ମୁଁ ପ୍ରଥମେ ଜଣେ କୃଷକ, ପରେ ପୋଲିସ ଅଫିସର। ଆଜି ମୁଁ ଜାହା ବି ଅଛି ତା ପଛରେ ମୋର କୃଷକ ବାପାଙ୍କ ଅବଦାନ ରହିଛି।
Trending Photos
ନୂଆଦିଲ୍ଲୀ: CAA ଓ NRC ପରି କୃଷକ ଆନ୍ଦୋଳନରେ ବି ଦେଖାଦେଲାଣି ଇସ୍ତଫା ଝଡ। କୃଷକଙ୍କ ସମର୍ଥନରେ ପଞ୍ଜାବର DIG ଜେଲ ଲକ୍ଷ୍ମୀନ୍ଦର ସିଂହ ଜାଖର ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି। ବାପା ଜଣେ କୃଷକ ହୋଇଥିବାରୁ ସେ ତାଙ୍କ ସମ୍ମାନରେ ଏପରି ପଦକ୍ଷେପ ନେଇଥିବା ଜାଖର କହିଛନ୍ତି।
ଶନିବାର IPS ଲକ୍ଷ୍ମୀନ୍ଦର ସିଂହ ଜାଖର (Lakhminder Singh Jakhar) ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି। ସେ ପଞ୍ଜାବ ଜେଲର DIG ଭାବେ ଚଣ୍ଡୀଗଡ (Chandigarh) ରେ ନିଯୁକ୍ତ ଥିଲେ। ଇସ୍ତଫା ପରେ ନୋଟିସ ଅବଧି ରହିଥିବା ବେଳେ ସେ ଏଥିପାଇଁ ୩ ମାସର ଦରମା ଦେବେ ବୋଲି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଚାକିରି ଛାଡିବାର କାରଣ କୃଷକ ଆନ୍ଦୋଳନ (Farmers protest) ବୋଲି ୫୬ ବର୍ଷୀୟ ଲକ୍ଷ୍ମୀନ୍ଦର ସିଂହ ଜାଖର ସୂଚନା ଦେଇଛନ୍ତି।
Also Read: ସରୁନି ଅଙ୍କକଷା, ମିଳୁନି ଉତ୍ତର; ପୁରୁଣା ଦାବିରେ ଅଟଳ କୃଷକ ସଂଘ
ସେ କହିଛନ୍ତି, "ମୁଁ ପ୍ରଥମେ ଜଣେ କୃଷକ, ପରେ ପୋଲିସ ଅଫିସର। ଆଜି ମୁଁ ଜାହା ବି ଅଛି ତା ପଛରେ ମୋର କୃଷକ ବାପାଙ୍କ ଅବଦାନ ରହିଛି। ତେଣୁ ମୁଁ ମୋର ସର୍ବସ୍ୱ କୃଷକଙ୍କ ପାଇଁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ।" ମାଆଙ୍କ ପ୍ରେରଣାରେ ଚାକିରି ଛାଡିଥିବା କହିଥିବା ବେଳେ ଖୁବଶୀଘ୍ର ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନରେ ସାମିଲ ହେବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, IPS ଲକ୍ଷ୍ମୀନ୍ଦର ସିଂହ ଜାଖର ପ୍ରଥମେ ୧୪ ପଞ୍ଜାବ (Nabha Akal) ରେଜିମେଣ୍ଟର କ୍ୟାପଟେନ ଭାବେ ନିଯୁକ୍ତ ହୋଇଥିଲେ। ପରେ ସେ ୧୯୮୯ରୁ ୧୯୯୪ ପର୍ଯ୍ୟନ୍ତ କମିସନ ଅଫିସରର ଦାୟୀତ୍ୱ ମଧ୍ୟ ତୁଲାଇଛନ୍ତି। ତେବେ ୧୯୯୫ରେ ଲକ୍ଷ୍ମୀନ୍ଦର ସିଂହ ଜାଖର ପଞ୍ଜାବ ପୋଲିସ (Punjab Police) ରେ ଯୋଗ ଦେଇଥିଲେ। ତେବେ ଗତ ମେ ମାସରେ ଲାଞ୍ଚ ମାମଲାରେ ଜାଖରଙ୍କୁ ନିଲମ୍ବିତ କରାଯାଇଥିଲା। ଆଉ ୨ ମାସ ପୂର୍ବରୁ ହିଁ ସେ କାର୍ଯ୍ୟରେ ଯୋଗ ଦେଇଥିଲେ।