ ଠିକ୍‍ କରିପାରୁନି କଂଗ୍ରେସ। ଆଜି ନିଆଳିର ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇଛି ଦଳ। ଗୀତାଞ୍ଜଳୀ ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ। ପୂର୍ବରୁ ଜ୍ୟୋତିଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏବେ କଂଗ୍ରେସ ତାଙ୍କ ମା’ଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

15:18 PM

PM Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାରଦିନ ଓଡ଼ିଶା ଆସିବେ। ଓଡ଼ିଶାରେ କର୍ମୀ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖିବା ସହ ସେ ପୁରୀରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ପୁରୀରେ ଏକ ଭବ୍ୟ ରୋଡ୍‍ ଶୋ’ ଆୟୋଜନ କରାଯାଇଛି। ଶ୍ରୀ ମୋଦୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସାରିବା ପରେ ରୋଡ୍‍ ଶୋ କରିବା ସୂଚନା ମିଳିଛି।

12:49 PM

Odisha Election News: ପାଦ ଥୋଉ ଥୋଉ ଡ୍ରିମଗାର୍ଲଙ୍କ ରଣହୁଙ୍କାର
ଭୁବନେଶ୍ବରରେ ପାଦ ଥାପୁ ଥାପୁ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଡ୍ରିମଗାର୍ଲ ହେମାମାଳୀନି । ସେ କହିଛନ୍ତି, ‘ଓଡିଶାରେ ୨୫ ବର୍ଷର ବିଜେଡି ସରକାର ବଦଳିବା ଦରକାର । ବିମାନବନ୍ଦରରୁ ବାହାରି ମିଡିଆକୁ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ବିକାଶ ହୋଇନାହିଁ । ଓଡିଶା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଦରକାର ।  ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି ଅଛନ୍ତି । ଏଠି ଏଥର ବିଜେପି ସରକାର ଗଢିବ । ମୋଦୀଙ୍କ ଡାକରାରେ ୪୦୦ ପାର ହେବାକୁ ଯାଉଛି । ଦେଶରେ ବହୁତ ଭଲ କାମ ହେଉଛି, ଏଠି ବି ମିଳିବା ଦରକାର । ଦେଶରେ ମୋଦୀଙ୍କ ଉପଲବ୍ଧି ଓଡିଶାରେ ଦେଖିବାକୁ ମିଳୁନାହିଁ ।’ ଓଡ଼ିଶା ଗସ୍ତରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ମଥୁରା ସାସଂଦ ହେମା ମାଳିନୀ। ସାଲିଆ ସାହିରେ ଆର୍ଶୀବାଦ ସମାବେଶରେ ଯୋଗ ଦେବେ । ଏହା ପରେ ଭୁବନେଶ୍ୱର ଉତ୍ତର ଓ କଟକ କିଶନ ନଗରରେ ସଭା କରିବେ। ଆହୁରି ମଧ୍ୟ ପିପିଲିରେ ରୋଡ଼ ଶୋ’ କରି ନିଜର ଦଳୀୟ ନେତାଙ୍କ ପାଇଁ ଭୋଟ ଅପିଲ କରିବେ ।

12:48 PM

Odisha Election Updates: ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ
ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ। ବିଡ଼ି ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍ ହେବ। 
ବିରୋଧୀ ଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ବିଜୁଜନତା ଦଳର ଏମ୍‍ ପି ଓ ଏମଏଲ୍‍ ଏ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ଭୋଟ ଦିଅନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

 

