ମାନବ ସାଜିଲା ଦାନବ! କର୍ଣ୍ଣାଟକରେ ୧୫୦ ମାଙ୍କଡ଼ ପରେ ୧୦୦ ରୁ ଅଧିକ କୁକୁରଙ୍କୁ ମାରି ପୋତି ଦେଲେ ଲୋକେ
Advertisement
Article Detail0/zeeodisha/odisha982602

ମାନବ ସାଜିଲା ଦାନବ! କର୍ଣ୍ଣାଟକରେ ୧୫୦ ମାଙ୍କଡ଼ ପରେ ୧୦୦ ରୁ ଅଧିକ କୁକୁରଙ୍କୁ ମାରି ପୋତି ଦେଲେ ଲୋକେ

କର୍ଣ୍ଣାଟକର ଶିଭାମୋଗାଠାରେ ୧୫୦ ମାଙ୍କଡ ପରେ ୧୦୦ ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରିବାର ଏକ ବର୍ବର ଘଟଣା ସାମ୍ନାକୁ ଆସିଛି । 

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟର ଶିଭାମୋଗାଠାରେ ୧୫୦ ମାଙ୍କଡ ପରେ ୧୦୦ ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରିବାର ଏକ ବର୍ବର ଘଟଣା ସାମ୍ନାକୁ ଆସିଛି । ଶିବାମୋଗା ଜିଲ୍ଲାର ଭଦ୍ରାବତୀ ତାଲୁକ ଗ୍ରାମରେ ପ୍ରଥମେ ୧୦୦ ରୁ ଅଧିକ କୁକୁର ବିଷ ଦେଇ ମରାଯାଇଥିଲା ଓ ପରେ ସେମାନଙ୍କୁ ପୋତି ଦିଆଯାଇଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଗ୍ରାଫ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ଏକ ମାମଲା ଦାୟର କରିଛି ।

କିଛି ଦିନ ପୂର୍ବରୁ ହାସନ ଜିଲ୍ଲାର ଏକ ଗ୍ରାମରେ ୧୫୦ ଟି ମାଙ୍କଡ଼ଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା କର୍ଣ୍ଣାଟକ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଓ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା ।

ବର୍ତ୍ତମାନ ବେଙ୍ଗାଲୁରୁଠାରୁ ପ୍ରାୟ ୨୭୦ କିଲୋମିଟର ଦୂରରେ ଥିବା ଭଦ୍ରାବତୀ ତାଲୁକର କାମ୍ବାଡାଲୁ-ହୋସୁର ଗ୍ରାମ ପଞ୍ଚାୟତର ରଙ୍ଗନାଥପୁରରେ ସୋମବାର ୧୦୦ ରୁ ଅଧିକ କୁକୁର ହତ୍ୟା କରିବାର ଘଟଣା ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ମହିଳାଙ୍କ ବିରୋଧ ପ୍ରଦର୍ଶନରେ ଭୟଭୀତ ତାଲିବାନ, ନେଲା ଚରମ ନିଷ୍ପତ୍ତି

ରଙ୍ଗନାଥପୁର ଗ୍ରାମବାସୀଙ୍କ ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିବାମୋଗା ପଶୁ ଉଦ୍ଧାରକାରୀ କ୍ଲବର ସଦସ୍ୟମାନେ ମଙ୍ଗଳବାର ସନ୍ଧ୍ୟାରେ ସେଠାରେ ପହଞ୍ଚି ପ୍ରାଣୀ ଚିକିତ୍ସକ ଓ ପୋଲିସ ସହାୟତାରେ କୁକୁରମାନଙ୍କର ଶବ କାଢିଥିଲେ ।

ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ 
ଏହି କାର୍ଯ୍ୟକର୍ତ୍ତା ଭଦ୍ରାବତୀ ଗ୍ରାମୀଣ ପୋଲିସ ଷ୍ଟେସନରେ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେକ କୁକୁର ଜୀବନ୍ତ ଦଗ୍ଧ ହୋଇ ପୋତି ଦିଆଯାଇଛି ବୋଲି ସେ ସନ୍ଦେହ କରୁଛନ୍ତି ।

ଅଧିକ ପଢ଼ନ୍ତୁ: T20 World Cup ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଏହି ଖେଳାଳିମାନଙ୍କୁ ମିଳିଲା ସୁଯୋଗ, ଦେଖନ୍ତୁ ପୂରା ଲିଷ୍ଟ

ଶିବାମୋଗା ଏସପି ଲକ୍ଷ୍ମୀ ପ୍ରସାଦ କହିଛନ୍ତି ଯେ ଗ୍ରାମ ପଞ୍ଚାୟତ ଅଧିକାରୀମାନେ କୁକୁରମାନଙ୍କୁ ହତ୍ୟା କରି ପୋତି ଦେଇଛନ୍ତି । ଏହାକୁ ନିଶ୍ଚିତ କରି ସେ କହିଛନ୍ତି ଯେ ଗ୍ରାମପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସେ କହିଛନ୍ତି ଯେ ପ୍ରାଣୀ ଚିକିତ୍ସକଙ୍କ ଏକ ବିଶେଷଜ୍ଞ ଦଳ ଉକ୍ତ ସ୍ଥାନ ଯାଞ୍ଚ କରୁଛନ୍ତି ଓ ଖୁବ୍ ଶୀଘ୍ର ବିଭାଗକୁ ଏକ ରିପୋର୍ଟ ଦାଖଲ କରିବେ । ହତ୍ୟା ଓ ପୋତି ଦିଆଯାଇଥିବା କୁକୁରଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ନାହିଁ ।

ଶିବାମୋଗା ପ୍ରାଣୀ ଉଦ୍ଧାର କ୍ଲବର ପ୍ରସାଦ ବି କହିଛନ୍ତି ଯେ ଅଧିକାଂଶ କୁକୁର ବିଷ ଦେଇ ହତ୍ୟା କରାଯଇପାରେ । ସେ ଏହାକୁ ଏକ ଜଘନ୍ୟ ଅପରାଧ ବୋଲି କହିଛନ୍ତି ।