Cryptocurrency କୁ ନେଇ RBI ଗଭର୍ଣ୍ଣର ଦେଲେ ବଡ଼ ବୟାନ
Advertisement

Cryptocurrency କୁ ନେଇ RBI ଗଭର୍ଣ୍ଣର ଦେଲେ ବଡ଼ ବୟାନ

କ୍ରିପ୍ଟୋକରେନ୍ସି ଗୁଡିକ ଉପରେ ସରକାର ଏବଂ ଆରବିଆଇର ଭିନ୍ନ ଆଭିମୁଖ୍ୟ ରହିଛି। ଅର୍ଥନୀତି ପାଇଁ ଆରବିଆଇ ଗଭର୍ଣ୍ଣର ଏହାକୁ ବିପଜ୍ଜନକ ବୋଲି କହୁଥିବାବେଳେ ବଜେଟରେ ସରକାର ଏହାକୁ ଟିକସ ଦେଇ ଆଇନଗତ କରିଛନ୍ତି। 

Cryptocurrency କୁ ନେଇ RBI ଗଭର୍ଣ୍ଣର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୁଣି ଥରେ କ୍ରିପ୍ଟୋକରେନ୍ସି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଦେଶର ବ୍ୟାପକ ଅର୍ଥନୈତିକ ଏବଂ ଆର୍ଥିକ ସ୍ଥିରତା ଦୃଷ୍ଟିରୁ କ୍ରିପ୍ଟୋକରେନ୍ସି ଗୁଡିକ ଅତ୍ୟନ୍ତ ବିପଜ୍ଜନକ ଅଟେ। ଶକ୍ତିକାନ୍ତ ଦାସଙ୍କ ଏହି ବିବୃତ୍ତି ସେହି ସମୟରେ ଆସିଛି ଯେତେବେଳେ ଦେଶରେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ପାଇଁ ଏକ ଆଇନ ଆଣିବାକୁ ଆଲୋଚନା ଚାଲିଛି।

ଦେଶରେ ଏବେ ଯୁବପୀଢି ମାନେ କ୍ରିପ୍ଟୋକରେନ୍ସି ପ୍ରତି ବେଶ ଆକୃଷ୍ଟ ହେବାରେ ଲାଗିଛନ୍ତି। ଯାହାକୁ ନେଇ କ୍ରିପ୍ଟୋକରେନ୍ସି ଗୁଡିକ ଉପରେ ସରକାର ଏବଂ ଆରବିଆଇର ଭିନ୍ନ ଆଭିମୁଖ୍ୟ ରହିଛି। ଅର୍ଥନୀତି ପାଇଁ ଆରବିଆଇ ଗଭର୍ଣ୍ଣର ଏହାକୁ ବିପଜ୍ଜନକ ବୋଲି କହୁଥିବାବେଳେ ବଜେଟରେ ସରକାର ଏହାକୁ ଟିକସ ଦେଇ ଆଇନଗତ କରିଛନ୍ତି। ଏଥି ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ମଧ୍ୟ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ପାଇଁ କ୍ରିପ୍ଟୋକରେନ୍ସି ପାଇଁ ଏକ ବିଲ୍ ଅଣାଯିବ। ତେବେ ଏହି ବିଲ୍ କେବେ ଆସିବ ସେ ନେଇ କୌଣସି ସ୍ପଷ୍ଟିକରଣ ଜଣାପଡ଼ିନାହିଁ। 

Also Read: ମଲ୍ଲଯୁଦ୍ଧ ପରେ ରାଜନୀତିରେ ପ୍ରବେଶ କଲେ ଗ୍ରେଟ୍ ଖଲ୍ଲୀ

ଏହା ପ୍ରଥମ ଘଟଣା ନୁହେଁ ଯେ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (RBI Governor Shaktikanta Das) କ୍ରିପ୍ଟୋକରେନ୍ସି ସମ୍ବନ୍ଧରେ କଠୋର ଶବ୍ଦ ବ୍ୟବହାର କରିଛନ୍ତି । ପୂର୍ବରୁ ହିଁ ଆରବିଆଇ କ୍ରିପ୍ଟୋକରେନ୍ସିଗୁଡ଼ିକୁ ମାରାତ୍ମକ ବୋଲି ବର୍ଣ୍ଣନା କରିସାରିଛି । ସେ କହିଛନ୍ତି ଯେ ଭାରତରେ କ୍ରିପ୍ଟୋ ନିବେଶକଙ୍କ ସଂଖ୍ୟା ଦିନକୁ ଦିନ ସୁଚିନ୍ତିତ ଭାବେ ବୃଦ୍ଧି ପାଉଛି, ଯାହାଦ୍ୱାରା ଅଧିକ ଲୋକ ଏହା ସହିତ ସଂଯୁକ୍ତ ହେବାରେ ଲାଗିଛନ୍ତି। ଏହି ପ୍ରସଙ୍ଗରେ ସରକାର ଏବଂ ଆରବିଆଇର ମତରେ ପାର୍ଥକ୍ୟ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି।

Also Read: ୭୮ ଥର କୋରୋନା ପଜିଟିଭ୍ ହୋଇ ସାରିଲେଣି ଏହି ବ୍ୟକ୍ତି, ଏକ ବର୍ଷ ଧରି ରହିଛନ୍ତି କ୍ଵାରେଣ୍ଟାଇନ

ଭିନ୍ନ ଭିନ୍ନ ଲୋକ କହିଛନ୍ତି ଯେ ଗୋଟିଏ ପଟେ ଆରବିଆଇ କ୍ରିପ୍ଟୋକୁ ବିପଜ୍ଜନକ ବୋଲି କହୁଛି ଏବଂ ଅନ୍ୟ ପଟେ ସରକାର କ୍ରିପ୍ଟୋକରେନ୍ସିରୁ ଆୟକୁ ଟିକସ ଦେଇ ଏହାକୁ ଆଇନଗତ ମାନ୍ୟତା ଦେଉଥିବା ଜଣାପଡିଛି। କ୍ରିପ୍ଟୋ ନିବେଶକମାନଙ୍କ ସାମ୍ନାକୁ ଏହି ବିବୃତ୍ତି ସେତେବେଳେ ଆସିଛି ଯେତେବେଳେ ମାର୍କେଟରେ ନିବେଶକଙ୍କ ମଧ୍ୟରେ କ୍ରିପ୍ଟୋକରେନ୍ସି ବିଷୟରେ ଜବରଦସ୍ତ କ୍ରେଜ୍ ଲାଗିରହିଛି । ଏକ ଆକଳନ ଅନୁଯାୟୀ, ଦେଶରେ କ୍ରିପ୍ଟୋକରେନ୍ସି (Cryptocurrency) ନିବେଶକଙ୍କ ସଂଖ୍ୟା  ୧୦ କୋଟି ପାର୍ କରିସାରିଲାଣି।