Nuclear Attack Plane: ନାଟୋ ସହ ମୁକାବିଲା ପାଇଁ ଅଣ୍ଟାଭିଡିଲା ଋଷିଆ, ନେଲା ଏହି ନିଷ୍ପତ୍ତି
Advertisement
Article Detail0/zeeodisha/odisha1396644

Nuclear Attack Plane: ନାଟୋ ସହ ମୁକାବିଲା ପାଇଁ ଅଣ୍ଟାଭିଡିଲା ଋଷିଆ, ନେଲା ଏହି ନିଷ୍ପତ୍ତି

Russia Nuclear Attack Plane: ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ବେଳେ ପାଶ୍ଚାତ୍ୟ ଦେଶର ମୁକାବିଲା ପାଇଁ ବଡ଼ ପଦକ୍ଷେପ ନେଇଛି ଋଷିଆ।

Nuclear Attack Plane: ନାଟୋ ସହ ମୁକାବିଲା ପାଇଁ  ଅଣ୍ଟାଭିଡିଲା ଋଷିଆ, ନେଲା ଏହି ନିଷ୍ପତ୍ତି

Russia Ukraine War: ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ବେଳେ ରଣନୀତି ପରିବର୍ତ୍ତନ କରିଛି ଋଷିଆ। ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରୁଥିବା ଦେଶଙ୍କୁ ବିଶ୍ୱ ମାନଚିତ୍ରରୁ ହଜାଇ ଦେବାକୁ ଋଷିଆ ନିଷ୍ପତ୍ତି ନେଇଥିବା ଜଣାପଡୁଛି। ପ୍ରାୟ ୮ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧରେ ପରମାଣୁ ଆକ୍ରମଣ କରାଯିବାର ସମ୍ଭାବନା ମଧ୍ୟ ବଢିଗଲାଣି। ସଦ୍ୟ ଏହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ନାଟୋ ସୀମାରେ ଆଣବିକ ବୋମା ପକାଇବାକୁ ସକ୍ଷମ ରହିଥିବା ଏଗାରଟି ଆଣବିକ ବିସ୍ଫୋରଣକାରୀ ବିମାନ ନିୟୋଜିତ କରିଛି ଋଷିଆ। ଉପଗ୍ରହରୁ ନିଆ ଯାଇଥିବା ଚିତ୍ରରେ ଅନେକ ଆଣବିକ ବିସ୍ଫୋରଣକାରୀ ବିମାନ ନାଟୋ ଦେଶ ନରୱେ ସୀମାରେ ପ୍ରସ୍ତୁତି ଅବସ୍ଥାରେ ରହିଥିବା ଦେଖାଯାଇଛି। ପୂର୍ବରୁ ଏହି ଋଷୀୟ ଯୁଦ୍ଧ ବିମାନର ନିୟୋଜନ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ହେଉଥିଲା।

ଆମେରିକୀୟ ସାଟେଲାଇଟ୍ ଅପରେଟର ପ୍ଲାନେଟ୍ ଲ୍ୟାବ ଅନୁଯାୟୀ, ନରୱେ ସୀମା ନିକଟସ୍ଥ କୋଲସ୍କି ଉପଦ୍ୱୀପରେ ନିର୍ମିତ ଋଷିଆ ବାୟୁସେନା ଘାଟି ଓଲେନିଆ ଠାରେ ଟିୟୁ-୧୬୦ ଶ୍ରେଣୀର ୭ ଏବଂ ଟିୟୁ-୧୩୫ ଶ୍ରେଣୀ ୪ ବିମାନ ରହିଥିବାର ଦେଖିବାକୁ ମିଳିଛି। ଏହି ଦୁଇଟି ବିମାନ ହେଉଛି ଋଷିଆର ସ୍ୱତନ୍ତ୍ର ରଣନୀତିକ ବିମାନ। ଯାହା ସହିତ ପରମାଣୁ ବୋମାକୁ ଶତ୍ରୁ ଅଞ୍ଚଳରେ ନିକ୍ଷେପ କରା ଯାଇପାରେ। ଏଥିମଧ୍ୟରେ ଟିୟୁ-୧୬୦ ବିମାନ ଥରେ ଇନ୍ଧନ ଭରିବା ପରେ ୨ ମ୍ୟାକ ସୁପର ସ୍ପୀଡ ବେଗରେ ୭୫୦୦ ମାଇଲ୍ ଦୂରତା ନିରବିଚ୍ଛିନ୍ନ ଭାବେ ଅତିକ୍ରମ କରିପାରିବ। ଏହା ଋଷିଆର ବୃହତ୍ତମ ବୋମାବର୍ଷୀ ବିମାନ। ଯାହା ଥରକେ ବାରଟି ସ୍ୱଳ୍ପ ଦୂରଗାମୀ ଆଣବିକ କ୍ଷେପଣାସ୍ତ୍ର ବହନ କରିପାରେ। ଅନ୍ୟପଟେ ଟିୟୁ-୧୩୫ ଆକାରରେ ସାମାନ୍ୟ ଛୋଟ। ହେଲେ ଏହି ବିମାନ ଶତ୍ରୁ ଦେଶକୁ ପ୍ରବେଶ କରି ସେଠାରେ ପରମାଣୁ ଆକ୍ରମଣ କରି ଦ୍ରୁତ ବେଗରେ ସ୍ୱଦେଶ ଫେରି ଆସିବାକୁ ସକ୍ଷମ।

Also Read: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଣି ଆମେରିକା କରିବ ପରମାଣୁ ହମଲା! ଟାର୍ଗେଟରେ ଇରାନ

 

ଗତ ୭ ଅକ୍ଟୋବରରେ  ଆମେରିକୀୟ ଲ୍ୟାବ ଉପଗ୍ରହ ମାଧ୍ୟମରେ ଏହି ଫଟୋ ଉତ୍ତୋଳନ କରା ଯାଇଥିଲା। ​ଯେଉଁଥିରେ ଏହି ପରମାଣୁ ବୋମାବର୍ଷୀ ବିମାନ ଉଡାଣ ଭରିବାକୁ ରନୱେ ଠାରେ ପ୍ରସ୍ତୁତ ହେଉଥିବାର ଦେଖିବାକୁ ମିଳୁଥିଲା। ଏହାପୂର୍ବରୁ ଇସ୍ରାଏଲ ଗୁପ୍ତଚର ସଂସ୍ଥା ଫିନଲ୍ୟାଣ୍ଡ ସୀମାରେ ଅବସ୍ଥିତ ଋଷିଆ ବାୟୁସେନା ଘାଟିରେ ପରମାଣୁ ବୋମାବର୍ଷୀ ବିମାନକୁ ଚିହ୍ନଟ କରିଥିଲା। ଉପଗ୍ରହ ଫଟୋ ଆଧାରରେ ଏହି ସଂସ୍ଥା ଦାବି କରିଛି ଏଠାରେ ଟିୟୁ-୧୬୦ ଏବଂ ଟିୟୁ-୧୩୫ ବିମାନ ନିୟୋଜନ କରାଯାଇଛି। ଏଥି ସହିତ ୟୁକ୍ରେନ ସୀମାରେ ଅବସ୍ଥିତ ଏଙ୍ଗେଲ୍ସ  ବାୟୁସେନା ଘାଟିରେ ଋଷିଆ ୟୁସେନାର କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସେଠାରେ ଋଷିଆ ବାୟୁସେନାର ବୋମାବର୍ଷୀ ବିମାନ ନିୟୋଜିତ ହେଉଥିଲା। ଯାହା ବର୍ତ୍ତମାନ ନାଟୋ ଦେଶ ସୀମା ନିକଟରେ ରହିଥିବା ବାୟୁସେନା ଘାଟିରେ ନିୟୋଜିତ କରାଯାଉଛି। ଏହାକୁ ଋଷିଆ ବାୟୁସେନାର ୨୧ ହେଭି ବମ୍ବର ଆଭିଏସନ୍ ରେଜିମେଣ୍ଟ ପରିଚାଳିତ କରୁଛି। 

ପ୍ରତିରକ୍ଷା ବିଶେଷଜ୍ଞ ଅନୁଯାୟୀ ନାଟୋ ଦେଶ ସହିତ ଲାଗିଥିବା ବାୟୁସେନା ଘାଟିରେ ପରମାଣୁ ବୋମାବର୍ଷୀ ବିମାନ ନିୟୋଜନ କରି ପାଶ୍ଚାତ୍ୟ ଦେଶକୁ ପ୍ରତ୍ୟକ୍ଷ ଚେତାବନୀ ଦେଇଛି ଋଷିଆ। ଏହା ମାଧ୍ୟମରେ ଋଷିଆ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶକୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି। ଏନେଇ ଋଷିଆ ସିଧାସଳଖ କହିଦେଇଛି  ଯେ ଯଦି ପାଶ୍ଚାତ୍ୟ ଦେଶ ମଧ୍ୟରୁ କେହି ୟୁକ୍ରେନ ସପକ୍ଷରେ ଯୁଦ୍ଧରେ ଅବତୀର୍ଣ୍ଣ ହୁଅନ୍ତି, ତାହେଲେ ନିଜର ଅସ୍ଥିତ୍ୱ ରକ୍ଷା ପାଇଁ ଯେକୌଣସି ସ୍ତରକୁ ଯାଇପାରିବ ଋଷିଆ। ଏପରିକି ନାଟୋ ଦେଶର ଚିହ୍ନ ବର୍ଣ୍ଣ ମଧ୍ୟ ଲିଭାଇ ଦେଇପାରେ।

Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!

ନିକଟରେ ଋଷୀୟ ସୁରକ୍ଷା ପରିଷଦ ଡେପୁଟି ସେକ୍ରେଟାରୀ ଆଲେକ୍ସଜାଣ୍ଡାର୍ ଭେନେଡିକ୍ଟୋବ ବିଶ୍ୱକୁ ଚେତାବନୀ ଦେଇଛନ୍ତି ଯେ ଯଦି ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନକୁ ନାଟୋ ମେଣ୍ଟରେ ଅନ୍ତର୍ଭୂକ୍ତ କରନ୍ତି ଏବଂ ଏହାର ସୁରକ୍ଷା ପାଇଁ ଯୁଦ୍ଧରେ ଅବତୀର୍ଣ୍ଣ ହୁଅନ୍ତି, ତାହେଲେ ଏହା ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବ। ଏହି ପଦକ୍ଷେପର ପ୍ରତିକ୍ରିୟା କ'ଣ ହେବ ତାହା ନାଟୋ ଦେଶ ଭଲ ଭାବରେ ବୁଝିଛନ୍ତି। ଋଷିଆ ଆଶା କରୁଛି ଯେ ପାଶ୍ଚାତ୍ୟ ଦେଶ ଏହି ପ୍ରସଙ୍ଗରେ କୌଣସି ଭୁଲ କରିବେ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଯେ ଯଦି ୟୁକ୍ରେନ କ୍ରୀମିୟା ଉପଦ୍ୱୀପକୁ ଦଖଲ କରିବାକୁ ଚାହେଁ, ତାହେଲେ ଏହି ଅଞ୍ଚଳର ସୁରକ୍ଷା ପାଇଁ ଋଷିଆ ପରମାଣୁ ବୋମା ବ୍ୟବହାର କରିବାକୁ ପଛେଇବ ନାହିଁ।