12:45 PM

Odisha Election Updates: ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଜୟମା ସମଲେଇ। ପ୍ରିୟ ଭାଇ ଓ ଭଉଣୀମାନେ େମାର ନମସ୍କାର ଓ ଜୁହାର। ଏତେ ଖରାରେ ଆପଣମାନେ ଏତେ ଦୂରରୁ ଆସିଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ କହିଲେ ମୁଖ୍ୟମନ୍ତ୍ରୀ। 
ମୁଖ୍ୟମନ୍ତ୍ରୀ ପଚାରିଲେ: ବିଏସ୍‍କେଓ୍ୱାଇ, ମିଶନଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ୍‍ , ୫-ଟି ସ୍କୁଲ୍‍, ସ୍କଲାରଶିପ୍‍, କାଳିଆ ଯୋଜନା, ମଧୁବାବୁ ପେନ୍‍ସନ୍‍ ଯୋଜନା, ଚାଉଳ ଯୋଜନା, ମା ସମଲେଇ ମନ୍ଦିର କାମ, ପୁରୀ କାମ ଭଲକି ପଚରିଥିଲେ। ଏହାପରେ ନବୀନ ପଟ୍ଟନାୟକ ଭଲ କି ବୋଲି ପଚାରିଥିଲେ। ଲୋକଙ୍କ ହଁରେ ଉଚ୍ଛସିତ ହୋଇଥିଲା ସଭା।

12:40 PM

Odisha Election Updates: ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ
ସମ୍ବଲପୁରରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ। ସେହିପରି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ। ରେଙ୍ଗାଳିରୁ ପ୍ରାର୍ଥୀ ହୋଇଛନ୍ତି ସୁଦର୍ଶନ ହରିପାଲ। ସେମାନେ ମଞ୍ଚ ଉପରେ ଉପସ୍ଥିତ ରହିଛନ୍ତି। 
ପାଞ୍ଚ ବର୍ଷ ହେଲା ପୂର୍ବତନ ବିଧାୟକ ଓ ସାଂସଦ ବିକାଶ କରି ନାହାନ୍ତି। ଗତ ୭୫ ବର୍ଷରେ ଯେଉଁ ବିକାଶ ହୋଇ ନାହିଁ ଏହି ୫ ବର୍ଷରେ କରିବୁ ବୋଲି କହିଲେ ରୋହିତ ପୂଜାରୀ।

12:39 PM

Odisha Election Updates: ସମ୍ବଲପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ନିର୍ବାଚନ ସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ସାଙ୍ଗରେ ଭିକେ ପାଣ୍ଡିଆନ୍‍ ଉପସ୍ଥିତ।

11:55 AM

Odisha News Live Updates: ବାରିପଦାରେ ବାଘକୁ କାବୁ କରିଛି ବନବିଭାଗ

ବାରିପଦାରେ ବାଘ ଧରିଲା ବନବିଭାଗ: ମୟୁର ଭଞ୍ଜ ଜିଲ୍ଲା ବାରିପଦା ସହରରେ ଏକ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ। ବୁଢ଼ିଖମାରୀ ସାହିରେ ଜଙ୍ଗଲ ବିଭାଗ ବିଶେଷଜ୍ଞ ମାନ ବାଘକୁ ଟ୍ରାଙ୍କୁଲାଇଜର ଦ୍ୱାରା ଅଚେତ କରିଥିଲେ। ଏହାପରେ ତାକୁ କାବୁ କରି  ଜଙ୍ଗଲକୁ ନେଇଥିବା ସୂଚନା ମିଳିଛି।

11:50 AM

Odisha News Live Updates: ଗଞ୍ଜାମର କବିସୂର୍ଯ୍ୟନଗରରେ ଆସାମ ମୁଖ୍ୟମନ୍ତ୍ରୀ
ଏଥିଲାଗି ଆମେ ସୁଭଦ୍ରା ଯୋଜନା  ଆରମ୍ଭ କରୁଛୁ। ଏହାଦ୍ୱାରା ସବୁ ଘରେ ୫୦ ହଜାର ଟଙ୍କାର ଚେକ୍‍ ଦେବେ। ଏହାଦ୍ୱାରା ଲୋକେ ୨ ବର୍ଷ ଭିତରେ ଯେତେବଳେ ଚାହିଁବେ ବ୍ୟାଙ୍କରୁ ଟଙ୍କା ଉଠାଇପାରିବେ।

