ରିଜର୍ଭ ବ୍ୟାଙ୍କ Bank of India ଉପରେ ଲଗାଇଲା ୪ କୋଟି ଟଙ୍କାର ଜରିମାନା! ଜାଣନ୍ତୁ କାରଣ
Advertisement

ରିଜର୍ଭ ବ୍ୟାଙ୍କ Bank of India ଉପରେ ଲଗାଇଲା ୪ କୋଟି ଟଙ୍କାର ଜରିମାନା! ଜାଣନ୍ତୁ କାରଣ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ (RBI) ରିସ୍କ ଆସେସମେଣ୍ଟ ରିପୋର୍ଟର ଏକ ଯାଞ୍ଚରୁ ଜଣାପଡିଛି ଯେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ମାମଲାଗୁଡ଼ିକରେ ଉପଯୁକ୍ତ ନିୟମ ମାନୁନାହିଁ । ଆରବିଆଇ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଜାଲିଆତିକୁ ଠିକ୍ ସମୟରେ ଜଣାଇ ନାହିଁ ଓ ଜାଲିଆତି ହୋଇଥିବା ସମ୍ପତ୍ତି ବିକ୍ରି ହୋଇଛି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ନିୟମ ତଥା ଉପଯୁକ୍ତ ମାନଦଣ୍ଡ ଉଲ୍ଲଂଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve bank of India) ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୪ କୋଟି ଟଙ୍କା ଜରିମାନା କରିଛି । ଆରବିଆଇ ଜରିମାନା ଆଦାୟ କରିବା ପରେ ମଙ୍ଗଳବାର ବ୍ୟାଙ୍କ ଅଫ୍ ଇଣ୍ଡିଆର (Bank of India) ସେୟାର ପ୍ରାୟ ୪% ହ୍ରାସ ପାଇ ୮୧.୪୦ ଟଙ୍କା ହୋଇ ଯାଇଛି । ଯେତେବେଳେ କି ସୋମବାର ଏହାର ଅଂଶଧନ ୮୪.୬୦ ଟଙ୍କାରେ ବନ୍ଦ ହୋଇଥିଲା । ଅବଶ୍ୟ ଏହାର ଅଂଶଧନ ମୂଲ୍ୟରେ ସାମାନ୍ୟ ଉନ୍ନତି ଆସିଥିଲା ଓ ଦିନ ବଢିବା ସହିତ BOI ସେୟାରଗୁଡିକ ୨.୭୮% ହ୍ରାସ ହୋଇ ୮୨.୨୫ ଟଙ୍କା ରେ ବନ୍ଦ ହୋଇଥିଲା । ଆଜି ପ୍ରାୟ ସମସ୍ତ ବ୍ୟାଙ୍କର ଅଂଶଧନ ହ୍ରାସ ପାଇଛି ଓ Nifty Bank ୧% ରୁ ଅଧିକ ଅର୍ଥାତ୍ ୩୫୮.୩୫ ପଏଣ୍ଟ ହ୍ରାସ ପାଇ ୩୫,୦୮୫.୩୦ ପଏଣ୍ଟରେ ବନ୍ଦ ହୋଇଛି । ନିୟମ ତଥା ଉପଯୁକ୍ତ ମାନଦଣ୍ଡ ଉଲ୍ଲଂଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଜରିମାନା କରିଛି । 

ଏହା ହେଉଛି ସମଗ୍ର ମାମଲା
BOI ୩୧ ମାର୍ଚ୍ଚ ୨୦୧୯ ରେ ଏକ ଠକେଇର ଚିହ୍ନଟ ପାଇଁ ଅନୁଅସ ସୁପରଭାଇଜରି ଯାଞ୍ଚ କରିଥିଲା ଓ ଏହାର ଜାଲିଆତି ମନିଟରିଂ ରିପୋର୍ଟ (FMR) ଦାଖଲ କରିଥିଲା ​​। ଆରବିଆଇକୁ ରିସ୍କ ମୂଲ୍ୟାଙ୍କନ ରିପୋର୍ଟର ଯାଞ୍ଚରୁ ଜଣାପଡିଛି ଯେ ବ୍ୟାଙ୍କ ଏ ବାବଦରେ ଉପଯୁକ୍ତ ନିୟମ ପାଳନ କରିନାହିଁ । ଏହା ସହ ଆରବିଆଇ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ଏହି ଜାଲିଆତିକୁ ଠିକ୍ ସମୟରେ ଜଣାଇ ନାହିଁ ଓ ଜାଲିଆତି ହୋଇଥିବା ସମ୍ପତ୍ତି ବିକ୍ରି ହୋଇଛି । ଏହା ପରେ ଆରବିଆଇ BOI କୁ ଏକ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ଓ ନିର୍ଦ୍ଦେଶନାମା ପାଳନ ନକରିବାରୁ ସେମାନଙ୍କ ଉପରେ କାହିଁକି  ଦଣ୍ଡବିଧାନ କରାଯିବ ନାହିଁ ବୋଲି ପଚାରିଥିଲା । ଆରବିଆଇ କହିଛି ଯେ ନିୟାମକ ଅନୁପାଳନ ଅଭାବରୁ ବ୍ୟାଙ୍କକୁ ଜରିମାନା କରାଯାଇଛି ।

ଅଧିକ ପଢ଼ନ୍ତୁ: ଶିଳ୍ପାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ସ୍ୱାମୀ ରାଜ୍ କୁନ୍ଦ୍ରା, ସେୟାର କଲେ ଏହି Video

ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ପ୍ରାଇଭେଟ ହେବ!
ବ୍ୟାଙ୍କ ଘରୋଇକରଣକୁ (Bank Privatisation) ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଫେବୃଆରୀରେ ଉପସ୍ଥାପିତ ବଜେଟରେ କେନ୍ଦ୍ର ସରକାର ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ କରିବାକୁ ଘୋଷଣା କରିଥିଲେ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ (Central Bank of India) ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ (Indian Overseas Bank) ଅଂଶଧନ ବିକ୍ରୟ କରିବାକୁ ସରକାର ଯୋଜନା କରିଥିଲେ । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ବ୍ୟାଙ୍କ ଅଫ୍ ଇଣ୍ଡିଆକି ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି । ଅର୍ଥାତ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ପ୍ରାଇଭେଟ ବ୍ୟାଙ୍କ ହୋଇପାରେ ।