ଦେଶରେ ପହଞ୍ଚିଲା S-400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର ପ୍ରଥମ Regiment
Advertisement
Article Detail0/zeeodisha/odisha1051964

ଦେଶରେ ପହଞ୍ଚିଲା S-400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର ପ୍ରଥମ Regiment

କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନ, ରକେଟ କିମ୍ବା ଡ୍ରୋନ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ। 

ଦେଶରେ ପହଞ୍ଚିଲା S-400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର ପ୍ରଥମ Regiment

ନୂଆଦିଲ୍ଲୀ: ପାରମ୍ପରିକ ସହଯୋଗୀ ଋଷିଆ ଋଷିଆ ଦ୍ୱାରା ନିର୍ମିତ ଏସ400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର ପ୍ରଥମ Regiment ହାତେଇଛି ଭାରତ। ଆଉ ମାତ୍ର ୧୦ ଦିନ ପରେ ଅର୍ଥାତ ଆସନ୍ତା ବର୍ଷ  ଠାରୁ ଦେଶର ଉତ୍ତର ଭାଗରେ ଏହାକୁ  ନିୟୋଜିତ କରାଯିବ। ଯେଉଁ ଠାରୁ ଏହା ଚୀନ୍ କିମ୍ବା ପାକିସ୍ତାନ ପଟୁ ବାୟୁ ମାର୍ଗରେ ହେବାକୁ ଥିବା କୌଣସି ପ୍ରକାର ଆକ୍ରମଣକୁ ପ୍ରତିରୋଧ କରିପାରିବ। 

ଆସନ୍ତା ୨୦୨୨ ଜୁନ ସୁଦ୍ଧା ଏସ400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର (S-400 Missile Defense System ) ଦ୍ୱିତୀୟ Regiment ହାତେଇବ ଭାରତ (India)। ସହଯୋଗୀ ଋଷିଆ (Russia) ପାଖରୁ ଏହି ସୁରକ୍ଷା କବଚ ମିଳିବା ପରେ ଏହାକୁ ଦେଶ ଲଦାଖ ଏବଂ ଅରୁଣାଚଳ ପ୍ରଦେଶ ଠାର ନିୟୋଜିତ କରାଯିବ।

ବିଶ୍ୱର ପ୍ରମୁଖ ବାୟୁ ପ୍ରତିରୋଧ ପ୍ରଣାଳୀ (Air Defense System) ତାଲିକାରେ ସ୍ଥାନ ପାଇଥାଏ ଋଷିଆ ନିର୍ମିତ ଏସ400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ (Russian Missile Defense System)। ଏପରିକି ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ନିର୍ମିତ (Air Defense System of USA) ପ୍ୟାଟ୍ରିୟଟ୍ (Patriot) କିମ୍ବା ଟର୍ମିନାଲ ହାଇ ଅଲ୍ଟିଟ୍ୟୁଡ୍ ଏରିୟା ଡିଫେନ୍ସ (Terminal High Altitude Area Defense) ଥାର୍ଡ (THAAD) ଠାରୁ ଏସ400 ଅନେକ ଦୃଷ୍ଟିରୁ ପ୍ରଭାବଶାଳୀ।  

Also Read: ଦେଶର ସୁରକ୍ଷା କବଚ ମାଗିଲେ ୟୁଏଇ-ସାଉଦି ଆରବ; ହେଲେ କାହିଁକି ଦେବାକୁ ମନକଲା ଇସ୍ରାଏଲ?

ଏସ400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନ, ରକେଟ କିମ୍ବା ଡ୍ରୋନ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ। ଏହାର ପ୍ରତ୍ୟେକ Regiment ରେ ଆଠଟି ଲଞ୍ଚର (Launcher) ରହିଥାଏ। ପ୍ରତ୍ୟେକ ଲଞ୍ଚରରେ ଚାରୋଟି  କ୍ଷେପଣାସ୍ତ୍ର ରହିଥାଏ। ଏହା ଜରିଆରେ ଥରକେ ୩୨ଟି ମିସାଇଲ ଫାୟର (Missile Fire) କରାଯାଇପାରେ।

