Test Flight ପରୀକ୍ଷା ବେଳେ ଜଳିଗଲା SpaceX Rocket
Advertisement

Test Flight ପରୀକ୍ଷା ବେଳେ ଜଳିଗଲା SpaceX Rocket

ସ୍ପେସ୍ ଏକ୍ସ ଏହାର ପ୍ରଥମ କକ୍ଷପଥ ଉଡ଼ାଣ ପାଇଁ ଷ୍ଟାରସିପ୍ ପ୍ରସ୍ତୁତ କରିବାରେ କାର୍ଯ୍ୟ କରୁଛି, ଯାହା ଚଳିତ ବର୍ଷ ଶେଷ ହୋଇପାରେ।

Test Flight ପରୀକ୍ଷା ବେଳେ ଜଳିଗଲା  SpaceX Rocket

ୱାଶିଂଟନ୍: ବିଶ୍ୱର ଅନ୍ୟତମ ଧନୀ ବ୍ୟବସାୟୀ ଭାବେ ଜଣାଶୁଣା ଏଲୋନ୍ ମସ୍କଙ୍କରୁ ଲାଗିଛି ଜୋରଦାର ଝଟକା। ତାଙ୍କ କମ୍ପାନୀର ଏକ ରକେଟ ଟେଷ୍ଟ ଫ୍ଲାଇଟ ପରୀକ୍ଷାରେ ସଫଳତାପୂର୍ବକ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପୋରେସନ୍ (ସ୍ପେସ୍ ଏକ୍ସ)  ସଂସ୍ଥାର ଏହି ରକେଟର ଏହା ତୃତୀୟ ପରୀକ୍ଷଣ ଥିଲା। ଅବତରଣ ପୂର୍ବରୁ ରକେଟରେ ବିସ୍ଫୋରଣ ହେବା ପରେ ଏଥିରେ ନିଆଁ ଲାଗିଯାଇଥିଲା। ଏ ଘଟଣାରେ ଏଲୋନ୍ ମସ୍କଙ୍କ ପକ୍ଷରୁ କୌଣସି ବିବୃତ୍ତି ରଖାଯାଇନାହିଁ।

SN10 ନାମକ ଏହି ମହାକାଶଯାନ ବୁଧବାର ଆମେରିକାର ଟେକ୍ସାସସ୍ଥିତ ସ୍ପେସ୍ଏକ୍ସର ବୋକା ଚିକା କମ୍ପାନୀରୁ ଉତକ୍ଷେପଣ କରାଯାଇଛି। ଏହାର ଏକ ଭିଡିଓ ସ୍ପେସ୍ ଏକ୍ସ ଦ୍ୱାରା ଏହାର ୱେବସାଇଟରେ ମଧ୍ୟ ପ୍ରକାଶ ପାଇଛି। ଏହି ରକେଟ ଲ୍ୟାଣ୍ଡ୍ ପ୍ୟାଡ୍ ଛୁଇଁବା ପୂର୍ବରୁ କିଛି ଉଚ୍ଚତାରେ ଉଡାଣ ଭରିଥିଲା। ଏହାକୁ ପରୀକ୍ଷଣ କରୁଥିବା ବୈଜ୍ଞାନିକ ଆଶା କରୁଥିଲେ ଯେ ଏହି ତୃତୀୟ ପରୀକ୍ଷା ସଫଳତାର ସହିତ ଶେଷ ହେବ କିନ୍ତୁ ହଠାତ୍ ସବୁକିଛି ଓଲଟପାଲଟ ହୋଇଯାଇଥିଲା।

Also Read: ପୁଣି ରେକର୍ଡ ରଚିଲା ଇସ୍ରୋ, ଅନ୍ତରୀକ୍ଷକୁ ପଠାଇଲା ୧୦ ଉପଗ୍ରହ

ଏହି ରକେଟ ଅବତରଣ କରିବାର ଠିକ୍ ପୂର୍ବରୁ ଏଥିରେ ବିସ୍ଫୋରଣ ହେବାରୁ ନିଆଁ ଲାଗି ଏହା ପୋଡି ଯାଇଥିଲା। ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ମଙ୍ଗଳ ମିଶନ ପାଇଁ ଏକ ଷ୍ଟାରସିପ୍ ରକେଟ୍ ବିକାଶ କରୁଛନ୍ତି। ଏହାପୂର୍ବରୁ ଡିସେମ୍ବର ଏବଂ ଫେବୃଆରୀ ପ୍ରାରମ୍ଭରେ ଅବତରଣ କରିବା ସମୟରେ ମଧ୍ୟ ଏହି ରକେଟ ଦୁର୍ଘଟଣାଗ୍ରସ୍ତ ହୋଇଛି। କୁହାଯାଉଛି ଯଦି SN10 ଏହାର ତୃତୀୟ ପରୀକ୍ଷଣରେ ସଫଳ ହୋଇଥାନ୍ତା, ତାହେଲେ  ମହାକାଶ ଯାତ୍ରା କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ ହୋଇଥାନ୍ତା।

Also Read: ଦୁର୍ଲଭ ଖଗୋଳୀୟ ଘଟଣା! ଚମକପ୍ରଦ ତାରାରେ ହେଉଥିବା ସୁପରନୋବା ବିସ୍ଫୋରଣକୁକୁ ରେକର୍ଡ କଲା ନାସା

ସ୍ପେସ୍ ଏକ୍ସ ଏହାର ପ୍ରଥମ କକ୍ଷପଥ ଉଡ଼ାଣ ପାଇଁ ଷ୍ଟାରସିପ୍ ପ୍ରସ୍ତୁତ କରିବାରେ କାର୍ଯ୍ୟ କରୁଛି, ଯାହା ଚଳିତ ବର୍ଷ ଶେଷ ହୋଇପାରେ। ଗତ ଜାନୁଆରୀରେ ସ୍ପେସ୍ଏକ୍ସ ସମାନ ରକେଟ୍ ସହିତ ମହାକାଶକୁ ୧୪୩ ଉପଗ୍ରହ ପଠାଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହାପୂର୍ବରୁ ଏକ ରକେଟ୍ ଦ୍ୱାରା ସର୍ବାଧିକ ସଂଖ୍ୟକ ଉପଗ୍ରହ ଉତକ୍ଷେପଣ କରିବା ରେକର୍ଡ ଭାରତ ନାମରେ ଥିଲା। ଗତ ୨୦୧୭ର ଭାରତ ଏକ ରକେଟ୍ ସହିତ ଏକକଳୀନ ୧୦୪ ଉପଗ୍ରହକୁ ମହାକାଶକୁ ପଠାଇଲା। ଏହି ଉପଗ୍ରହକୁ ଗତ ବର୍ଷ ଡିସେମ୍ବରରେ ପ୍ରଥମେ ଉତକ୍ଷେପଣ କରାଯାଇଥାନ୍ତା କିନ୍ତୁ କିଛି ବୈଷୟିକ ସମସ୍ୟା ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା।