Russia-Ukraine War: କେଉଁଠୁ ଅସ୍ତ୍ର ଆଣିବ ଭାରତ?
Advertisement
Article Detail0/zeeodisha/odisha1157175

Russia-Ukraine War: କେଉଁଠୁ ଅସ୍ତ୍ର ଆଣିବ ଭାରତ?

ଋଷିଆ ପାଖରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବ କି ନାହିଁ  ତାହା ଭାରତକୁ ସ୍ଥିର କରିବାକୁ ହେବ

Russia-Ukraine  War:  କେଉଁଠୁ ଅସ୍ତ୍ର ଆଣିବ  ଭାରତ?

ଋଷିଆ- ୟୁକ୍ରେନ ଯୁଦ୍ଧ ଆରମ୍ଭ  ହୋଇଯିବା  ପରେ ଋଷୀୟ ଅସ୍ତ୍ରଶସ୍ତ୍ରର ସବୁଠାରୁ ବଡ କ୍ରେତା ଭାରତ ଲାଗି ସମସ୍ୟା ବୃଦ୍ଧି ପାଇଛି  ଆନ୍ତର୍ଜାତୀୟ ରାଜନୈତିକ ବିଶେଷଜ୍ଞ  କହିଛନ୍ତି। ଏନେଇ  ବିଶେଷଜ୍ଞ କହିଛନ୍ତି ଯେ ଦୀର୍ଘ ଦିନ ଧରି ଋଷିଆ ପାଖରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବ କି ନାହିଁ  ତାହା ଭାରତକୁ ସ୍ଥିର କରିବାକୁ ହେବ  ଏବଂ ଏହା  ସହିତ ଏହି ପ୍ରସଙ୍ଗରେ ସର୍ବୋତ୍ତମ ବିକଳ୍ପ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

'ୱାର ଅନ ଦି  ରକ୍ସ'  ଲାଗି   ବସଜଜିତ ବାନାର୍ଜୀ  ଏବଂ ବେଞ୍ଜାମିନ ତ୍କ୍ୱାଚ୍   ଏକ  ରିପୋର୍ଟ ଲେଖିଛନ୍ତି।  ଯେଉଁଥିରେ  ଦର୍ଶାଯାଇଛି  ଋଷୀୟ ପ୍ରତିରକ୍ଷା ଶିଳ୍ପରେ ଚୀନ୍‌  ଭଳି ଦେଶର ଭାଗିଦାରୀତା ଭାରତ ଲାଗି ସମସ୍ୟା ସୃଷ୍ଟି କରିପାରେ।  ଏଭଳି ପରିସ୍ଥିତିରେ ଭାରତ ଅସ୍ତ୍ରଶସ୍ତ୍ର କ୍ରୟକୁ ବିବିଧ କରିବା ଆରମ୍ଭ କରିପାରିବ। ଏହା ସହିତ ଭାରତ ଘରୋଇ ଉତ୍ପାଦନ ବୃଦ୍ଧି କରିବା ଆରମ୍ଭ କରିବ ଏବଂ ଏହାର ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପ ବିକାଶ ପଥରେ ଅଗ୍ରସର  ହେବ।  

Also Read: S-400 Missile Defence System କ୍ରୟ ନେଇ ଏହି ପ୍ରତିକ୍ରିୟା ରଖିଲା ଆମେରିକା

ଗତ ୧୯୯୧ ମସିହା ରେ ସୋଭିଏତ୍ ସଂଘର ବିଭାଜନ  ପରେ ମସ୍କୋ ଅସ୍ତ୍ରଶସ୍ତ୍ର ଯୋଗାଣରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଯେତେବେଳେ ୱାର୍ସ ଚୁକ୍ତି ଦେଶ  ନାଟୋ ମେଣ୍ଟରେ ଯୋଗ ଦେଇଥିଲେ। ଏହା ଋଷିଆ ପାଇଁ ଅଧିକ କ୍ଷତି ଘଟାଇଥିଲା। ଏହା ପରେ ପରିବର୍ତ୍ତିତ ପରିସ୍ଥିତିକୁ  ଦୃଷ୍ଟିରେ  ରଖି  ଭାରତ  ଅସ୍ତ୍ରଶସ୍ତ୍ର  ଆମଦାନୀକୁ ବିବିଧ କରି ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ବିକାଶ ଉପରେ ଧ୍ୟାନ ବଢାଇଥିଲା। ହେଲେ ବର୍ତ୍ତମାନ  ପ୍ରତିରକ୍ଷା ରପ୍ତାନି ପାଇଁ ଭାରତ ,  ଋଷିଆ ଭଳି  ସହଯୋଗୀର ସର୍ବୋଚ୍ଚ ଗ୍ରାହକ ଥିବା ବେଳେ  ଋଷିଆ ମଧ୍ୟ ପ୍ରତିରକ୍ଷା ଆମଦାନୀ ପାଇଁ ଚୀନ ଲାଗି  ସବୁଠାରୁ ବଡ ଉତ୍ସ ହୋଇପଡ଼ିଛି।
 
ଗତ ୨୦୧୪ ପର ଠାରୁ  ଋଷିଆ ପାଖରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶଙ୍କ ଉପରେ ପ୍ରତିବନ୍ଧକ ଲଗାଇବାରକୁ  ଧମକ  ଦିଆଯାଇଥିଲା।  ଯାହା ପରେ ଋଷିଆ ଲାଗି ସମସ୍ୟା ଆହୁରି ବଢିଯାଇଥିଲା।  ଏଭଳି ପରିସ୍ଥିତିରେ ଋଷିଆ ଭାରତ ସହିତ ଟଙ୍କା-ରୁବେଲ୍ ବ୍ୟବସ୍ଥାକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲା ଯାହା ବର୍ତ୍ତମାନ SWIFT ପ୍ରତିବନ୍ଧକକୁ ଅତିକ୍ରମ କରିବାରେ ସାହାଯ୍ୟ କରିବ ।

