ଯଦି UPରେ ସରକାର ଗଢେ ସପା, ଜନସାଧାରଣଙ୍କୁ ମିଳିବ ଏସବୁ ଫାଇଦା
Advertisement

ଯଦି UPରେ ସରକାର ଗଢେ ସପା, ଜନସାଧାରଣଙ୍କୁ ମିଳିବ ଏସବୁ ଫାଇଦା

ମୁଁ ପୁଣିଥରେ କୃଷକ ଓ ଜନତାଙ୍କ ସାମ୍ନାକୁ ଆସିବାକୁ ଯାଉଛୁ। ଚାଷୀଙ୍କୁ ଆଖି ସାମ୍ନାରେ ରଖି ଅଖିଳେଶ କହିଛନ୍ତି ଯେ, ସବୁ ଚାଷୀଙ୍କ ଫସଲରେ ଏମଏସପି ସ୍ଥିର କରାଯିବ। 

ଯଦି UPରେ ସରକାର ଗଢେ ସପା, ଜନସାଧାରଣଙ୍କୁ ମିଳିବ ଏସବୁ ଫାଇଦା

ଲକ୍ଷ୍ନୌ: ଆଉ ଦିନଟେ ପରେ ଉତ୍ତର ପ୍ରଦେଶରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ରାଜନୈତିକ ଦଳ ପୁରା ଦମ ରେ ନିଜର ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଏବେ ସବୁ ଦଳ ପାଇଁ ଖୁବ୍ ଚ୍ୟାଲେଞ୍ଜିଂ ରହିବ। ତେବେ ଏହାରି ମଧ୍ୟରେ ସମାଜବାଦୀ ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ପାର୍ଟିର ସଭାପତି ଅଖିଳେଶ ଯାଦବ ଦଳର ନେତା ମାନଙ୍କ ସହ ଉପସ୍ଥିତ ରହି ଏହି ଇସ୍ତାହାର ଜାରି କରିଛନ୍ତି। 

ଦଳର ସଭାପତି ତଥା ସପା ନେତା ଅଖିଳେଶ ଯାଦବ (Akhilesh Yadav) କହିଛନ୍ତି ଯେ, ସତ୍ୟ ବଚନ ଓ ଅତୁଟ ଦାବି ନେଇ ଆମେ ଜନସାଧାରଣଙ୍କ ନିକଟକୁ ଯାଉଛୁ। ସପା ଆଜି ଯାଏଁ ଯେତେ ବି କଥା ଦେଇଛି ସରକାର ଗଢିବା ପରେ ତାକୁ ପୁରା କରିଛି ସରକାର। ସେହି ଭରସାରେ ମୁଁ ପୁଣିଥରେ କୃଷକ ଓ ଜନତାଙ୍କ ସାମ୍ନାକୁ ଆସିବାକୁ ଯାଉଛୁ। ଚାଷୀଙ୍କୁ ଆଖି ସାମ୍ନାରେ ରଖି ଅଖିଳେଶ କହିଛନ୍ତି ଯେ, ସବୁ ଚାଷୀଙ୍କ ଫସଲରେ ଏମଏସପି ସ୍ଥିର କରାଯିବ। 

Also Read: ରୋହିତ-କୋହଲି ବିବାଦକୁ ନେଇ ବଡ଼ ଖୁଲାସା କଲେ ଗାଭାସ୍କର

ଆଖୁ ଚାଷୀଙ୍କ ଟଙ୍କା ୧୫ ଦିନ ମଧ୍ୟରେ ଦିଆଯିବ। ସବୁ ଚାଷୀଙ୍କୁ ୪ ବର୍ଷ ମଧ୍ୟରେ କରଜମୁକ୍ତ କରାଯିବ। ସେହିପରି ୨ ବସ୍ତା ଡିଏପି ଓ ୫ ବସ୍ତା ୟୁରିଆ ଚାଷୀଙ୍କୁ ମାଗଣା ଦିଆଯିବ। ଚାଷୀଙ୍କ ଫସଲ ସିଞ୍ଚନରେ ବିଜୁଳି ବିଲ୍ କୁ ମୁକ୍ତ କରାଯିବ। ଯେଉଁ ଚାଷୀଙ୍କ ମୃତ୍ୟୁ ଆନ୍ଦୋଳନ (Farmer Protest) ରେ ହୋଇଛି ତାଙ୍କ ସ୍ମୃତିରେ ସ୍ମାରକ ପୀଠ ତିଆରି କରାଯିବ। 

Also Read: ନିର୍ବାଚନରୁ ସନ୍ନ୍ୟାସ ନେଲେ କଂଗ୍ରେସ ନେତା Sunil Jakhar

ସେହିପରି ରାଜ୍ୟରେ ଥିବା ସବୁ ବିପିଏଲ କାର୍ଡଧାରୀଙ୍କୁ ପ୍ରତିବର୍ଷ ୨ ଟି ସିଲିଣ୍ଡର ମାଗଣା ଦିଆଯିବ । ରାଜ୍ୟରେ ଥିବା ଝିଅ ମାନଙ୍କୁ କେଜିରୁ ନେଇ ପିଜି ଯାଏଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ମାଗଣା ଦିଆଯିବ। କନ୍ୟା ବିଦ୍ୟା ଧନ ଦିଆଯିବା ସହ ଇଣ୍ଟ ର ପାସ୍ ପରେ ଝିଅ ମାନଙ୍କୁ ୩୬ ହଜାର ର ଏକ ସ୍କଲାରସିପ୍ ପ୍ରଦାନ କରାଯିବ। ସସାଜବାଦୀ କ୍ୟାଣ୍ଟିନ ଓ ରାସନ ଦୋକାନ ମଧ୍ୟ ପ୍ରତିଷ୍ଠା କରାଯିବ। ଗରିବ ଲୋକଙ୍କୁ ୧୦ ଟଙ୍କାରେ ସମାଜବାଦୀ (Samajwadi Party Thali) ଥାଳି ମିଳିବା ସହ ରାସନ ମଧ୍ୟ କମ ଦରରେ ଯୋଗାଇଦିଆଯିବ। ଅନ୍ୟପଟେ ୩୦୦ ୟୁନିଟ ବିଜୁଳି ମଧ୍ୟ ମାଗଣା ପ୍ରଦାନ କରାଯିବା ନେଇ ଏହି ମାନିଫେଷ୍ଟୋ ବା ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରାଯାଇଛି।