Advertisement
Article Detail0/zeeodisha/odisha2313437
Zee OdishaOdisha National-InternationalRoad Accident: ଭୟଙ୍କର ସଡକ ଦୁର୍ଘଟଣା, ପବନରେ ଉଡ଼ି ତଳେ ପଡ଼ିଲା କାର୍ ୭ ମୃତ

Road Accident: ଭୟଙ୍କର ସଡକ ଦୁର୍ଘଟଣା, ପବନରେ ଉଡ଼ି ତଳେ ପଡ଼ିଲା କାର୍ ୭ ମୃତ

Road Accident: ଦୁର୍ଘଟଣା ଗ୍ରସ୍ତ କାରକୁ ଉଦ୍ଧାର ପାଇଁ କ୍ରେନର ବ୍ୟବହାର କରାଯାଇଥିଲା। ପରେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନି।

 

Road Accident: ଭୟଙ୍କର ସଡକ ଦୁର୍ଘଟଣା, ପବନରେ ଉଡ଼ି ତଳେ ପଡ଼ିଲା କାର୍ ୭ ମୃତ

Road Accident: ଗତକାଲି ରାତିରେ ମୁମ୍ବାଇଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ଜାଲନା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେ ଅନ୍ତର୍ଗତ କାଦୱଞ୍ଚି ଗ୍ରାମ ନିକଟ ମୁମ୍ବାଇ-ନାଗପୁର ଏକ୍ସପ୍ରେସୱେରେ ଦୁଇଟି କାର ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ଖବର ନିକଟ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ମାତ୍ରେ ଚାରିଆଡେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ସ୍ଥାନୀୟ ଲୋକ ଯାଇ ଦୁର୍ଘଟଣା ଗ୍ରସ୍ତ ସ୍ଥାନରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। 

ରାତି ପ୍ରାୟ ୧୧ ଟା ସମୟରେ ଏକ ସ୍ୱିଫ୍ଟ ଡିଜାଇର କାରରେ ପେଟ୍ରୋଲ ଭରିବା ପାଇଁ ଭୁଲ ଦିଗରୁ ରାଜପଥ ମାର୍ଗରେ ନାଗପୁରରୁ ମୁମ୍ବାଇ ଯାଉଥିବା ଏକ ଏର୍ଟିଗା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଏରଟିଗା କାର ପବନ ଉଡିବା ପରେ ହେଇ ରାଜରାସ୍ତାରେ ଥିବା ବ୍ୟାରିକେଡ ଉପରେ ପଡ଼ିଥିବାବେଳେ ଯାତ୍ରୀମାନେ କାରରୁ ଡେଇଁ ପଡ଼ି ରାସ୍ତାରେ ପଡ଼ିଯାଇଥିଲେ। ଅନ୍ୟ କାରଟି ଭାରସାମ୍ୟ ହରାଇ ଅଳିଆ ଗଦାରେ ପଶିଯାଇଥିଲା। ମୃତକ ଓ ଆହତମାନେ ମୁମ୍ବାଇର ମାଲାଡ (Malad East) ଓ ବୁଲଡାନା ଜିଲ୍ଲାର ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାର୍‌ଟି ପେଟ୍ରୋଲ ଟାଙ୍କି ଆଡ଼କୁ ଯିବା ବେଳେ ଭୁଲ ଦିଗରେ ଆସୁଥିବା ଅନ୍ୟ ଏକ କାର୍ ଧକ୍କା ଦେଇଥିଲା(Road Accident)। ଛିଟିକି ପଡ଼ିଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୭ ଜଣଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ସଙ୍ଗେସଙ୍ଗେ ଖବର ପାଇବା ପରେ ସ୍ଥାନୀୟ ଲୋକ ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। କିଛି ଲୋକ କାର୍‌ ତଳେ ଚାପିହୋଇ ରହିଥିଲେ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସେମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଉଦ୍ଧାର ପାଇଁ କ୍ରେନର ବ୍ୟବହାର କରାଯାଇଥିଲା। ପରେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନି।

Add Zee News as a Preferred Source

ଏହି ଭୟଙ୍କର ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ଘୋର ପ୍ରଭାବିତ ହୋଇଥିଲା। ଟ୍ରାଫିକ୍ ଜାମ୍‌ ମଧ୍ୟ ହୋଇଥିଲା। କିଛି ସମୟ ପରେ ରାସ୍ତାରୁ କାର୍‌କୁ ହଟାଇବା ପରେ ଯାତାୟତ ସଠିକ ଭାବରେ ଚାଲିଥିଲା। ତେବେ ସମୃଦ୍ଧି ଏକ୍ସପ୍ରେସ ୱେ ହେଉଛି ମୁମ୍ବାଇ ଏବଂ ନାଗପୁରକୁ ସଂଯୋଗ କରୁଥିବା ୭୦୧ କିଲୋମିଟର ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ(Samruddhi Express Way) । ନାଗପୁରକୁ ଶିରିଡି ସହିତ ସଂଯୋଗ କରୁଥିବା ରାଜପଥର ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୦୨୨ରେ ଉଦଘାଟିତ ହୋଇଥିଲା । 

Also Read: Zodiac Signs: ଆସୁଛି ଶୁଭ ବେଳା, ଏହି ୩ ରାଶି ଉପରେ ବର୍ଷିବ ଭଗବାନ ବିଷ୍ଣୁ୍ଙ୍କ ଅଶେଷ କୃପା

Also Read: Anant-Radhika Wedding: ନିଜର ବିବାହ ପୂର୍ବରୁ ଏହି ଖାସ୍ ଯୋଡିଙ୍କ ବିବାହ କରାଉଛନ୍ତି ଅନନ୍ତ-ରାଧିକା

About the Author