ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁଙ୍କୁ ଗୁଳିକରି ହତ୍ୟା; ଗତକାଲି ସୁରକ୍ଷା ପ୍ରତ୍ୟାହାର କରିନେଥିଲେ ମାନ ସରକାର
Advertisement
Article Detail0/zeeodisha/odisha1201166

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁଙ୍କୁ ଗୁଳିକରି ହତ୍ୟା; ଗତକାଲି ସୁରକ୍ଷା ପ୍ରତ୍ୟାହାର କରିନେଥିଲେ ମାନ ସରକାର

Sidhu Moosewala Shot Dead: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମାନସାର ଜବାହରକେ ଗାଁରେ ଗୁଳି କରି ହତ୍ୟା କରାଯାଇଛି । ଗାୟକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ମୃତ୍ୟୁବରଣ କରିଥିଲେ ।

ସାଙ୍କେତିକ ଫଟୋ

Sidhu Moosewala News:ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମାନସାର ଜବାହରକେ ଗାଁରେ ଗୁଳି କରି ହତ୍ୟା କରାଯାଇଛି । ଶନିବାର ଦିନ ପଞ୍ଜାବର ମାନ୍ ସରକାର ମୁସେୱାଲାଙ୍କଠାରୁ ଭିଆଇପି ସୁରକ୍ଷା ପ୍ରତ୍ୟାହାର କରିନେଇ ଥିଲେ । ଗୁଳି ଚଳାଇବା ପରେ ମୁସେୱାଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରି ନଥିଲା ।

ସୂଚନାନୁସାରେ, ପଞ୍ଜାବର ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ମାନସା ଗ୍ରାମରେ କିଛି ଦୁର୍ବୃତ୍ତ ଗୁଳି ମାରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୁସେୱାଲା ହତ୍ୟା ପରେ ପଞ୍ଜାବ ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି, କାରଣ ଗୋଟିଏ ଦିନ ପୂର୍ବରୁ ଭଗବନ୍ତ ମାନ ସରକାର ମୁସେୱାଲାଙ୍କ ସମେତ ୪୨୪ ଜଣଙ୍କ ଠାରୁ ପୋଲିସର ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ ।

ସିଦ୍ଧୁ ମୁସେୱାଲା ପଞ୍ଜାବ ବିଧାନସଭା ନିର୍ବାଚନରେ ​​ମାନସାରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ AAP ପ୍ରାର୍ଥୀ ବିଜୟ ସିଙ୍ଗଲାଙ୍କୁ ୬୩,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଦୁର୍ନୀତି ଅଭିଯୋଗରେ ବିଜୟ ସିଙ୍ଗଲାଙ୍କୁ ପଞ୍ଜାବର ସିଏମ ଭଗବନ୍ତ ମାନ ନିକଟରେ ବରଖାସ୍ତ କରିଛନ୍ତି ।

ଗତ ମାସରେ ସିଦ୍ଧୁ ମୁସେୱାଲା ତାଙ୍କର ଶେଷ ଗୀତ 'ବଲି କା ବକ୍ରା'ରେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମର୍ଥକଙ୍କୁ ଟାର୍ଗେଟ କରିବା ପରେ ଏକ ବିବାଦର ସମ୍ମୁଖୀନ ହୋଇଥିଲେ । ଏହି ଗାୟକ ତାଙ୍କ ଗୀତରେ AAP ସମର୍ଥକଙ୍କୁ 'ଗଡର୍ସ' (ଦେଶଦ୍ରୋହୀ) ବୋଲି କହିଥଲେ । 

ଶନିବାର ଦିନ ପ୍ରଧାନମନ୍ତ୍ରୀ ଭଗବନ୍ତ ମାନ ନେତୃତ୍ୱରେ ପଞ୍ଜାବ ସରକାର ୪୨୪ ଜଣଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥଲେ । ଯେଉଁମାନଙ୍କର ସୁରକ୍ଷା ପ୍ରତ୍ୟାହାର କରାଯାଇଛି, ସେମାନଙ୍କ ମଧ୍ୟରେ ଅନେକ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ଧାର୍ମିକ ନେତା ଏବଂ ରାଜନୈତିକ ବ୍ୟକ୍ତି ଅଛନ୍ତି । ଏହାପୂର୍ବରୁ ଏପ୍ରିଲରେ ପଞ୍ଜାବ ସରକାର ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ତଥା ଅନ୍ୟ ନେତାଙ୍କ ସମେତ ୧୮୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢ଼ନ୍ତୁ: ନେପାଳର ମୁସ୍ତାଙ୍ଗରେ ମିଳିଲା ନିଖୋଜ ତାରା ଏୟାର ବିମାନର ଧ୍ୱଂସାବଶେଷ, ୨୨ ଜଣଙ୍କ ମଧ୍ୟରେ ଥିଲେ ୪ ଓଡ଼ିଆ ଯାତ୍ରୀ