Safest Car in India: ଏକ ସୁରକ୍ଷିତ କାର କିଣିବାକୁ ଚାହୁଁଛନ୍ତି କି? ୧୫ ଲକ୍ଷ ଟଙ୍କା ମଧ୍ୟରେ ଏହି ମଡେଲଗୁଡିକୁ ବାଛି ପାରିବେ
Advertisement
Article Detail0/zeeodisha/odisha1353292

Safest Car in India: ଏକ ସୁରକ୍ଷିତ କାର କିଣିବାକୁ ଚାହୁଁଛନ୍ତି କି? ୧୫ ଲକ୍ଷ ଟଙ୍କା ମଧ୍ୟରେ ଏହି ମଡେଲଗୁଡିକୁ ବାଛି ପାରିବେ

Safest Car in India: ମହିନ୍ଦ୍ରା କମ୍ପାନୀ ୨୦୨୧ ମସିହାରେ ଏହି SUV କାର ଲଞ୍ଚ କରିଥିଲା ​​ଓ ସେହି ଦିନଠାରୁ ଏହି ଗାଡିର ଚାହିଦା ରହିଆସିଛି । ଏହି କାରର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ୧୩.୧୮ ଲକ୍ଷ ଟଙ୍କା ରହିଛି ।

ସୌ: ସୋସିଆଲ ମିଡିଆ

Safest Cars Under 15 Lakhs: ଯଦି ଆପଣ ଏକ ସୁରକ୍ଷିତ କାର କିଣିବାକୁ ଚାହାଁନ୍ତି, ଓ ଆପଣଙ୍କର ବଜେଟ୍ ୧୫ ଲକ୍ଷରୁ କମ୍ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଭାରତୀୟ ବଜାରରେ ଥିବା କେତେକ ସୁରକ୍ଷିତ କାର୍ ବିଷୟରେ କହିବାକୁ ଯାଉଛୁ, ଯାହା ଗ୍ଲୋବାଲ୍ NCAP ତରଫରୁ ୫-ଷ୍ଟାର ସୁରକ୍ଷା ମୂଲ୍ୟାୟନ ସ୍କୋର ପ୍ରାପ୍ତ କରିଛି । ତେବେ ଆସନ୍ତୁ ଜାଣିବା ଏହି କାରଗୁଡିକର ବିଷୟରେ...

ଟାଟା ପୁଞ୍ଚ (Tata Punch)
ଟାଟା ଗତ ବର୍ଷ ଏହି କାର ଲଞ୍ଚ କରିଥିଲା । ଏହି କାର ଦେଶର ସବୁଠାରୁ ସୁରକ୍ଷିତ କାର ମଧ୍ୟରୁ ଅନ୍ୟତମ । ଏହାର ସୁରକ୍ଷା ଫିଚର ଯୋଗୁଁ ଏହି କାରର ୧ ଲକ୍ଷରୁ ଅଧିକ ୟୁନିଟ୍ ଲଞ୍ଚ ହେବାର ମାତ୍ର ଅଳ୍ପ ସମୟ ମଧ୍ୟରେ ବିକ୍ରି ହୋଇସାରିଛି । ଏହି କାରକୁ ବୟସ୍କମାନଙ୍କ ପାଇଁ ୫ ଷ୍ଟାର ସୁରକ୍ଷା ରେଟିଙ୍ଗ ଓ ପିଲାମାନଙ୍କ ପାଇଁ ୪ ଷ୍ଟାର ସୁରକ୍ଷା ରେଟିଙ୍ଗ ପରୀକ୍ଷଣ ଉପରେ ଆଧାର କରି ଗ୍ଲୋବାଲ୍ ଏନସିଏପି ଦ୍ୱାରା ମୂଲ୍ୟାୟନ ପ୍ରଦାନ କରାଯାଇଛି । ଏହି କାରର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ୫.୬୫ ଲକ୍ଷ ଟଙ୍କା ।

ମହିନ୍ଦ୍ରା ଏକ୍ସୟୁଭି ୩୦୦ (Mahindra XUV300)
ଏହି କାରକୁ ମହିନ୍ଦ୍ରା କମ୍ପାନୀ ୨୦୧୯ ମସିହାରେ ଲଞ୍ଚ କରିଥିଲା । ସୁରକ୍ଷା ମୂଲ୍ୟାୟନ ଓ ଅନେକ ଫିଚର ଯୋଗୁଁ ଏହି କାର ବହୁତ ବିକ୍ରି ହୁଏ । ଏହି କାରର ଲମ୍ବ ପ୍ରାୟ ୪ ମିଟର, କିନ୍ତୁ ଅଧିକ ଫିଚର ଯୋଗୁଁ ଏହାର ମୂଲ୍ୟ ମଧ୍ୟ ସାମାନ୍ୟ ଅଧିକ । ନିରାପତ୍ତା ଦୃଷ୍ଟିରୁ, ଏହି କାରଟି ବୟସ୍କଙ୍କ ସୁରକ୍ଷା ପାଇଁ ୫ ଷ୍ଟାର ଏବଂ ଶିଶୁ ସୁରକ୍ଷା ପାଇଁ ୩ ଷ୍ଟାର ଗ୍ଲୋବାଲ୍ NCAP ରୁ ମାନ୍ୟତା ପାଇଛି  । ଏହି କାରର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ହେଉଛି ୮.୪୧ ଲକ୍ଷ ଟଙ୍କା ।

ମହିନ୍ଦ୍ରା ଏକ୍ସୟୁଭି୭୦୦ (Mahindra XUV700)

ମହିନ୍ଦ୍ରା କମ୍ପାନୀ ୨୦୨୧ ମସିହାରେ ଏହି SUV କାର୍ ଲଞ୍ଚ କରିଥିଲା ​​ଓ ସେହି ଦିନଠାରୁ ଏହି ଗାଡିର ଚାହିଦା ରହିଆସିଛି । ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ସହିତ ଏହି ଏସୟୁଭି ସ୍ୱୟଂଚାଳିତ ଓ ମାନୁଆଲ ଟ୍ରାନ୍ସମିସନର ବିକଳ୍ପ ଦେଇଥାଏ । ଆହୁରି ମଧ୍ୟ, ଏହାର ଟପ୍ ମଡେଲ୍ AX7 ରେ ଫୋର ହୁଇଲ୍ ଡ୍ରାଇଭ୍ର ବିକଳ୍ପ ମଧ୍ୟ ଉପଲବ୍ଧ । ଗ୍ଲୋବାଲ୍ NCAP ରୁ ବୟସ୍କଙ୍କ ସୁରକ୍ଷା ପାଇଁ SUV ଏକ ୫ ଷ୍ଟାର ସୁରକ୍ଷା ମୂଲ୍ୟାୟନ ଓ ଶିଶୁ ସୁରକ୍ଷା ପାଇଁ ୪ ଷ୍ଟାର ସୁରକ୍ଷା ମାନ୍ୟତା ପାଇଛି । ଏହି କାରର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ୧୩.୧୮ ଲକ୍ଷ ଟଙ୍କା ରହିଛି ।

ଏହା ବି ପଢ଼ନ୍ତୁ: ଗଡକରୀ ଦେଲେ ବଡ ବୟାନ; ଗାଡି ଚଳାଉଥିବା ଲକ୍ଷ ଲକ୍ଷ ଲୋକ ହେବେ ଉପକୃତ

ଏହା ବି ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ନେଇ ହାଇକୋର୍ଟ ଦେଲେ ବଡ ରାୟ