Also Read: ଦେଶରେ ପହଞ୍ଚିଲା S-400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର ପ୍ରଥମ Regiment

ବିଗତ କିଛି ବର୍ଷ ମଧ୍ୟରେ ଋଷୀୟ ସାମରିକ  ଉପକରଣର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।  ୟୁକ୍ରେନ ବିରୋଧି  ଯୁଦ୍ଧରେ ଋଷିଆ ସୈନ୍ୟ ବାହିନର ସାମରିକ ବିଫଳତା ପାଇଁ କୌ ଣସି ସ୍ପଷ୍ଟ କାରଣ  ନାହିଁ  ମାତ୍ର ୟୁକ୍ରେନ ପକ୍ଷରୁ  କରାଯାଉଥିବା ଶକ୍ତିଶାଳୀ  ପ୍ରତିରୋଧସ  ସୀମିତ ଋଷୀୟ ନେତୃତ୍ୱ, ଋଷୀୟ ସେନା ଆନୁଷଙ୍କୀକ  ବିଫଳତା  ବିଫଳତା ଏବେ  ଋଷିଆ  ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।  
 
ବିଶେଷଜ୍ଞଙ୍କ କହିବା ଅନୁସାରେ   ଭାରତ ପାଖରେ ଚାରୋଟି ପ୍ରମୁଖ ବିକଳ୍ପ ରହିଛି। ପ୍ରଥମ ଋଷୀୟ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ  ବଜାୟ ରଖିବା,  ଦ୍ୱିତୀୟ ବିକଳ୍ପ ପ୍ରଣାଳୀ ଖୋଜିବା ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ମାମଲାରେ  ବିବିଧତା ଆଣିବା,  ତୃତୀୟ  ହେଉଛି ସ୍ୱଦେଶୀ ଉତ୍ପାଦନ ଉପରେ ଗୁରୁତ୍ୱ ଦେବା। ଏହା ସହିତ ଭାରତ ମଧ୍ୟ ଏହି ତିନୋଟି ବିକଳ୍ପ ସହିତ ଯାଇପାରିବ। 

Also Read: Also Read: ଲଦାଖ ବିବାଦ: ଋଷ ପାଖରୁ ଯଥାଶୀଘ୍ର s-400 ମିସାଇଲ ଡିଫେନ୍ସ ସିଷ୍ଟମ ପାଇବାକୁ ଆଗ୍ରହୀ ଭାରତ

ଭାରତ ଦୀର୍ଘକାଳୀନ ନୀତି ସତ୍ତ୍ୱେ ମସ୍କୋ  ପାଖରୁ  ଅସ୍ତ୍ରଶସ୍ତ୍ର କ୍ରୟ କ୍ଷେତ୍ରରେ ନୂଆଦିଲ୍ଲୀ  ତୁରନ୍ତ ସମସ୍ୟାର ସମ୍ମୁଖୀନ ହୋଇପାରେ। ଏଭଳି ପରିସ୍ଥିତିରେ ଋଷିଆ ଉପରେ ତୁରନ୍ତ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଭାରତ ଅତିରିକ୍ତ ଅଂଶ ପାଇଁ ନୂତନ ଯୋଗାଣକାରୀ ଖୋଜିପାରେ। ସୋଭିଏତ୍ ଏବଂ ଋଷୀୟ  ପ୍ରଣାଳୀ  ସହିତ କାମ କରିବାର ଅଭିଜ୍ଞତା ଥିବା ବିକ୍ରେତାଙ୍କୁ ମଧ୍ୟ ଭାରତ ଖୋଜିପାରିବ।  ଏଭଳି ପରିସ୍ଥିତିରେ ଇସ୍ରାଏଲ ମଧ୍ୟ ଏକ ବିକଳ୍ପ ହୋଇପାରେ। 

ଋଷୀୟ -ଚୀନ୍‌  ସମ୍ପର୍କ ଭାରତ ପାଇଁ ଆଉ ଏକ ବିପଦ ସୃଷ୍ଟି କରୁଛି।  ଯଦି ଆଗାମୀ ଦିନରେ ଋଷିଆ ଚୀନ୍ ଉପରେ ଅଧିକ ନିର୍ଭରଶୀଳ ହୁଏ ତାହେଲେ  ଚୀନ୍ ଅଧିକ ଋଷୀୟ ଅସ୍ତ୍ର ଆମଦାନୀ କରିପାରିବ।  ଏହା ସହିତ ଚୀନ ଋଷୀୟ  ପ୍ରତିରକ୍ଷା ଉତ୍ପାଦନକାରୀ ସଂସ୍ଥାରେ ମଧ୍ୟ ଏକ ଅଂଶ ହାସଲ କରିପାରିବ।  ଚୀନ ମଧ୍ୟ ଋଷିଆ  ମାଧ୍ୟମରେ ଭାରତର ରପ୍ତାନି ସମ୍ଭାବନାକୁ ସୀମିତ କରିପାରେ। ଯଦି ୟୁକ୍ରେନ ଯୁଦ୍ଧ ପରେ ଋଷିଆ ଚୀନ୍ ଆଡକୁ ଢଳେ  ତାହେଲେ  ଭାରତ ଲାଗି  ସମସ୍ୟା ବଢିପାରେ।