୧୧ ମିଲିୟନ ବା କୋଟିଏ ୧୦ ଲକ୍ଷ କୋଭିସିଲ୍ଡ ଟିକା ପୂର୍ବରୁ ଅର୍ଡର ଦେଇ ସାରିଛନ୍ତି ।
Trending Photos
ନୂଆଦିଲ୍ଲୀ: କୋରୋନା କାଳରେ ଖୁସି ଖବର ଦେଇଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (Serum Institute of India-SII)। ସେରମ ଇନଷ୍ଟିଚ୍ୟୁଟ (Serum Institute of India) ଆଜି ଦେଶର ବିଭିନ୍ନ ସ୍ଥାନକୁ ଟିକା ବିତରଣ (Vaccine) କାର୍ଯ୍ୟ ଆରମ୍ଭ କରିଦେଇଛି । ସେରମ (SII) ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡକୁ (Covishield) ଭାରତ ସରକାର (India Government) ମଞ୍ଜୁରୀ ପ୍ରଦାନ କରିବା ପରେ ଆଜି ଠାରୁ ଏହି ବିତରଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଆଜି ଭୋର ସମୟରୁ ସେରମ କାର୍ଯ୍ୟାଳୟ ଠାରୁ ଟ୍ରକ ଦ୍ୱାରା ପ୍ରଥମେ ପୁଣେ ଅନ୍ତର୍ଜାତୀୟ ବିମାନ ବନ୍ଦର (Pune International Airport) ଓ ପରେ ସେଠାରୁ ବିମାନ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଛି ।
ଅଧିକ ପଢନ୍ତୁ: BJP ହେଉଛି Washing Machine, ସେ ସମସ୍ତଙ୍କୁ ସଫା କରିଦିଏ
ଏମାନେ ପହଞ୍ଚାଇବେ ଟିକା
ପ୍ରଥମ ପର୍ଯ୍ୟାୟରେ ତିନୋଟି ଟ୍ରକ ଜରିଆରେ ଆସିଥିବା ଭ୍ୟାକସିନକୁ (Vaccine) ୮ଟି ବିମାନ ଜରିଆରେ ୧୩ଟି ଭିନ୍ନ ଭିନ୍ନ ସ୍ଥାନକୁ ପଠାଇ ଦିଆଯାଇଛି। ଟିକା ଗୁ଼ଡ଼ିକୁ ବିମାନ ଯୋଗେ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ପାଇଁ ଏସବି ଲଜିଷ୍ଟିକ (SB Logistic) ଦାୟିତ୍ୱ ନେଇଛି । ଏସବି ଲଜିଷ୍ଟିକର ଏମଡି ସନ୍ଦିପ ଭୋସଲେ କହିଛନ୍ତି କି ପ୍ରଥମ ବିମାନ ଟିକା ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।
A total of 8 flights will transport Covishield vaccine from Pune International Airport to 13 different locations today. The first flight will leave for Delhi airport: Sandip Bhosale, MD of SB Logistics, the company handling air transportation of the vaccine from Pune airport https://t.co/1ihftsPjza
— ANI (@ANI) January 12, 2021
ସେହିପରି ଏହି ଟିକା ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନକୁ ଏହାର ରେଫ୍ରିଜରେଟର ଟ୍ରକ୍ ସହିତ Kool X ନାମକ ଏକ କମ୍ପାନୀ ଦ୍ୱାରା ବିତରଣ କରାଯିବ। Kool X ୧୦ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଔଷଧ ଏବଂ ଟିକା ପହଞ୍ଚାଇବା ପାଇଁ କାର୍ଯ୍ୟ କରିଆସୁଛି।
ଅଧିକ ପଢନ୍ତୁ: ଜାତୀୟ ଯୁବ ଦିବସ: ସ୍ୱାମୀ ବିବେକାନନ୍ଦଙ୍କ ଏହି ୧୫ଟି ମହାନ ଉପଦେଶ ଯାହା ବଦଳାଇଦେବ ମଣିଷର ଜୀବନ!
ସରକାର ଦେଇଛନ୍ତି ୧୧ ମିଲିୟନ ଡୋଜର ଅର୍ଡର
ସରକାର ସେରମ ଇନଷ୍ଟିଚ୍ୟୁଟକୁ (Serum Institute of India-SII) ୧୧ ମିଲିୟନ ବା କୋଟିଏ ୧୦ ଲକ୍ଷ କୋଭିସିଲ୍ଡ ଟିକା ପୂର୍ବରୁ ଅର୍ଡର ଦେଇ ସାରିଛନ୍ତି । ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି କି, ପ୍ରାରମ୍ଭିକ ସ୍ତରରେ କୋଭିସିଲ୍ଡ ଟିକାର ଦର ୨୦୦ ଟଙ୍କା ରହିବ । ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ। ଏହା ଜଣା ଯେ ଅକ୍ସଫୋର୍ଡର କୋଭିସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ ସମେତ DCGI ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ ଦୁଇଟି କୋରୋନା ଟିକା ଅନୁମୋଦନ କରାଯାଇଛି। ଏହି ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରୋଜେନେଙ୍କା ଦ୍ୱାରା ବିକଶିତ ହୋଇଥିବାବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାକୁ ଭାରତରେ ପ୍ରସ୍ତୁତ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଫାର୍ମା PSU HLL ଲାଇଫ କେୟାର ମାଧ୍ୟମରେ ଟିକା ସପ୍ଲିମେଣ୍ଟ କିଣିବୁ। ଯିଏ ସରକାରୀ ବ୍ୟବହାର ପାଇଁ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ (HCQ) କିଣିଥିଲେ। ଅନ୍ୟପକ୍ଷରେ ସରକାର ଭରତ ବାୟୋଟେକ ସହିତ କ୍ରୟ ଚୁକ୍ତିନାମା ଜାରି ରଖିଛନ୍ତି।
ସେପଟେ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ଏହି କୋଭିସିଲ୍ଡ ଟିକା ପହଞ୍ଚିବା ନେଇ ସ୍ପଷ୍ଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟରେ ଟିକାକୁ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।