11:50 AM

Odisha News Live Updates: ଗଞ୍ଜାମର କବିସୂର୍ଯ୍ୟନଗରରେ ଆସାମ ମୁଖ୍ୟମନ୍ତ୍ରୀ
ମୁଁ ଆସାମରୁ ଆସିଛି। ସେଠାରେ ବିଜେପି ସରକାର ରହିଛି। ଯେଉଁଠି ଦେଶରେ ବିଜେପି ସରକାର ରହିଛି, ସବୁଠାରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୨୫୦ ଟଙ୍କା ପ୍ରତି ମାସରେ ଜମା ହେଉଛି। ଓଡ଼ିଶାରେ କିଛି ମିଳୁଛି କି ବୋଲି ସେ ପ୍ରଶ୍ନ କରିଥିଲେ। ଆସାମ, ଓଡ଼ିଶାଠୁ ବହୁତ ଛୋଟ ପ୍ରଦେଶ। ଆମର ସମ୍ପତ୍ତି ଓଡ଼ିଶାର ଅଧା ହେବ। କିନ୍ତୁ ଆମେ ପ୍ରତି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସାଢ଼େ ୧୨୦୦ ଟଙ୍କା ଦେଉଛୁ। କିନ୍ତୁ ବିଜେଡି ସରକାର ଖାଲି ବ୍ୟାଗ ଦେଉଛନ୍ତି। ମୋଦିଜୀ ଚାଉଳ ଦେଉଛନ୍ତି କିନ୍ତୁ ଏଠି ୨ଟା ଖାଲି ବ୍ୟାଗ୍‍ ଦେଉଛନ୍ତି। ଏହାଠୁ ବଡ଼ ଅପମାନ ଆଉ କ’ଣ ହୋଇପାରେ। ପୁଣି ଯେଉଁ ବ୍ୟାଗ୍‍ ସେ ଦେଉଛନ୍ତି ତାହା ବି ତାମିଲନାଡ଼ୁରୁ ଆସୁଛି ବୋଲି ଖବରକାଗଜରୁ ପଢ଼ିଛି।

11:43 AM

Odisha News Live Updates: ଗଞ୍ଜାମର କବିସୂର୍ଯ୍ୟନଗରରେ ଆସାମ ମୁଖ୍ୟମନ୍ତ୍ରୀ
ଗଞ୍ଜାମର କବିସୂର୍ଯ୍ୟ ନଗରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ନିର୍ବାଚନ ସଭାରେ ଉଦବୋଧନ ରଖିଛନ୍ତି। ସିଧାସଳଖ ଭାକେ ପାଣ୍ଡିଆନ୍‍ଙ୍କୁ ଆକ୍ଷେପ କରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଚାବି ତାଙ୍କ ପାଖରେ ରହିଛି। ୧୦ ଜୁନ୍‍ ସୁଦ୍ଧା ନଦେଲେ ପାତାଳକୁ ଯାଇ ବିଜେପି ତାକୁ କାଢ଼ି ଆଣିବ ବୋଲି କହିଛନ୍ତି ହିମନ୍ତ। ଏହାଛଡ଼ା ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯିବ ବୋଲି ସେ କହିଛନ୍ତି। ଯେଉଁଠି ବିଜେପି ସରକାର ରହିଛି ସେଠାରେ କୃଷକଙ୍କୁ ବହୁତ ଫାଇଦା ମିଳିଛି। ଛତିଶଗଡ଼ରେ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍‍ ମିଳୁଛି। ଏଠାରେ ୨୧୦୦ ଟଙ୍କା ମିଳୁଛି। ଏହା ସହ କଟନୀ ଛଟନୀ ରହିଛି।  ଯଦି ବିଜେପି ସରକାର ଛତିଗଡ଼ରେ ଏହା କରିପାରୁଛି ତେବେ ଏଠାରେ କହାହିଁକି ନୁହେଁ। ସବୁ ଔଷଧର ଏକ୍ସପାୟରୀ ତାରିଖ ରହିଛି। ବିଜେଡିର ମଧ୍ୟ ଆସିଛି। ବିଜେପି ସରକାର ଆସିଲେ ବିଜେପି   ଧାନ କ୍ୱିଣ୍ଟାଲ୍‍ ପିଛା ୩୧୦୦ ଟଙ୍କା କରିବ ବୋଲି କହିଛନ୍ତି ଶ୍ରୀ ବିଶ୍ୱଶର୍ମା।

