ଯଦି ଏଭଳି ସ୍ଥିତିରେ ସୁଧାର ନ ଆସେ ତାହେଲେ ଏହା ଦ୍ୱାରା ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ।
Trending Photos
Palm Oil Price Hike: ଶ୍ରୀଲଙ୍କା ପରେ ଏବେ ମହଙ୍ଗା ମାଡ଼ରେ ଘାଇଲା ହୋଇଛନ୍ତି ଇଣ୍ଡୋନେସିଆ ଲୋକେ। ସ୍ଥିତ ଏପରି ହୋଇଛି ଯେ ଦେଶରେ ଖାଇବା ତେଲର ଲିଟର ପିଛା ମୂଲ୍ୟ ୨୨ ହଜାର ଟଙ୍କା ହୋଇଛି। ଯାହାର ପ୍ରଭାବ ଭାରତ ଉପରେ ମଧ୍ୟ ଅନୁଭୂତ ହୋଇସାରିଛି। ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ରିଫାଇନ୍, ସୋୟା, ସୂର୍ଯ୍ୟମୂଖୀ ତେଲର ମୂଲ୍ୟ ବଢିଥିଲା। ଏବେ ଇଣ୍ଡୋନେସିଆ ବଜାରରେ ତାଳ ତେଲ ସଂକଟ କାରଣରୁ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଯାହାର ମୂଲ୍ୟ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି।
ତାଳ ତେଲର ଏକ ସର୍ବବୃହତ୍ତ ଉତ୍ପାଦକ ଦେଶ ଭାବେ ଜଣାଶୁଣା ଇଣ୍ଡୋନେସିଆ। ହେଲେ ବର୍ତ୍ତମାନ ଏହି ଦେଶର ନିଜେ ସଂକଟ ମଧ୍ୟରେ ଫସି ରହିଛି। ଆଉ ଏହାର କାରଣ ହେଉଛି ଇଣ୍ଡୋନେସିଆ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ତାଳ ତେଲ ରପ୍ତାନୀ କରିଛି। ଯାହାର ଫଳ ଦେଶର ଜନସାଧାରଣ ଭୋଗୁଛନ୍ତି। ବର୍ତ୍ତମାନ ଏଠାରେ ତାଳ ତେଲର ତୁଳନା ସୁନା ସହ କରାଯାଉଛି। କାରଣ ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଏହି ତେଲର ଲିଚର ପିଛା ମୂଲ୍ୟ ୨୨ ହଜାର ଟଙ୍କା ହୋଇଥିଲା। ଦିନକୁ ଦିନ ଆକାଶ ଛୁଆଁ ହୋଇଉଠିଥିବା ତେଲ ତାଳ ମୂଲ୍ୟ ବୃଦ୍ଧିର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହୋଇଥିଲା। ଏଥିରୁ ବର୍ତ୍ତି ପାରିନଥିଲା ଭାରତ। କାରଣ ଇଣ୍ଡୋନେସିଆ ସବୁଠାରୁ ଅଧିକ ପରିମାଣରେ ଅଶୋଧିତ ତେଲ ତାଳ ଅନ୍ୟ ଦେଶକୁ ରପ୍ତାନୀ କରିଥାଏ। ଯାହାର ସିଧାସଳଖ ପ୍ରଭାବ ରୋଷେଇ ଘର ଉପରେ ପଡ଼ିଛି। କାରଣ ପ୍ରତ୍ୟେକ ଘରେ ବନସ୍ପତି ତେଲର ବ୍ୟବହାର ହୋଇଥାଏ।
Also Read: Sri Lanka Crisis: ନୂତନ ବର୍ଷ ପାଳନ ପୂର୍ବରୁ ବଡ଼ ଉପହାର ଦେଲା ଭାରତ
