୪୦ କୋଟି ଗ୍ରାହକଙ୍କୁ ଆଲର୍ଟ କଲା SBI! ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା, ଜାଣନ୍ତୁ ଏହାର କାରଣ
Advertisement

୪୦ କୋଟି ଗ୍ରାହକଙ୍କୁ ଆଲର୍ଟ କଲା SBI! ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା, ଜାଣନ୍ତୁ ଏହାର କାରଣ

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ପାନକୁ ଆଧାର ସହିତ ଲିଙ୍କ୍ କରିବାର ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । 

୪୦ କୋଟି ଗ୍ରାହକଙ୍କୁ ଆଲର୍ଟ କଲା SBI! ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: PAN-Aadhaar Link: ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଗ୍ରାହକଙ୍କୁ ସତର୍କ କରାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ପାନ-ଆଧାର କାର୍ଡକୁ ଲିଙ୍କ୍ (PAN-Aadhaar Link) କରିବାକୁ ବ୍ୟାଙ୍କ ନିଜର ଖାତାଧାରୀଙ୍କୁ ନୋଟିସ୍ ଦେଇଛି । ବ୍ୟାଙ୍କ କହିଛି ଯେ, ଯଦି ଗ୍ରାହକମାନେ ଏହା ନକରନ୍ତି ତେବେ ସେମାନଙ୍କ ବ୍ୟାଙ୍କିଙ୍ଗ ସେବା ବନ୍ଦ ହୋଇପାରେ । ଏନେଇ ଏସବିଆଇ ଟ୍ୱିଟ୍ ମଧ୍ୟ କରିଛି ।

ଏହି ଟ୍ୱିଟରେ SBI କହିଛି ଯେ, ଆମେ ନିଜ ଗ୍ରାହକଙ୍କୁ କୌଣସି ଅସୁବିଧାରୁ ରକ୍ଷା କରିବା ପାଇଁ ଓ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବାକୁ ଉପଭୋଗ କରିବା ପାଇଁ ସେମାନଙ୍କର ପାନକୁ ଆଧାର ସହିତ ଲିଙ୍କ କରିବାକୁ ପରାମର୍ଶ ଦେଉଛୁ । ବ୍ୟାଙ୍କ କହିଛି ଯେ ଗ୍ରାହକ ସଠିକ ସମୟରେ ପାନ୍ ଓ ଆଧାରକୁ ଲିଙ୍କ୍ କରି ନିଅନ୍ତୁ, ଯାହା ଫଳରେ ସେମାନେ କୌଣସି ଅସୁବିଧାରୁ ରକ୍ଷା ପାଇ ପାରିବେ ।"

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ପାନକୁ ଆଧାର ସହିତ ଲିଙ୍କ୍ କରିବାର ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଓ ଆମର ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବାକୁ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକଙ୍କୁ ସେମାନଙ୍କର ପାନ୍କୁ ଆଧାର ସହିତ ଲିଙ୍କ୍ କରିବାକୁ ପରାମର୍ଶ ଦେଇଛୁ ବୋଲି ଏସବିଆଇ ପୂର୍ବରୁ ଟ୍ୱିଟ୍ କରି କହିଛି । ଏହା ସହିତ ବ୍ୟାଙ୍କ କହିଛି ଯେ ପ୍ୟାନକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ ଅଟେ । ଯଦି ପାନ୍ ଓ ଆଧାର ଲିଙ୍କ୍ ହୋଇନଥାଏ, PAN ନିଷ୍କ୍ରିୟ ହୋଇଯିବ ଓ ନିର୍ଦ୍ଦିଷ୍ଟ ନେଣଦେଣ କରିବା ପାଇଁ PAN ବ୍ୟବହାର କରାଯାଇପାରିବ ନାହିଁ ।

କିପରି ପାନ୍-ଆଧାର କାର୍ଡକୁ କରିବେ ଲିଙ୍କ୍, ଜାଣନ୍ତୁ ପ୍ରକ୍ରିୟା

୧- ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ https://www.incometaxindiaefiling.gov.in/home

୨. ଏଠାରେ ବାମ ପାର୍ଶ୍ୱରେ ଆପଣ ଲିଙ୍କ୍ ଆଧାରର ବିକଳ୍ପ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ ।

୩. ଏକ ନୂତନ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁ PAN, AADHAAR ଏବଂ ଆଧାରରେ ଯେପରି ଆପଣଙ୍କ ନାମ ରହିଛି ସେହିପରି ଲେଖିବାକୁ ପଡ଼ିବ ।

୪. ଯଦି ଆପଣଙ୍କର ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ଅଛି, ତେବେ 'I have only year of birth in aadhaar card' ବାକ୍ସକୁ ଟିକ୍ କରନ୍ତୁ ।

୫. କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ କିମ୍ବା OTP ପାଇଁ ଟିକ୍ କରନ୍ତୁ ।

୬. ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ, ବର୍ତ୍ତମାନ ପାନ୍ ଓ ଆଧାର ଲିଙ୍କ୍ ହୋଇଯାଇଛି ।

ଏହା ବି ପଢ଼ନ୍ତୁ:-ଋଷକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ଏହା ବି ପଢ଼ନ୍ତୁ:-ବଦଳିଲା ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ, ବର୍ତ୍ତମାନ ଏହି ଦିନ ହେବ ମତଦାନ

ଏହା ବି ପଢ଼ନ୍ତୁ:-ଜରୁରୀ ଖବର! ଯଦି ଆପଣ ଏକରୁ ଅଧିକ ଆକାଉଣ୍ଟ ଖୋଲିଛନ୍ତି ତ ଆଜି ହିଁ ଏହାକୁ କରନ୍ତୁ ବନ୍ଦ, ନଚେତ୍...

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

 

ଏସଏମଏସ୍ ମାଧ୍ୟମରେ କରନ୍ତୁ ଲିଙ୍କ୍

ଆପଣ SMS ମାଧ୍ୟମରେ ପାନ୍ ଓ ଆଧାରକୁ ମଧ୍ୟ ଲିଙ୍କ୍ କରିପାରିବେ ।

୧. ମୋବାଇଲର ମେସେଜ୍ ବକ୍ସରେ ଟାଇପ୍ କରନ୍ତୁ - UIDPAN <12-digit Aadhaar> <10-digit PAN> ।

୨. 567678 କିମ୍ବା 56161 କୁ ଏହି ମେସେଜ ପଠାନ୍ତୁ । ଏହା ପରେ ଆପଣଙ୍କ କାମ ହୋଇଯିବ ।