କମ୍ପ୍ୟୁଟର ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦଶମ ପାସ୍ କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ସରକାରୀ ଅନୁଷ୍ଠାନରୁ ସମାନ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ ।
Trending Photos
ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । ରେଳ ମନ୍ତ୍ରଣାଳୟ ଅଧୀନରେ ଟିକେଟ୍, କ୍ୟାଟରିଂ ଓ ଟୁରିଜିମ ସେବା ଯୋଗାଉଥିବା ଏକ କମ୍ପାନୀ ଆଇଆରସିଟିସିରେ ଆପ୍ରେଣ୍ଟିସିପ୍ ପଦବୀ ପାଇଁ ଅନ୍ଲାଇନ୍ ଆବେଦନକୁ କରିବାକୁ ବିଜ୍ଞପ୍ତି ଜାରି କରିଛି । ଏହା ଅଧୀନରେ କମ୍ପ୍ୟୁଟର ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟର ୧୦୦ ଟି ପଦବୀରେ ନିଯୁକ୍ତି କରାଯିବ ।
ଶିକ୍ଷାଗତ ଯୋଗ୍ୟତା-
କମ୍ପ୍ୟୁଟର ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦଶମ ପାସ୍ କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ସରକାରୀ ଅନୁଷ୍ଠାନରୁ ସମାନ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ: ଦୀପାବଳି ପୂର୍ବରୁ ଧନବାନ ହେବେ PF ଆକାଉଣ୍ଟଧାରୀ! ଖାତାରେ ଆସିବ ମୋଟା ଅଙ୍କର ଟଙ୍କା, ଜାଣନ୍ତୁ ସବୁକିଛି
ଆବେଦନ ପ୍ରକ୍ରିୟା-
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ apprenticeshipindia.org ଭିଜିଟ କରି ଅନଲାଇନରେ ଆବେଦନ କରିପାରିବେ ।
ଦରମା-
ମନୋନୀତ ପ୍ରାର୍ଥୀଙ୍କୁ ମାସକୁ ୭-୯ ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ । ଏହା ବ୍ୟତୀତ ସେମାନଙ୍କୁ NAPS ର ସୁବିଧା ମଧ୍ୟ ଦିଆଯିବ ।
ଅଧିକ ପଢ଼ନ୍ତୁ: ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ବମ୍ପର ନିଯୁକ୍ତି; ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ
୧୫ ମାସ ପାଇଁ ହେବ ଆପ୍ରେଣ୍ଟିସିପ୍-
ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଆବେଦନ ଆଧାରରେ ଚୟନ କରାଯିବ । ଏହା ପରେ, ସେମାନଙ୍କୁ ୧୫ ମାସ ପାଇଁ ଶିକ୍ଷାଦାନ ପ୍ରଦାନ କରାଯିବ, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ପ୍ରଥମେ ମୌଳିକ ତାଲିମ (୫୦୦ ଘଣ୍ଟା) ଓ ଏହାପରେ ୧୨ ମାସ ଚାକିରି ତାଲିମ ଦିଆଯିବ ।