ଖାଇବା ତେଲ ମୂଲ୍ୟ ବୃଦ୍ଧି ପଛରେ ରହିଥିବା କାରଣ ଏବେ ସାମ୍ନାକୁ ଆସିଛି। ଆଉ ତାହା ହେଉଛି ଋଷିଆ-ୟୁକ୍ରେନ ଯୁଦ୍ଧ। କାରଣ ଯୁଦ୍ଧ ଲଢୁଥିବା ଏହି ଦେଶ ଦ୍ୱୟ ସୂର୍ଯ୍ୟମୂଖୀ ଏବଂ ସୋୟାବିନ ତେଲର ଏକ ପ୍ରମୁଖ ଉତ୍ପାଦକ ଭାବେ ଜଣାଶୁଣା। ଆନ୍ତଃର୍ଜାତୀୟ ବଜରରେ ରପ୍ତାନୀ ହେଉଥିବା ମୋଟ ତେଲର ୮୦ ପ୍ରତିଶତ ଯୋଗାଇଥାନ୍ତି ଋଷିଆ ୟୁକ୍ରେନ। ମାତ୍ର ଗତ ୨୪ ଫେବୃଆରୀରୁ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଉଭୟ ଋଷିଆ-ୟୁକ୍ରେନ ଖାଇବା ତେଲ ରପ୍ତାନୀ କରିବା ବନ୍ଦ କରି ଦେଇଥିଲେ।
ସୋୟାବିନ, ସୂର୍ଯ୍ୟମୁଖୀ ଭଳି ଖାଇବା ତେଲ ରପ୍ତାନୀ ବନ୍ଦ ହୋଇଯିବା ପରେ ଲୋକେ ତାଳ ତେଲ ଆଡ଼କୁ ମୁହାଁଇଥିଲେ। କାରଣ ତାଳ ତେଲ ସୋୟାବିନ, ସୂର୍ଯ୍ୟମୁଖୀ ତୁଳନାରେ ଏକ ଶସ୍ତା ବିକଳ୍ପ ଭାବେ ବ୍ୟବହାର ହେବାରେ ଲାଗିଲା। ଯାହା ଫଳରେ ଏହାର ମୂଲ୍ୟ ସୁନା ଭଳି ବଢିବାରେ ଲାଗିଲା।
Also Read: ଦେଶରେ କାହିଁକି ସୃଷ୍ଟି ହେଲା ଆର୍ଥିକ ସଂକଟ? କାରଣ କହିଲେ ଶ୍ରୀଲଙ୍କା ନାଗରିକ
ଯେତେବଳେ ଇଣ୍ଡୋନେସିଆ ସରକାର ତାଳ ତେଲ ମୂଲ୍ୟ ଉପରେ ନିୟନ୍ତ୍ରଣ କରିବାରେ ଲାଗିଲା ସେତେବେଳେ ଏହାର କଳାବଜାରୀ ଆହୁରି ବଢିବାରେ ଲାଗିଲା। ଯାହା ଫଳରେ ଏକ ଲିଟର ବ୍ରାଣ୍ଡେଡ଼ ତେଲର ମୂଲ୍ୟ ୧୪ ହଜାର ଏବଂ ଅଶୋଧିତ ତାଳ ତେଲର ମୂଲ୍ୟ ୯୩୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏହା ମଧ୍ୟ ସ୍ଥିର ହୋଇଥିଲା ଯେ ଲୋକେ ଥରକେ ଗୋଟିଏ ଲିଟର ତେଲ କିଣିପାରିବେ। ଅଶୋଧିତ ତେଲ ରପ୍ରାନୀ କରୁଥିବା ବ୍ୟବସାୟୀଙ୍କ ଲାଗି ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ସେମାନଙ୍କ ଉତ୍ପାଦର ୩୦% ପ୍ରତିଶତ ଘରୋଇ ବଜାରରେ ବିକ୍ରି ହେବ। ମାତ୍ର ବ୍ୟବସାୟୀ ଏହାକୁ ବିରୋଧ କରିଥିଲେ। ଯାହା ଫଳରେ ତାଳ ତେଲର କଳାବଜାରୀ ବୃଦ୍ଧି ପାଇଲା।
Also Read: ଶେଷ ହୋଇଆସିଲାଣି ଭାରତ ଦେଇଥିବା ଋଣ; ଆହୁରି ଅଧିକ ସହାୟତା ଲୋଡ଼ିଲା ଶ୍ରୀଲଙ୍କା
ଖାଇବା ତେଲ ମୂଲ୍ୟ ବୃଦ୍ଧିର ପ୍ରଭାବ ଭାରତ ଉପରେ ପଡ଼ିଛି। କାରଣ ଭାରତ ହେଉଛି ବିଶ୍ୱର ଏକ ପ୍ରମୁଖ ଖାଇବା ତେଲ ଆମଦାନକାରୀ ରାଷ୍ଟ୍ର। କାରଣ ଦେଶର ପ୍ରତ୍ୟେକ ଘରେ ଖାଇବା ତେଲ ବ୍ୟବହୃତ ହୋଇଥାଏ। ଭାରତ ଏହାରପ ଖାଇବା ତେଲ ବ୍ୟବହାରର ୬୦ ପ୍ରତିଶତ ଆମଦାନୀ କରିଥାଏ ଏବଂ ଆମଦାନୀ ହେଉଥିବା ତେଲର ୬୦% ହେଉଛି ତାଳ ତେଲ। ଯେଉଁ କାରଣରୁ ଦେଶରେ ଖାଇବା ତେଲର ମୂଲ୍ୟ ୨୦-୨୫% ବୃଦ୍ଧିପାଇଛି। ଯଦି ଏଭଳି ସ୍ଥିତିରେ ସୁଧାର ନ ଆସେ ତାହେଲେ ଏହା ଦ୍ୱାରା ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ହେବ।