11:39 AM

Odisha News Live Updates: ଏଭରେଷ୍ଟ ଓ ଏମଡିଏଚ୍‌ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ
ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ଦୁଇଟି ଭାରତୀୟ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚ୍‌ର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥିରେ ଇଥାଇଲିନ ଅକ୍ସାଇଡର ସ୍ତର କେତେ ରହିଛି ବୋଲି ପରୀକ୍ଷା ଆରମ୍ଭ ‌ହେଉଛି ବୋଲି ଜଣେ ଅଧିକାରୀ ଏଏନ୍‌ଆଇକୁ ନିଶ୍ଚିତ କରିଛନ୍ତି। ଉତ୍ପାଦଗୁଡିକରେ ଉଚ୍ଚ ସ୍ତରର ଇଥାଇଲିନ ଅକ୍ସାଇଡ  ବିଷୟରେ ଖବର ପାଇବା ପରେ ନେପାଳ ଏହି ଦୁଇଟି ମସଲା ବ୍ରାଣ୍ଡ ଉପରେ ପ୍ରତିବନ୍ଧକ ଲଗାଇଛି।

11:11 AM

Odisha News Live Updates: ଚିଙ୍ଗୁଡ଼ି ପ୍ଲାଣ୍ଟରେ ଅଘଟଣ, ବିଷାକ୍ତ ଗ୍ୟାସ ଲିକ ହେବାରୁ ୧୫ରୁ ଉର୍ଦ୍ଧ୍ବ ଗୁରୁତର
ସ୍ନୋ ଓ୍ବାର୍ଡ ଚିଙ୍ଗୁଡି ପ୍ରୋସେସିଂ ୟୁନିଟରେ ଅଘଟଣ । ବିଷାକ୍ତ ଗ୍ୟାସ ଲିକ ହେବାରୁ ୧୫ରୁ ଉର୍ଦ୍ଧ୍ବ ମହିଳା ଶ୍ରମିକ ଗୁରୁତର । ଏଭଳି ଘଟଣା ଘଟିଛି ନୀଳଗିରି ନିକଟ ଗଡ଼ିଆମାଳ ଠାରେ ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟରେ । ସମସ୍ତ ଗୁରୁତରଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଚିଙ୍ଗୁଡ଼ି ପ୍ରୋସେସିଂ ବେଳେ ବିଷାକ୍ତ ଗ୍ୟାସ ଲିକ ହୋଇ ଏମିତି ଅଘଟଣ ଘଟିଥିବା ସୂଚନା ମିଳିଛି। ଚିଙ୍ଗୁଡ଼ି ପ୍ରୋସେସିଂ ବେଳେ ବିଷାକ୍ତ ଗ୍ୟାସ ଲିକ ହୋଇ ଏମିତି ଅଘଟଣ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏ ସିଫ୍ଟ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଗତ ସନ୍ଧ୍ୟାରେ କାମ କରୁଥିବା ବେଳେ ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶ ନାବାଳିକା ଥିବା ଅନୁମାନ କରାଯାଉଛି। କମ୍ପାନୀର କୌଣସି ଅଧିକାରୀ ମେଡ଼ିକାଲରେ ପହଞ୍ଚି ନଥିବା ବେଳେ ଅସୁସ୍ଥ କର୍ମଚାରୀମାନଙ୍କ ଚିକିତ୍ସା ଜାରି ରହିଛି।