ଏସ400 ପ୍ରଣାଳୀରେ କମାଣ୍ଡ ସେଣ୍ଟର (s400 Command Center) ୬୦୦ କିମି ଦୂରରେ ଥିବା ଶତ୍ରୁପକ୍ଷର କୌଣସି କ୍ଷେପଣାସ୍ତ୍ର କିମ୍ବା ଯୁଦ୍ଧ ବିମାନକୁ ଚିହ୍ନଟ କରିଥାଏ ଏବଂ ଏହା ଏହାକୁ ୨-୪୦୦ କିମି ଦୂରରେ ଏହାକୁ ନଷ୍ଟ କରିଦେଇଥାଏ। ଏହି ପ୍ରଣାଳୀ ଏକା ଥରକେ ୮୦ଟି ଟାର୍ଗେଟକୁ ଟ୍ରାକ କରିପାରେ। ଯେତେବେଳେ ସେମାନେ ଏହାର ପ୍ରତି ଆକ୍ରମଣ ପରିସର ସୀମାକୁ ଆସିଯାଇଥାନ୍ତି ଏହା ତାହାକୁ ନଷ୍ଟ କରିଦିଏ। ଯଦି ଆବଶ୍ୟକ ପଡେ ତାହେଲେ ଏହାକୁ ଏହା ଟ୍ରକ୍ ସହୟତାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜ ପରିବହନ କରାଯାଇପାରେ। କୌଣସି ସ୍ଥାନ ନିୟୋଜିତ ହେବାର ମାତ୍ର ୧୦-୧୫ ମିନିଟ ମଧ୍ୟରେ ଏହା ଶତ୍ରୁ ପକ୍ଷ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଯାଏ। ଶତ୍ରୁ ପକ୍ଷରୁ ହେବାକୁ ଥିବା କୌଣସି ଆକ୍ରମଣର ସଙ୍କେତ ପାଇବାର ମାତ୍ର ୩ ମିନିଟ୍ ମଧ୍ୟରେ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଯାଏ ଏସ400। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ରାଡାର (s400 Radar) ଜାମ ହୋଇପାରିବ ନାହିଁ।

Also Read: ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ

ଗତ ୨୦୧୮ ଅକ୍ଟୋବର ୫ ତାରିଖରେ ପାରମ୍ପରିକ ସହଯୋଗୀ ଋଷିଆ ସହିତ s400 ପ୍ରଣାଳୀର ୫ଟି Regiment କ୍ରୟ କରିବା ପାଇଁ ୫.୪୩ ବିଲିୟନ ଡ଼ଲାର୍ ଅର୍ଥାତ ପ୍ରାୟ ୩୯ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା ଭାରତ। ଚୀନ୍ ଏବଂ ପାକିସ୍ତାନ ପକ୍ଷରୁ ହେବାକୁ ଥିବା କୌଣସି ପ୍ରକାର ବାୟୁ ଆକ୍ରମଣର ମୁକାବିଲା ପାଇଁ ଭାରତ ପାଇଁ ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ। ଚୀନ ପାଖରେ କେବଳ ବହୁ ସଂଖ୍ୟକ ଯୁଦ୍ଧ ବିମାନ ନାହିଁ, ବରଂ ବହୁ ଦୂର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ରହିଛି।

Also Read: ଲଦାଖ ବିବାଦ: ଋଷ ପାଖରୁ ଯଥାଶୀଘ୍ର s-400 ମିସାଇଲ ଡିଫେନ୍ସ ସିଷ୍ଟମ ପାଇବାକୁ ଆଗ୍ରହୀ ଭାରତ

ଭାରତ-ଋଷିଆ ମଧ୍ୟରେ ହୋଇଥିବା ଏହି ସାମରିକ ଚୁକ୍ତିକୁ ନେଇ ନାରାଜ ହୋଇଉଠିଥିଲା ଯୁକ୍ତରାଷ୍ଟ୍ର ଆମେରିକା (United States of America) ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲା। ଏହା ପରେ ଆମେରିକା ସରକାର CAATSA ଆଇନ ଅନୁଯାୟୀ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲେ। ହେଲେ ଭାରତ ପକ୍ଷରୁ ଏହାର ସ୍ପଷ୍ଟୀକରଣ ରଖି ସ୍ପଷ୍ଟ ଭାବେ କୁହାଯାଇଥିଲା ପ୍ରତିରକ୍ଷା ଆବଶ୍ୟକତା ଉପରେ ନିଷ୍ପତ୍ତି ଉପରେ କୌଣସି ବିଦେଶୀ ପକ୍ଷର ନିୟନ୍ତ୍ରଣକୁ ସ୍ୱୀକାର କରିପାରିବ ନାହିଁ।