ଆର୍ୟନ୍ ଖାନ ଜେଲରେ ଥିବାବେଳେ ଶାହାରୁଖଙ୍କୁ ଏକ ଚିଠି ଲେଖି ଥିଲେ ରାହୁଲ ଗାନ୍ଧୀ; କହିଥିଲେ ଏହି କଥା
Advertisement

ଆର୍ୟନ୍ ଖାନ ଜେଲରେ ଥିବାବେଳେ ଶାହାରୁଖଙ୍କୁ ଏକ ଚିଠି ଲେଖି ଥିଲେ ରାହୁଲ ଗାନ୍ଧୀ; କହିଥିଲେ ଏହି କଥା

Rahul Gandhi Letter: ରାହୁଲ ଗାନ୍ଧୀ ନିକଟ ଅତୀତରେ ଆର୍ୟନ୍ ଖାନ ମାମଲାକୁ ନେଇ ଅଭିନେତା ଶାହରୁଖ ଖାନଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ସେ ଅଭିନେତା ଶାହାରୁଖ ଖାନଙ୍କୁ ଉତ୍ସାହିତ କରିବାକୁ ଯାଇ କହିଥିଲେ ଯେ ଦେଶ ଆପଣଙ୍କ ସହ ଅଛି ।

ଆର୍ୟନ୍ ଖାନ ଜେଲରେ ଥିବାବେଳେ ଶାହାରୁଖଙ୍କୁ ଏକ ଚିଠି ଲେଖି ଥିଲେ ରାହୁଲ ଗାନ୍ଧୀ; କହିଥିଲେ ଏହି କଥା

ମୁମ୍ବାଇ: ଅତୀତରେ ରାହୁଲ ଗାନ୍ଧୀ ଆର୍ୟନ୍ ଖାନ ମାମଲା ସମ୍ପର୍କରେ ଅଭିନେତା ଶାହରୁଖ ଖାନଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ସେ ଅଭିନେତା ଶାହାରୁଖ ଖାନଙ୍କୁ ଉତ୍ସାହିତ କରିବାକୁ ଯାଇ କହିଥିଲେ ଯେ ଦେଶ ଆପଣଙ୍କ ସହ ଅଛି ।

ନୂଆଦିଲ୍ଲୀ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଯେତେବେଳେ ଏନସିବି (NCB) ବଲିଉଡ ଅଭିନେତା ଶାହରୁଖ ଖାନଙ୍କ (Shah Rukh Khan) ପୁଅ ଆର୍ୟନ୍ ଖାନଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରିଥିଲା ଓ ସେମାନଙ୍କୁ ଜାମିନ ପାଇଁ ବହୁ ସଂଘର୍ଷ କରୁଥିଲେ, ଠିକ ସେହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଆର୍ୟନ୍ ଖାନଙ୍କୁ ନେଇ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଏକ ଚିଠି ଲେଖିଥିଲେ ।

ଦେଶ ଆପଣଙ୍କ ସହ ଅଛି: ରାହୁଲ ଗାନ୍ଧୀ 
ଏହି ଚିଠିରେ ରାହୁଲ ଗାନ୍ଧୀ ଶାହାରୁଖ ଖାନଙ୍କୁ ଉତ୍ସାହିତ କରି ଲେଖିଥିଲେ ଯେ ଦେଶ ଆପଣଙ୍କ ସହ ଅଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଚିଠି ଆର୍ୟନଙ୍କ ଜାମିନ ସମୟରେ ଲେଖାଯାଇଥିଲା । ସୂଚନାଯୋଗ୍ୟ, ଗୁରୁବାର ଦିନ ବମ୍ବେ ହାଇକୋର୍ଟ (Bombay HC) ଆର୍ୟନ୍ ଖାନଙ୍କୁ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଜାରି ରହିଛି NCB ଯାଞ୍ଚ
ଅକ୍ଟୋବର 2 ରେ, ଯେତେବେଳେ ଏନସିବି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କୁ ଧରିଥିଲା, ସେତେବେଳେ ଆର୍ୟନଙ୍କ ବନ୍ଧୁ ଅରବାଜ ଏବଂ ମୁମୁନ ଧନୋଚାଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା । ଶେଶନ କୋର୍ଟ ଦୁଇଥର ଆର୍ୟନ୍ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା । ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ଯେ ଅନେକ ଚେଷ୍ଟା କରିବା ପରେ ଆର୍ୟନ୍ ଖାନଙ୍କ ଓକିଲମାନେ ତାଙ୍କୁ ଜାମିନ ଦେବାରେ ସକ୍ଷମ ହୋଇଥିଲେ ।

ଏହି ପ୍ରସଙ୍ଗକୁ ନେଇ ରାଜନୀତି 
ଡ୍ରଗ୍ସ ମାମଲାରେ ଆର୍ୟନଙ୍କ ନାମ ଆସିବା ପରେ ବଲିଉଡର ପ୍ରସିଦ୍ଧ ଷ୍ଟାରମାନେ ଆର୍ୟନ ଖାନଙ୍କ ସମର୍ଥନରେ ଠିଆ ହୋଇଥିଲେ । ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲ୍ଲିକ ଏବଂ ରାଜ୍ୟର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଅନେକ ବୟାନବାଜି ହୋଇଥିଲା । ଅନ୍ୟପକ୍ଷରେ ନବାବ ମଲ୍ଲିକଙ୍କ ଅଭିଯୋଗ ପରେ ଏନସିବି ଜୋନାଲ ଅଧିକାରୀଙ୍କ ପତ୍ନୀ କ୍ରାନ୍ତି ଏହାର ଜବାବ ଦେଇଥିଲେ ।

ମନ୍ନତ ବାହାରେ ହୋଇଥିଲା ଉତ୍ସବ 
ଜାମିନରେ ମୁକ୍ତ ହେବା ପରେ 30 ଅକ୍ଟୋବରରେ ଆର୍ୟନ ଖାନ୍ ତାଙ୍କ ଘରେ ପହଞ୍ଚିବା ପରେ ପ୍ରଶଂସକମାନେ ଜୋରଦାର ଉତ୍ସବ ପାଳନ କରିଥିଲେ । ଶାହାରୁଖ ଖାନ ନିଜେ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ । ଆର୍ୟନ ଖାନଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ 22 ଦିନ ବିତାଇବାକୁ ପଡିଥିଲା ।

ଏହା ବି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦେଲେ ଆଉ ଏକ ଦୀପାବଳି ଗିଫ୍ଟ; କମାଇଲେ ତୈଳ ଦର

 ଏହା ବି ପଢ଼ନ୍ତୁ: ଦୁନିଆ ପାଇଁ ବିପଦଜ୍ଜନକ ଚୀନ୍‌! ସାଟେଲାଇଟ୍ ଫଟୋରେ ଖୁଲାସା ହେଲା ଡ୍ରାଗନର ଆଉ ଏକ ଚାଲବାଜି

ଏହା ବି ପଢ଼ନ୍ତୁ: ବଲିଉଡ଼ ଫିଲ୍ମରେ ନଜର ଆସିବେ ଏମଏସ ଧୋନି? ଗୁଲଶନ ଗ୍ରୋଭର ଦେଲେ ସୂଚନା