10:59 AM

Odisha News Live Updates: ପୁଣେରେ ଟ୍ରାକ୍ଟର ସହ ଧକ୍କା ଖାଇଲା ବିମାନ
ପୁଣେରେ ଟ୍ରାକ୍ଟର ସହ ଧକ୍କା ଖାଇଲା ବିମାନ। ବସିଥିଲେ ୧୮୦ରୁ ଅଧିକ ଯାତ୍ରୀ। ଦିଲ୍ଲୀକୁ ଉଡ଼ାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ରନୱେକୁ ଯିବା ପୂର୍ବରୁ ଯାତ୍ରୀଙ୍କ ଜିନିଷ ନେଇ ଯାଉଥିବା ଲଗେଜ୍ ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହା ଫଳରେ ବିମାନର ସାମ୍ନା ପାଖ ଓ ଅବତରଣ ଗିୟର ପାଖ ଟାୟାର ଫାଟିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ସମୟରେ ବିମାନରେ ଯାତ୍ରୀମାନେ ଥିଲେ ବି କେହି ଆହତ ହୋଇନଥିବା ସୂଚନା ମିଳିଛି।

10:32 AM

Odisha News Live Updates: କୋଦଳା ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଉଥିଲେ ଦୁର୍ବୃତ୍ତ
ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। କୋଦଳା ଥାନାରେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁର୍ବୃତ୍ତ। ଥାନା ଭିତରେ ପଶି ଦୁଇ ଦୁର୍ବୃତ୍ତ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ଆଣିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରି ରଖିବାରେ ସଫଳ ହୋଇଛି। ଏନେଇ ପୁଲିସ ଦୁଇ ଜଣଙ୍କ ନାମରେ ମାମଲା କରିଛି। ପୁରା ଘଟଣାବଳୀ ପୁଲିସ ଥାନା ସିଶି ଟିଭି କ୍ୟାମେରା ରେ ସବୁ ରେକର୍ଡ ହୋଇଥିଲା।

10:11 AM

Odisha News Live Updates: ବିଭବ କୁମାରଙ୍କ ବିରୋଧରେ ଅନୁଷ୍ଠାନିକ ଭାବେ ଅଭିଯୋଗ କଲେ ସ୍ବାତୀ ମାଲିୱାଲ
ଆମ୍ ଆଦମୀ ପାର୍ଟି (ଆପ୍‌) ସାଂସଦ ସ୍ବାତୀ ମାଲିୱାଲ ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହାୟକ ବିଭବ କୁମାରଙ୍କ ବିରୋଧରେ ପୁଲିସରେ ଅଭିଯୋଗ ଆଣି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା କହିଛନ୍ତି। ଏହା ପୂର୍ବରୁ ଏ ନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିଲା। ସାଂସଦ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା, ଏକାଧିକ ଥର ଆଘାତ କରାଯାଇଥିଲା, ଏପରିକି “ଶରୀରର  ସମ୍ବେଦନଶୀଳ ଅଙ୍ଗ” ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣର ସବିଶେଷ ତଥ୍ୟରେ ଦର୍ଶାଯାଇଛି ଯେ କୁମାର ତାଙ୍କୁ ଚାପୁଡ଼ା ମାରିବା, ପିଟିବା, ବାଡିରେ ପିଟିବା ଏବଂ ପେଟରେ ଆଘାତ କରିବା ଭଳି କ‌ାଣ୍ଡ କରିଥିଲେ। ୩୯ ବର୍ଷୀୟା ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ଆକ୍ରମଣ ହୋଇଥିଲା।

09:39 AM

Odisha News Live Updates: ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ବାରିପଦା ସହରରେ ବାଘ ଆତଙ୍କ। ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ପ୍ରଥମେ ବାଘଟିକୁ ଦେଖିଥିଲେ କିଛି ଲୋକେ। ପାଚେରୀ ଡେଇଁ ଲୋକଙ୍କ ବାଡ଼ି ବୁଦାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।

