କାର ବୋମା ବିସ୍ଫୋରଣରେ ଥରିଉଠିଲା ରାଜଧାନୀ; ୯ ମୃତ
Advertisement
Article Detail0/zeeodisha/odisha939807

କାର ବୋମା ବିସ୍ଫୋରଣରେ ଥରିଉଠିଲା ରାଜଧାନୀ; ୯ ମୃତ

ପୋଲିସ ପ୍ରବକ୍ତା କହିଛନ୍ତି ଆକ୍ରମଣକାରୀ  ଏକ ବିସ୍ଫୋରକ ବୋଝେଇ କାର ସହାୟତାରେ ପୋଲିସ କମିଶନର ଟାର୍ଗେଟ କରି ଏହି ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ। 

କାର ବୋମା ବିସ୍ଫୋରଣରେ ଥରିଉଠିଲା ରାଜଧାନୀ; ୯ ମୃତ

ମୋଗାଡ଼ିସୁ: ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆର ରାଜଧାନୀ ମୋଗାଡିସୁ ସହରରେ ଗତକାଲି ହୋଇଥିବା ଏକ କାର ବୋମା ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ଏ ଘଟଣା ବାବଦରେ ଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସହରର ପୋଲିସ କମିଶନରଙ୍କୁ ଟାର୍ଗେଟ କରି ଏପରି ଆକ୍ରମଣ କରାଯାଇଥିବା ଜଣାପଡି଼ଛି। 

ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ସୋମାଲିଆ ପୋଲିସ ପ୍ରବକ୍ତା ସୈଦ ଅଦମ ଅଲ୍ଲୀ କହିଛନ୍ତି ରାଜଧାନୀ ମୋଗାଡିସୁ ସହରରେ ପୋଲିସ କମିଶନର କର୍ନେଲ ଫରହାନ ମୋହମଦ କାରୋଲେହଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏଭଳି କାଣ୍ଡ ଭିଆଇଥିବା ଆକ୍ରମଣକାରୀ ନିଜ ଉଦ୍ୟମରେ ସଫଳ ହୋଇ ପାରିନାହାଁନ୍ତି। ହେଲେ ସେ ସୁରକ୍ଷିତ ଅଛନ୍ତି।

Also Read: ଘରେ ପଶି Haiti ରାଷ୍ଟ୍ରପତିଙ୍କୁ ହତ୍ୟା

ଏହା ସହିତ ପୋଲିସ ପ୍ରବକ୍ତା ଆହୁରି କହିଛନ୍ତି ଆକ୍ରମଣକାରୀ  ଏକ ବିସ୍ଫୋରକ ବୋଝେଇ କାର ସହାୟତାରେ ପୋଲିସ କମିଶନର ଟାର୍ଗେଟ କରି ଏହି ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ। ସେମାନଙ୍କୁ ଅଲ୍ ସବାବ୍ ଆତଙ୍କବାଦୀ ସଙ୍ଗଠନ (Al Shabaab Terror Group) ପକ୍ଷରୁ ପଠାଯାଇଥିବା ଜଣାପଡି଼ଛି। ଏହି ପୂର୍ବ ଆଫ୍ରିକୀୟ ଦେଶରେ ହେଉଥିବା ଅଧିକାଂଶ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏହି ଆତଙ୍କୀ ଗୋଷ୍ଠୀ ଜଡିତ ରହୁଛି।  

 ମୋଗାଡିସୁ ସହରରେ ହୋଇଥିବା ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ମଦିନା ହସ୍ପିଟାଲ ଡାକ୍ତର ମହମ୍ମଦ ନୂର କହିଛନ୍ତି ଏ  ଘଟଣାରେ ପ୍ରକୃତରେ କେତେ ସଂଖ୍ୟକ ଲୋକ ଆହତ ହୋଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ବିସ୍ଫୋରଣ ହେବା ପରେ ଯେଉଁମାନଙ୍କୁ ସଙ୍ଗେ ସଙ୍ଗେ ଏଠାକାର ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କେବଳ ସେମାନଙ୍କ ସଂଖ୍ୟା ଜଣାପଡିଛି।     

Also Read: ବିଦ୍ରୋହୀଙ୍କ ଆକ୍ରମଣରେ ଟଳିପଡିଲେ ଚାଦ ରାଷ୍ଟ୍ରପତି

ସୋମାଲିଆ ରାଜଧାନୀରେ ହୋଇଥିବା କାର ବୋମା ବିସ୍ଫୋରଣ ଲାଗି ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଙ୍ଗଠନ ଅଲ୍ ସବାବ୍। ଏହି ଆତଙ୍କ ଗୋଷ୍ଠୀ ପକ୍ଷରୁ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଏହା ପୂର୍ବରୁ ଗତ ମାସରେ ରାଜଧାନୀ ମୋଗାଡିସୁ ସହରରେ ଅବସ୍ଥିତ ଥିବା ଏକ ସୈନ୍ୟ ଶିବିରକୁ ଟାର୍ଗେଟ କରି କରାଯାଇଥିବା ଆକ୍ରମଣରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।