ଘରକୁ ବାଣ ନେଇ ଯାଉଥିବା ବେଳେ ଅଘଟଣ; ରାସ୍ତାରେ ଚାଲିଗଲା ବାପ-ପୁଅଙ୍କ ଜୀବନ
Advertisement
Article Detail0/zeeodisha/odisha1021756

ଘରକୁ ବାଣ ନେଇ ଯାଉଥିବା ବେଳେ ଅଘଟଣ; ରାସ୍ତାରେ ଚାଲିଗଲା ବାପ-ପୁଅଙ୍କ ଜୀବନ

ସ୍ୱଦେଶୀ ବାଣରେ ଅଧିକ ଶବ୍ଦ ପାଇଁ  ଅଧିକ ମାତ୍ରାରେ ବାରୁଦ ବ୍ୟବହାର କରାଯାଇଥାଏ। 

ଘରକୁ ବାଣ ନେଇ ଯାଉଥିବା ବେଳେ ଅଘଟଣ; ରାସ୍ତାରେ ଚାଲିଗଲା ବାପ-ପୁଅଙ୍କ ଜୀବନ

ପୁଦୁଚେରୀ: ଦୀପାବଳି ଲାଗି ଘରକୁ ବାଣ ନେଇ ଯାଉଥିବା ବେଳେ ଘଟିଯାଇଛି ଅଘଟଣ। ବାଣ ନେଇ ଘରକୁ ଯାଉଥିବା ବେଳେ ଏହା ବିସ୍ଫୋରଣ ହେବାରୁ ସ୍କୁଟର ଯୋଗେ ଘରକୁ ଯାତ୍ରା କରୁଥିବା ବାପ-ପୁଅଙ୍କ ରାସ୍ତାରେ ମୃତ୍ୟୁ  ହୋଇଛି। କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ଦୀପାବଳି ଅବସରରେ ପୁଦୁଚେରୀ ନିବାସୀ କଲଇ ଅରସାନ୍ ତାଙ୍କ ୭ ବର୍ଷର ପୁଅ ପ୍ରଦୀପଙ୍କ ସହ ସ୍କୁଟର ଯୋଗେ ଘରକୁ ବାଣ ନେଇ ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସ୍କୁଟର ସହିତ ବାପା-ପୁଅ ଛିନଛିତ୍ର ହୋଇଯାଇଥିଲେ। ବିସ୍ଫୋରଣ ହେବା ସମୟରେ ରାସ୍ତା ଦେଇ ଯାଉଥିବା ଅନ୍ୟ ୩ ଜଣ ଲୋକ ଆହତ ହୋଇଥିଲେ। ଘଟଣାସ୍ଥଳରେ ଲାଗି ସିସିଟିଭି ଦ୍ୱାରା ଏହି ଘଟଣାର ଭିଡି଼ଓ ରେକର୍ଡ ହୋଇଥିଲା। 

Also Read: ନିଆଁ ନୁହେଁ Whatsapp Message ଜରିଆରେ ଫୁଟିବ Ecofriendly Rocket

ପୁଦୁଚେରୀରେ ବେଆଇନ ଭାବେ କେତେକ ସ୍ୱଦେଶୀ ନିର୍ମିତ ବାଣ ତିଆରି ହୋଇ ବିକ୍ରି ହୋଇଥାଏ। କଲଇ ଅରସାନ୍ ତାଙ୍କ ସ୍କୁଟରରେ ଯେଉଁ ବାଣ ନେଇଯାଉଥିଲେ ତାହା ଏଭଳି ବାଣ ଥିଲା। ସ୍ୱଦେଶୀ ବାଣରେ ଅଧିକ ଶବ୍ଦ ପାଇଁ  ଅଧିକ ମାତ୍ରାରେ ବାରୁଦ ବ୍ୟବହାର କରାଯାଇଥାଏ। ଏଭଳି ବାଣକୁ ସ୍କୁଟରର ଆଗ ଭାଗରେ ରଖାଯାଇଥିବା ଏଥିରେ ହୁଏତ ସ୍ପାର୍କିଂ ହୋଇଥାଇପାରେ। ଯାହାର ଫଳ ସ୍ୱରୂପ ଏଭଳି ଧରଣର ବିସ୍ଫୋରଣ ହୋଇଥିଲା।

ଏହି ଘଟଣା ବାବଦରେ ଖବର ପାଇବା ପରେ ବିଲ୍ଲୁପୁରମ୍ ଜିଲ୍ଲା ଡିଆଇଜି ପାଣ୍ଡିଆନ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ଘଟଣାରେ ଆହତ ୩ ଜଣଙ୍କୁ ଡାକ୍ତରଖାନାକୁ ପଠାଇଛି ପୋଲିସ। ହେଲେ ପୋଲିସ କଲଇ ଅରସାନ୍ ଏବଂ ତାଙ୍କ ପୁଅ ପ୍ରଦୀପକୁ ବଞ୍ଚାଇ ପାରିନାହିଁ। ଏହି ବିସ୍ଫୋରଣ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଏହାର ତଦନ୍ତ କରୁଛି।