09:23 AM

Odisha News Live updates: ମୁମ୍ବାଇରେ ବିଲ୍‌ବୋର୍ଡ ପଡ଼ିବା ଘଟଣା ପଛର ବ୍ୟକ୍ତି ଗିରଫ
ସୋମବାର ଦିନ ମୁମ୍ବାଇରେ ଏକ ବଡ଼ ଧୂଳି ଝଡ଼ରେ ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବା ଘଟଣା ପଛରେ ଥିବା ବ୍ୟକ୍ତିଙ୍କୁ ଆଜି ଗିରଫ କରିଛି ପୁଲିସ୍‌। ତାଙ୍କୁ ଉଦୟପୁରରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଇଛି। ଅଭିଯୁକ୍ତ ଭବେଶ ଭିଣ୍ଡେ ହେଉଛନ୍ତି ବିଲବୋର୍ଡ ତିଆରି କରିଥିବା କମ୍ପାନିର ମାଲିକ। ଭଣ୍ଡେଙ୍କୁ ଗତକାଲି ରାତିରେ ରାଜସ୍ଥାନର ଉଦୟପୁରରୁ ଗିରଫ କରାଯାଇ ଆଜି ସକାଳେ ମୁମ୍ବାଇକୁ ଅଣାଯାଇଥିଲା; ଯେଉଁଠାରୁ ତାଙ୍କୁ କୋର୍ଟରେ ହାଜର କରାଯିବ। ଇଗୋ ମିଡିଆ ପ୍ରାଇଭେଟ ଲିମିଟେଡର ମାଲିକ ଭଣ୍ଡେଙ୍କୁ ମୁମ୍ବାଇ ପୁଲିସ କ୍ରାଇମ ବ୍ରାଞ୍ଚ ଏକ ବଡ଼ ଧରଣର ସର୍ଚ ଅପରେସନ ପରେ ଗିରଫ କରାଯାଇଛି।

08:52 AM

Odisha News Live Updates:  ଡିଭାଇଡରରେ ପିଟିହେଲା ବୋଲେରୋ
ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ୧୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋଲେରୋଟି ବାଲେଶ୍ଵର ଭୋଗରାଇରୁ ରାଉରକେଲା ଆସୁଥିଲା। ଡ୍ରାଭାଇରଙ୍କ ଆଖି ଲାଗିଯିବାରୁ ବୋଲେରୋ ଭାରସାମ୍ୟ ହରାଇ୧୪୩ ନଂ ଜାତୀୟ ରାଜପଥ ଧାନନଗର ଲୁହା ବାଡାରେ ପିଟି ହୋଇଯାଇଥିଲା। ଚାନ୍ଦିପୋଷ ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

08:34 AM

Odisha News Live Updates: ଆଜି ଓଡିଶା ଆସୁଛନ୍ତି ହେମା ମାଳିନୀ
ଆଜି ଓଡିଶା ଆସୁଛନ୍ତି ବିଜେପିର ମଥୁରା ସାଂସଦ ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ ହେମା ମାଳିନୀ। ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ତାଙ୍କର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର, କଟକ(Cuttack) ଓ ପିପିଲି ଗସ୍ତ କରି ସାଧାରଣ ସଭାରେ ଯୋଗଦେବେ ହେମା ମାଳିନୀ । ପଢନ୍ତୁ ପୂରା ରିପୋର୍ଟ...

 

08:28 AM

Odisha News Live Updates: ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା
ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଭଉଁରୀ ଯାତ୍ରାରେ ଶେଷ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ଯାନ୍ନ ଧୂପ ସରିବା ପରେ ଦିଅଁ ଚନ୍ଦନକୁ ବିଜେ କରିଥାନ୍ତି। ତେବେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଦେଖିବା ପାଇଁ ନରେନ୍ଦ୍ରରେ ବେଶ୍ ଭିଡ ଜମୁଛି। ମହାପ୍ରଭୁଙ୍କ ଦିନଚାପ ରାତିଚାପ ସହ ଚନ୍ଦନକୁଣ୍ଡରେ ଦିବ୍ଯ ସ୍ନାନ ଦର୍ଶନ କରି ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ।  ପଢନ୍ତୁ ପୂରା ରିପୋର୍ଟ...

08:21 AM

Today Horoscope: ଏହି ସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୭ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଢନ୍ତୁ ପୂରା ରିପୋର୍ଟ...

08:20 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।